Spread the love

କୋଲକାତାରୁ ହାଇଦ୍ରାବାଦକୁ ହେଉଥିଲା ସୁନା ଚୋରା ଚାଲାଣ, ବିଶାଖାପାଟଣାରେ ମାଡ଼ି ବସିଲା DRI (ଡିଆରଆଇ); ପ୍ରାୟ ୯ କୋଟି ଟଙ୍କାର ସୁନା ବିସ୍କୁଟ୍‌ ଜବତ, ୯ ଗିରଫ

ବିଶାଖାପାଟଣା: ସୁନା ଚୋରା ଚାଲାଣର ଏକ ବଡ଼ ର୍ୟାକେଟ୍‌ର ପର୍ଦ୍ଦାଫାଶ ହୋଇଛି। ବିଶାଖାପାଟଣା ନିକଟ ଜାତୀୟ ରାଜପଥରେ ପାଟ୍ରୋଲିଂ କରୁଥିବା ବେଳେ ଡିଆରଆଇ (Revenue Intelligence Directorate) ଏକ ବଡ଼ ଧରଣର ସଫଳତା ପାଇଛି। କୋଲକାତାରୁ ହାଇଦ୍ରାବାଦ ଯାଉଥିବା ସମୟରେ ଚୋରା ଚାଲାଣକାରୀଙ୍କୁ କାବୁ କରିବା ସହ ବିପୁଳ ପରିମାଣର ସୁନା ଜବତ କରିଛି।

ମିଳିଥିବା ସୂଚନା ମୁତାବକ, ଏହି ଅଭିଯାନରେ ୮.୯୮ କୋଟି ଟଙ୍କାର ସୁନା ବିସ୍କୁଟ୍ ଜବତ ହେବା ସହ ଘଟଣାରେ ସଂପୃକ୍ତ ୯ ଜଣଙ୍କୁ DRI ଗିରଫ କରିଛି। ଗୁପ୍ତ ଚ୍ୟାମ୍ବର ଭିତରେ ତିନୋଟି ପ୍ୟାକେଟ୍‌ରେ ଏହି ସୁନା ବିସ୍କୁଟ୍‌ଗୁଡ଼ିକୁ ଲୁଚାଇ ଚାଲାଣ କରାଯାଉଥିଲା। ଜବତ ହୋଇଥିବା ସୁନାର ମୋଟ ଓଜନ ପ୍ରାୟ ୧୪,୩୨୦.୯୦ ଗ୍ରାମ ବୋଲି ଜଣାପଡିଛି। ଡିଆରଆଇ ଅଧିକାରୀମାନେ ଏହି ମାମଲାରେ ପରବର୍ତ୍ତୀ ତଦନ୍ତ ଜାରି ରଖିଛନ୍ତି।

Leave a Reply

Your email address will not be published. Required fields are marked *