Spread the love

କେନ୍ଦୁଝର ଜିଲ୍ଲା ବନ ବିଭାଗ ପକ୍ଷରୁ ୭୬ତମ ବନ ମହୋତ୍ସବ ପାଳନ

କେନ୍ଦୁଝର ଜିଲ୍ଲା ବନ ବିଭାଗ ପକ୍ଷରୁ ୭୬ତମ ବନ ମହୋତ୍ସବ ପାଳନ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କେନ୍ଦୁଝର ଜିଲ୍ଲା ବଡ଼ବିଲ ରେ କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ବଡ଼ବିଲ ରେଞ୍ଜର ବଡ଼ବିଲ ମହାବିଦ୍ୟାଳୟ ନିକଟରେ ଶତାଧିକ ସଂଖ୍ୟାରେ ବିଭିନ୍ନ ପ୍ରଜାତିର ବୃକ୍ଷ ରୋପଣ କରାଯାଇଛି। ଏହି ଅବସରରେ କେନ୍ଦୁଝର ସାଂସଦ ଶ୍ରୀ ଅନନ୍ତ ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫିତା କାଟି ଏହି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିବା ବେଳେ , କେନ୍ଦୁଝର dfo ଏଚ ଧନରାଜ୍, ବଡ଼ବିଲ ପୌର ଅଧିକାରୀ ରମେଶ ଚନ୍ଦ୍ର ନାୟକ, ବଡ଼ବିଲ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଦେବେନ୍ଦ୍ର ପିଙ୍ଗୁଆ, ବଡ଼ବିଲ ତହସିଲଦାର ରାକେଶ କୁମାର ପଣ୍ଡା ଓ ବଡ଼ବିଲ ରେଞ୍ଜର ସଞ୍ଜୀବ ରାଉତ୍ ପ୍ରମୁଖ ଉପସ୍ଥିତ ଥିଲେ। ସାଂସଦ ବଡ଼ବିଲ ମହାବିଦ୍ୟାଳୟ ନିକଟରେ ପହଞ୍ଚିବା ପରେ ଆଦିବାସୀ ବାଦ୍ୟ ଓ ନୃତ୍ୟର ତାଳେ ତାଳେ ତାଙ୍କୁ ସ୍ଥାନୀୟ ବାସିନ୍ଦା ପାଛୋଟି ଆଣିଥିଲେ। ଏହି ଅବସରରେ ବହୁ ସଂଖ୍ୟାରେ ସଂଖ୍ୟାରେ ସାଧାରଣ ଜନତା ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ଓ ବୁଦ୍ଧିଜୀବୀଓ ବନବିଭାଗ କର୍ମଚାରୀ ଉପସ୍ଥିତ ଥିଲେ ।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *