Spread the love

*କୋଟିଆ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ, ଓଡ଼ିଶାର ଅସ୍ମିତା ଏଵଂ ଅଭିମାନ – ରାଜସ୍ୱ ମନ୍ତ୍ରୀ*

– *ରାଜସ୍ୱ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ*

– *କୋଟିଆର ପ୍ରଗତି ପତ୍ର (ପ୍ରୋଗ୍ରେସ ରିପୋର୍ଟ) ରୂପରେଖ ପ୍ରଦାନ କଲେ ମାନ୍ୟବର ରାଜସ୍ୱ ମନ୍ତ୍ରୀ*

– *କୋଟିଆର ସର୍ବାଙ୍ଗୀନ ବିକାଶ ନିମନ୍ତେ ରାଜ୍ଯ ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧ।*

 

ଭୁବନେଶ୍ୱର, ଅକ୍ଟୋବର ୨୭ :

ଲୋକସେବା ଭବନଠାରେ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ କୋଟିଆର ସାମଗ୍ରିକ ବିକାଶ ସମ୍ପର୍କରେ ବିସ୍ତୃତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମାନ୍ୟବର ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ କୋଟିଆର ସର୍ବାଙ୍ଗୀନ ବିକାଶ ନିମନ୍ତେ ଓଡ଼ିଶା ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧ ବୋଲି ଗୁରୁତ୍ୱାରୋପ କରି କୋଟିଆର ଜନସାଧାରଣଙ୍କ ପ୍ରତିଟି ସ୍ବାର୍ଥ ରକ୍ଷା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାନ୍ୟବର ମନ୍ତ୍ରୀ କହିଛନ୍ତି, କୋଟିଆ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ ଥିଲା , ଅଛି ଏବଂ ରହିବ। ସୁତରାଂ ସୁପ୍ରିମକୋର୍ଟଙ୍କ ନିଷେଧାଦେଶକୁ ଅବମାନନା କରି କୋଟିଆରେ ନିର୍ବାଚନ କରାଇବା ପରିକା କାର୍ଯ୍ୟରୁ ଅନ୍ୟ ରାଜ୍ୟ କ୍ଷାନ୍ତ ରହିବା ଉଚିତ୍। ଓଡ଼ିଶାର ଅସ୍ମିତା ତଥା ଅଭିମାନ କୋଟିଆ ଗ୍ରାମପୁଞ୍ଜର ସ୍ବାର୍ଥ ରକ୍ଷା ନିମନ୍ତେ ଏବଂ କୋଟିଆର ଜନସାଧାରଣଙ୍କ ପ୍ରତ୍ୟେକ ଦାବୀକୁ ଯଥାର୍ଥ ପୂରଣ କରିବା ନିମନ୍ତେ ସମସ୍ତ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଏହି ପରିପ୍ରେକ୍ଷୀରେ ମାନ୍ୟବର ମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ।

 

ବୈଠକରେ କୋଟିଆରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ବିକାଶମୂଳକ କାର୍ଯ୍ୟକୁ ନେଇ ବିସ୍ତୃତ ସମୀକ୍ଷା କରାଯାଇଥିଲା। ବିଗତ ଦୁଇ ବର୍ଷରେ କୋଟିଆର ବିକାଶ ସଂକ୍ରାନ୍ତରେ କୋରାପୁଟ ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟବାନ୍ ମହାଜନ ବିସ୍ତୃତ ରିପୋର୍ଟ ଉପସ୍ଥାପନ କରିଥିଲେ।

