Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

କେନ୍ଦ୍ରର କୃଷକ ବିକରାଧୀ ଆଇନ ପ୍ରତ୍ୟାହାର ଦାବୀ ସହ ପଞ୍ଜାବ ପରି ଓଡିଶାକର ମ୍ଧ୍ୟ ରାଜ୍ୟ ସରକାର ଫସଲର ସହାୟକ ମ୍ୁଲୟ ଗ୍ୟାକରଣ୍ଟିପାଇଁଆଇନ ପ୍ରଣୟନ କରିବାକୁ ଦାବୀ

ଜେ ବି ଏନ, ୨୩/୧୨/୨୦୨୦, (ରିପୋର୍ଟ, ରୂପକ ମହାନ୍ତି), ବ୍ରହ୍ମପୁର : ବ୍ରହ୍ମପୁର ଠାରେ ରୁଷିକୁଲ୍ୟା ରୟତ ମହାସଭା ତରଫରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଉପଦେଷ୍ଟା ତଥା ଲୋକଶକ୍ତି ଅଭିଯାନର ସଭାପତି ପ୍ରଫୁଲ୍ଲ ସାମନ୍ତରା ରାଜ୍ୟ ସରକାର କେନ୍ଦ୍ରର କୃଷକ ବିରୋଧୀ ଆଇନକୁ ବିରୋଧ କରି ପଞ୍ଜାବ ଓ ରାଜସ୍ଥାନ ସରକାର ପରି ଆମ ରାଜ୍ୟରେ ମଧ୍ୟ ଫସଲର ସହାୟକ ମୁଲ୍ୟର କିଣା ବିକା ଗ୍ୟାରେଣ୍ଟି ପାଇଁ ଅନୁରୁପ ଆଇନ କରିବାକୁ ଆହ୍ବାନ କରିଛନ୍ତି । ବିଜୁ ଜନତା ଦଳର କାର୍ଯ୍ୟକାରୀ କମିଟିରେ ମୁଖ୍ୟ ମନ୍ତ୍ରୀ କେନ୍ଦ୍ରଠାରେ ଦାବୀ କରିଛନ୍ତି ସ୍ଵାମିନାଥନ କମିଟିର ସୁପାରିଶ ଅନୁଯାୟୀ ଫସଲର ଦାମ ନିର୍ଦ୍ଧାରଣ କରାଯାଉ । ଏହି ଦାବୀ ପ୍ରତି ଆନ୍ତରିକତା ଦୃଷ୍ଟିରୁ କେରଳ ସରକାର ଓ ଛତିଶଗଡ ସରକାର ଧାନ ଦ୍ବିଣ୍ଟାଲ ପ୍ରତି ଯଥାକ୍ରମେ ୨୬୦୦ ଟଙ୍କା ଓ ୨୫୦୦ ଟଙ୍କା ଦେଉଥିବାରୁ ଓଡିଶା ସରକାର ମଧ୍ୟ ଆମ ଚାଷୀଙ୍କୁ ୧୮୬୮ ଟଙ୍କା ସହ ୭୦୦ ଟଙ୍କା ଅଧୁକ ଦେଇ ଧାନ ସଂଗ୍ରହ କରିବାକୁ ଶ୍ରୀ ସାମନ୍ତରା ଦାବୀ କରିଛନ୍ତି । ରାଜ୍ୟ ସରକାର ଭାଗ ଚାଷୀଙ୍କ ସୁରକ୍ଷା ପାଇଁ ଗତ ୪ ବର୍ଷ ପୂର୍ବେ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ଭାଗ ଚାଷୀ ସୁରକ୍ଷା ଆଇନ ବିଧାନସଭାରେ ଗୃହିତ କରାନ୍ତୁ | ଠିକା ଚାଷ ଓ କୃଷି ଦ୍ରବ୍ୟ ବଜାର କମିଟି ସଂଶୋଧନ ପାଇଁ ହୋଇଥିବା କେବିନେଟ୍ ନିଷ୍ପତି ବାତିଲ କରାଯାଇ କେନ୍ଦ୍ରର କୃଷକ ବିରୋଧୀ ଆଇନକୁ ରାଜ୍ୟ ସରକାର ବିରୋଧ କରନ୍ତୁ ଓ ସଙ୍ଗୀୟ ବ୍ୟବସ୍ଥାର ସୁରକ୍ଷା ପାଇଁ କେନ୍ଦ୍ରର କେନ୍ଦ୍ରିକ ରଣ । କାର୍ଯ୍ୟାନୁଷ୍ଠାନ କୁ ପ୍ରତି ବଡ଼ କରିବାକୁ ଶ୍ରୀ ସାମନ୍ତରା ଆହ୍ଵାନ କରିଛନ୍ତି । ରୁଷିକୁଲ୍ୟା ରୟତ ମହାସଭାର ସମ୍ପାଦକ ସିମାଞ୍ଚଳ ନାହାକ ଉପସ୍ଥିତ ରହି କହିଛନ୍ତି ଯେ ଗଞ୍ଜାମ ଜିଲ୍ଲାର ଧାନ ସଂଗ୍ରହ ବେଳେ ୩ କେଜି ଧାନ ଅଧୂକ ନିଆଯାଉଛି , ତାହା ବନ୍ଦ କରାଯାଉ , ଗତ ବର୍ଷ ଦିଆଯାଇନଥିବା ଅଖା ଓ ପରିବହନ ଖର୍ଚ ଏହି ବର୍ଷ ଫେରସ୍ତ ଦିଆଯାଉ । ଚଳିତ ବର୍ଷ ଧାନ ସଂଗ୍ରହ ପୁର୍ବରୁ ଚାଷୀଙ୍କୁ ଅଖା ଯୋଗାଇଦିଆଯାଉ , ଗ୍ରାମରେ କୃଷକ କମିଟି ଜରିଆରେ ଧାନ ସଂରହକୁ ଶୃଙ୍ଖଳିତ କରାଯାଉ । ରୁଷିକୁଲ୍ୟା ରୟତ ମହାସଭାର ଚାଷୀ ନେତା ବିଜୟ ସ୍ବାଇଁ କହିଛନ୍ତି ଯେ ଧାନ କିଣାବେଳେ ସୋସାଇଟି ଗୁଡିକ ଭେଣ୍ଡର ରସିଦ ଦେବାକୁ ପ୍ରଶାସନ , ନିର୍ଦ୍ଦେଶ ଦେଉ , ପ୍ରଥମେ ଭାଗଚାଷୀ ଓ ଛୋଟଚାଷୀଙ୍କ ଧାନ କିଣିବା ବ୍ୟବସ୍ଥା କରାଯାଉ , ଗତବର୍ଷ ଯେପରି ୫୦୦୦ ଚାଷୀଙ୍କ ଟୋକେନ ଥାଇ ଧାନ କିଣା ଗଲା ନାହିଁ , ଚଳିତ ବର୍ଷ ପୁନ ରାବୃତି ନ କରିବା ପାଇଁ ସଂଗଠନ ତରଫରୁ ସତର୍କ କରାଇ ଦିଆଯାଇଛି | ଖରିଫ୍ ଧାନ ସଂଗ୍ରହରେ ଅବହେଳା କରାଗଲେ ରାସ୍ତାରୋକ କରିବାକୁ ବାଧ୍ୟ ହେବେ ବୋଲି ଚାଷୀ ନେତା ମାନେ ଘୋଷଣା କରିଛନ୍ତି |