କେନ୍ଦ୍ରୀୟ ଗଣେଶପୂଜା କମିଟି ପକ୍ଷରୁ୨୦୨୪ର ଆୟବ୍ୟୟକୁ ନେଇ ଚର୍ଚ୍ଚା
ତାଳଚେର, ୧୩/୦୭ ତାଳଚେର କେନ୍ଦ୍ରୀୟ ଗଣେଶପୂଜା କମିଟି ପକ୍ଷରୁ ପ୍ରତିବର୍ଷ ତାଳଚେର ସହରର ୧ନମ୍ବର ୱାର୍ଡ଼ ଠାରୁ ଆରମ୍ଭ କରି ୨୧ନମ୍ବର ୱାର୍ଡ଼ ପର୍ଯ୍ୟନ୍ତ ପ୍ରାୟ ଶହେରୁ ଉର୍ଦ୍ଧ୍ୱ ମେଢ଼ ପୂଜା ପାଇ ଆସୁଥିବା ବେଳେ ବିସର୍ଜନରେ ପ୍ରାୟ ୪୦ରୁ ୫୦ଟି ମେଢ଼ ଭାଗ ନେଇଥାନ୍ତି । ଓଡ଼ିଶା ପ୍ରସିଦ୍ଧ ଲାଭ କରିଥିବା ଗଣପର୍ବ ଗଣେଶପୂଜା ୧୧ଦିନ ବ୍ୟାପି ବଡ଼ ଧୂମାଧାମରେ ପାଳନ କରାଯାଇଥାଏ । ଏଥିପାଇଁ କିଛି ବାଦାନ୍ୟ ବ୍ୟକ୍ତି ସାହଯ୍ୟ ସହଯୋଗ କରୁଥିବା ବେଳେ ଆଉ କିଛି ଅନୁଷ୍ଠାନ, ପ୍ରତିଷ୍ଠାନ ଓ ପୂଜାମଣ୍ଡପ ଗୁଡ଼ିକରୁ ଅର୍ଥ କେନ୍ଦ୍ରୀୟ କମିଟିକୁ ଆସିଥାଏ । ଏହି କମିଟିର ସଭାପତି ତାଳଚେର ଉପଜିଲ୍ଳାପାଳ ରହିଥିବା ବେଳେ ପୂଜାମଣ୍ଡପ କମିଟିର କିଛି ସଦସ୍ୟ, କର୍ମକର୍ତାଙ୍କୁ ଚୟନ କରାଯାଇଥାଏ ଓ ସେମାନେ ପୂଜାରେ ବିଭିନ୍ନ ଅଂଶଗ୍ରହଣ କରି ଶନ୍ତିଶୃଙ୍ଖଳା ଠାରୁ ଆରମ୍ଭକରି ପ୍ରତ୍ୟେକ କ୍ଷେତ୍ରରେ ଦାୟୀତ୍ୱ ନିର୍ବାହ କରିଥାନ୍ତି । କେନ୍ଦ୍ରୀୟ ଗଣେଶ ପୂଜା କମିଟିର ବାଇଲୋ ଅନୁଯାୟୀ ପ୍ରତିବର୍ଷ ପୂଜା ଓ ବିସର୍ଜନ ସମାପ୍ତ ହେବାପରେ ସମସ୍ତ କମିଟିର ସଭାପତି ଓ ସମ୍ପାଦକକୁ ନେଇ ବୈଠକ କରି ପୂଜା ଆୟବ୍ୟୟ ହିସାବ ଦେବାର ନିୟମ ରହିଛି । ମାତ୍ର ୨୦୨୪ ଯାଇ ୨୦୨୫ର ପୂଜା ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏପର୍ଯ୍ୟନ୍ତ ଆୟବ୍ୟୟ ହିସାବ ଦିଆଯାଇନଥିବାରୁ କିଛି କମିଟି ମଧ୍ୟରେ ଏହାକୁ ନେଇ ଅସନ୍ତୋଷ ବ୍ୟାପିବାରେ ଲାଗିଛି । ତେଣୁ ତୁରନ୍ତ ଉପଜିଲ୍ଳାପାଳ ତଥା କେନ୍ଦ୍ରୀୟ ଗଣେଶପୂଜା କମିଟି ସଭାପତି ଏଥିରେ ହସ୍ତକ୍ଷେପ କରି ଏହାର ସମାଧାନ କରିବାକୁ ନେଇ ପୂଜାକମିଟି ଦାବି ହେଉଛି ଓ ଯେଉଁ ସମୟରେ କେନ୍ଦ୍ରୀୟ ଗଣେଶ ପୂଜା କମିଟିର ବୈଠକ ଡ଼କାଯାଉଛି, ସେଥିରେ ସମସ୍ତ ପୂଜାକମିଟିର ସଭାପତି, ସମ୍ପାଦକମାନେ ଉପସ୍ଥିତ ରହୁଛନ୍ତି ନା ନଜଣାଇ ସେମିତି ବୈଠକ କରି କାମ ଚଳାଇ ଦିଆଯାଉଛି, ଏହାକୁ ତର୍ଜମା କରିବା ନିତ୍ୟାନ୍ତ ଆବଶ୍ୟକତା ରହିଛି ବୋଲି ଚର୍ଚ୍ଚା ଯୋର ଧରିଛି ।
{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false} 