ଦୁଇ ବର୍ଷ ଭିତରେ କୋଟିଆର ସ୍ୱତନ୍ତ୍ର ବିକାଶ ପାଇଁ ରାଜ୍ୟସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ ମାନ୍ୟବର ରାଜସ୍ଵ ମନ୍ତ୍ରୀ କହିଲେ ଯେ,ପଞ୍ଚାୟତିରାଜ ବିଭାଗ ପକ୍ଷରୁ ବିଭିନ୍ନ ଆବାସ ଯୋଜନାରେ ୯୨୧ ବାସଗୃହ ପ୍ରଦାନ କରାଯାଇଥିଲା ବେଳେ ବେଳେ ୬୪୧ ଘର କାମ ଇତିମଧ୍ୟରେ ଶେଷ ହୋଇଛି। କୋଟିଆରେ ୨୦୭୦ ରାସନ କାର୍ଡ ବଣ୍ଟନ ହୋଇଥିବା ବେଳେ ମନେରେଗା ଏଵଂ ବିଭିନ୍ନ ଯୋଜନାରେ ଭତ୍ତା ପ୍ରଦାନ ତୃଣମୂଳ ସ୍ତରରେ ପଂହଁଚିଛି ।

ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ୪୧ କୋଟି ଟଙ୍କା ଖର୍ଚ୍ଚ ହୋଇ ୪୧ କିମି ରାସ୍ତା ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି । ସ୍ୱାସ୍ଥ୍ୟ ବିଭାଗରେ ଉଲ୍ଲେଖନୀୟ ଭାବେ OPD ରୋଗୀ ସଂଖ୍ୟା ବୃଦ୍ଧି ହୋଇ କେବଳ ୨୦୨୫-୨୬ ବର୍ଷରେ ୧୧୮୬୨ରେ ପହଞ୍ଚିଛି । 140 ଟି ସଫଳ ପ୍ରସବ ହୋଇ ଶିଶୁ ଜନ୍ମ ସହ ମାତୃ ମୃତ୍ୟୁ ହାର ସମଗ୍ର କୋଟିଆରେ ସମ୍ପୂର୍ଣ୍ଣ ଶୂନ ରହିଛି। ୧୮ ଟି ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇ ଉନ୍ନତ ସ୍ୱାସ୍ଥ୍ୟ ସେବା ପ୍ରଦାନ ସୁନିଶ୍ଚିତ କରାଯାଇଛି।

୧୯ ଟି ସ୍କୁଲ, ୨ ଟି ଆଦର୍ଶ ବିଦ୍ୟାଳୟ, ୧୯୩୯ ଛାତ୍ର ଏଵଂ ସଫଳ ରେଜଲ୍ଟ କୋଟିଆର ଉନ୍ନତ ଶିକ୍ଷା ବ୍ୟବସ୍ଥାର ପରିଚାୟକ ସାଜିଛି। ୭.୧୯କୋଟି ଟଙ୍କାର ସୋଲାର ବିଦ୍ୟୁତ୍ ପ୍ଲାନର ବ୍ୟବସ୍ଥା ମଧ୍ୟ ହୋଇଛି, ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନା ଆଗକୁ ବଢୁଛି । ଆଗାମୀ ଦିନରେ ସମସ୍ତ ଘରମାନଙ୍କରେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା ନିମନ୍ତେ ରାଜ୍ୟ ସରକାର ଆବଶ୍ୟକ ଅର୍ଥ ରାଶି ପ୍ରଦାନ କରିବା ନିମନ୍ତେ ବୈଠକରେ ନିଷ୍ପତ୍ତି ହୋଇଛି।

