Spread the love

କେନ୍ଦୁଝରଜିଲ୍ଲା ବହୁଚର୍ଚ୍ଚିତ ତ୍ରିଲୋଚନ ମହାନ୍ତ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କଲା କେନ୍ଦୁଝର ପୋଲିସ୍।

ଯାଜପୁର ‘କେଳା ଗ୍ୟାଙ୍ଗ’ର ୯ ଗିରଫ, ଘଟଣାସ୍ଥଳରେ କ୍ରାଇମ୍ ସିନ୍ ରିକ୍ରିଏସନ୍ ।

କେନ୍ଦୁଝର ଜିଲ୍ଲାର ବହୁ ଚର୍ଚ୍ଚିତ ହତ୍ୟା ଘଟଣାର ପର୍ଦ୍ଧାଫାଶ କରିଛି କେନ୍ଦୁଝର ପୋଲିସ୍। କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଖୁଣ୍ଟାପଡ଼ା ଛକ ନିକଟସ୍ଥ ଜଙ୍ଗଲ ରାସ୍ତାରେ ଘଟିଥିବା ବହୁ ଚର୍ଚ୍ଚିତ ମହିଳା କନେଷ୍ଟବଳଙ୍କ ସ୍ୱାମୀ ତ୍ରିଲୋଚନ ମହାନ୍ତ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ପୋଲିସ। ଏହି ସମ୍ବେଦନଶୀଳ ମାମଲାରେ ଯାଜପୁର ଜିଲ୍ଲାର କୁଖ୍ୟାତ ‘କେଳା ଗ୍ୟାଙ୍ଗ’ର ୯ ଜଣ ସଦସ୍ୟଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ। ଗିରଫ ଅଭିଯୁକ୍ତମାନଙ୍କୁ ନେଇ ପୋଲିସ ଘଟଣାସ୍ଥଳରେ କ୍ରାଇମ୍ ସିନ୍ ରିକ୍ରିଏସନ୍ କରିବା ସହ ଅପରାଧର ଗୁମର ଖୋଲିଛି। ଗତ ମାସ ୨୮ ତାରିଖରେ ତ୍ରିଲୋଚନଙ୍କୁ ଜଙ୍ଗଲ ରାସ୍ତାରେ ଅତି ନିର୍ମମ ଭାବେ ଗୁଳି କରି ହତ୍ୟା କରାଯାଇଥିଲା। ଏହି ଘଟଣା ସମଗ୍ର ଜିଲ୍ଲାରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିବା ପରେ ତୁରୁମୁଙ୍ଗା ପୋଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ତଦନ୍ତ କାମ ଜୋରଦାର କରିଥିଲା। ଅଳ୍ପ ସମୟ ମଧ୍ୟରେ ଅଭିଯୁକ୍ତଙ୍କୁ ଧରିବାରେ ପୋଲିସ ସଫଳ ହୋଇଥିବା ନେଇ କେନ୍ଦୁଝର ଏସପି ସୂଚନା ଦେଇଛନ୍ତି। ଆଜି କଡ଼ା ସୁରକ୍ଷା ବଳୟ ମଧ୍ୟରେ ପୋଲିସ ଟିମ୍ ଅଭିଯୁକ୍ତମାନଙ୍କୁ ଘଟଣାସ୍ଥଳକୁ ନେଇ ହତ୍ୟାକାଣ୍ଡର ପୁରା ଡେମୋ ଦେଖାଇଥିଲା। ସେମାନେ କିପରି ଛକି ରହିଥିଲେ, ଗୁଳିଚାଳନା କଲେ ଏବଂ ଅପରାଧ ପରେ କେଉଁ ବାଟରେ ଫେରାର ହୋଇଥିଲେ, ସେ ନେଇ ପୁଙ୍ଖାନୁପୁଙ୍ଖ ତଥ୍ୟ ସଂଗ୍ରହ କରାଯାଇଛି। ଘଟଣାସ୍ଥଳରେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ବ୍ୟାପକ ଫୋର୍ସ ମୁତୟନ କରାଯାଇଥିଲା। ପୋଲିସ ଅପରାଧରେ ବ୍ୟବହୃତ ମାରଣାସ୍ତ୍ର ଜବତ କରିବା ସହ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ସୂଚନା ।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *