Spread the love

ଖଣି କର୍ମଚାରୀଙ୍କୁ କଟୁରୀରେ ହାଣି ଲହୁଲୁହାଣ କଲେ ଦୃର୍ବୁତ

ତାଳଚେର, ୦୯/୦୬ ତାଳଚେର ବ୍ଲକ ହିଙ୍ଗୁଳା ଥାନା ଅନ୍ତର୍ଗତ ନାତିଡ଼ି ଗ୍ରାମର ମିନକେତନ ଗଡ଼ନାୟକ ହିଙ୍ଗୁଳା ଖଣିରେ ନିଜର ଡ଼୍ୟୁଟି ସାରି ଘରକୁ ଫେରୁଥିବା ବେଳେ ଏକ ନିକାଚଂନ ଜଙ୍ଗଲିଆ ରାସ୍ତାରେ ଜଣେ ଦୃର୍ବୁତ ତାଙ୍କୁ କଟୁରୀରେ ଆକ୍ରମଣ କରିବା ଦ୍ୱାରା ସେ ସେଠାରେ ଖସି ପଡ଼ିବା ପରେ ଦୃର୍ବୁତ ବାରମ୍ବାର ଆକ୍ରମଣ କରିଥିଲା ଓ ଆତ୍ମରକ୍ଷା କରିବା ନିମନ୍ତେ କଳେବଳେ କୌଶଳେ ଶ୍ରୀ ଗଡ଼ନାୟକ ସେଠାରୁ ଦୌଡ଼ି ପଳାଇ ଯାଇଥିଲେ । ରକ୍ତଜୁଡ଼ୁବୁଡ଼ୁ ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ସ୍ଥାନୀୟ ଚିକିତ୍ସାଳକୁ ନିଆଯାଇଥିଲା ଓ ଅବସ୍ଥା ଗୁରୁତର ହେବାରୁ ଭୂବନେଶ୍ୱର ସ୍ଥାନାନ୍ତରିତ କରାଯାଇଥିଲା ବୋଲି ଗ୍ରାମାବାସୀଙ୍କ ସୂତ୍ରରୁ ଜଣାପଡ଼ିଛି । ସେହି ଗ୍ରାମର ଦିନବନ୍ଧୁ ନାଏକ କୌଣସି ଘଟଣାକୁ ନେଇ ସନ୍ଦେହକରି ଏପରିକାଣ୍ଡ ଭିଆଇଛନ୍ତି ବୋଲି ମିନକେତନ ଏହା ଅଭିଯୋଗ କରିଛନ୍ତି । ତେବେ ବର୍ତମାନ ଅବସ୍ଥା ସ୍ଥିର ରହିଥିବା କୁହାଯାଉଛି ।

Leave a Reply

Your email address will not be published. Required fields are marked *