କୋଟିଆର ୨୧ଟି ଗାଁ ରେ ୧୦୫ଟି ସ୍ୱୟଂ ସହାୟକ ଗୋଷ୍ଠୀ ଏଵଂ ୯୦୯ ଲକ୍ଷ ପତି ଦିଦି ମହିଳା ସଶକ୍ତିକରଣର ସଫଳ ଉଦାହରଣ ସାଜିଛି। ୧୦୯୮ ଜଣ ହିତାଧିକରୀ ସୁଭଦ୍ରା ଯୋଜନାରେ ଉପକୃତ ହୋଇଛନ୍ତି। ପାଇପ ପାଣି, ନଳକୂପ ବ୍ୟବସ୍ଥା ହୋଇଛି।
ଦେଓମାଳୀରେ ପର୍ଯ୍ୟଟନର ବିକାଶ ପାଇଁ ଇକୋ ଟୁରିଜିମ ହବ୍ ପ୍ରକଳ୍ପ ଅଧୀନରେ ୫୩ କୋଟି ଟଙ୍କା ପ୍ରଦାନ କରାଯାଇଛି। କୋଟିଆ ଜଗନ୍ନାଥ ମନ୍ଦିରରେ ଶ୍ରୀକ୍ଷେତ୍ର ପୁରୀ ଚଳିତ ବର୍ଷ ଘୋଷଯାତ୍ରାର ଦର୍ପଦଳନ ରଥର ଏକ ପବିତ୍ର ଚକ ମଧ୍ଯ ସ୍ଥାପନା କରାଯାଇଛି।

ରାଜସ୍ୱ ବିଭାଗ ପକ୍ଷରୁ ଜଙ୍ଗଲ ଅଧିକାର ଆଇନ ଅଧୀନରେ ୨୪୯୯ଟି ପଟ୍ଟାରେ ୩୨୩୯ ଏକର ଜମି ବନ୍ଦୋବସ୍ତ ହୋଇଛି । ସିଏମ୍ କିଷାନ୍ ଅଧିନରେ ୬୯୩ ଏଵଂ ପିଏମ୍ କିଷାନ୍ ଅଧୀନରେ ୨୦୪ ଜଣ ହିତାଧିକାରୀ ଅର୍ଥରାଶି ପାଇଛନ୍ତି।

କୋଟିଆରେ କୃଷି, ସ୍ୱାସ୍ଥ୍ୟ, ଶିକ୍ଷା ଆଦିର ବିକାଶ ସହ ଆର୍ଥିକ ଦୃଷ୍ଟିରୁ ଜନସାଧାରଣଙ୍କୁ ଆତ୍ମନିର୍ଭରଶୀଳ କରାଇବାରେ ରାଜ୍ୟସରକାର ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି। କୋଟିଆରେ ସାମାଜିକ ଏଵଂ ସାଂସ୍କୃତିକ ସମୃଦ୍ଧିକୁ ଗୁରୁତ୍ୱ ଦିଆଯାଉଛି। କୋଟିଆ ବିକାଶ ପାଇଁ ଆଗାମୀ ଦିନର ସ୍ଥାନୀୟ ବାସିନ୍ଦାଙ୍କୁ ନେ଼ଇ ସହଭାଗିତା କମିଟି ଗଠନ କରାଯାଇ କୋଟିଆବାସୀଙ୍କ ସମସ୍ତ ଦାବିକୁ ବିଚରା କରାଯାଇ ପୂରଣ କରାଯିବାକୁ ବୈଠକରେ ମାନ୍ୟବର ମନ୍ତ୍ରୀ ଗୁରୁତ୍ୱାରୋପ କରି କହିଛନ୍ତି।

ବୈଠକରେ ଆଭାସୀ ମାଧ୍ୟମରେ କୋରାପୁଟରୁ ମନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ , କୋରାପୁଟ୍ ବିଧାୟକ ଶ୍ରୀ ରଘୁରାମ ମାଛ ଯୋଗ ଦେଇଥିଲା ବେଳେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ପୋଲିସ୍ ମହାନିର୍ଦ୍ଦେଶକ ଶ୍ରୀ ବିନୟତୋଷ ମିଶ୍ର ଏଵଂ ବିଭିନ୍ନ ବିଭାଗର ସଚିବବୃନ୍ଦ ଉପସ୍ଥିତି ଥିଲେ। ଦକ୍ଷିଣାଞ୍ଚଳ ଆରଡିସି,କୋରାପୁଟ ଜିଲ୍ଲାପାଳ, ଏସପି ଏଵଂ ବଶିଷ୍ଠ ଅଧିକାରୀବୃନ୍ଦ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ।

 

Leave a Reply

Your email address will not be published. Required fields are marked *