Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ଗଁଦିଆ ବ୍ଳକ ରେ ଲେଖକ ପରିଷଦ ଉଦଘାଟିତ

ଜେ. ବି. ଏନ୍ (୨୭/୧୨ /୨୦୨୦), ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ ଅଞ୍ଚଳରେ ଦିବା ୧୧ ଘଟିକା ସମୟରେ ବିଧାୟକ୍ ଶ୍ରୀ ସୁଧିର କୁମାର ସାମଲ ପ୍ରଦୀପ ପ୍ରଜ୍ବଳନ କରିବା ସାହ୍ ମହା ପ୍ରଭୁ ଜଗନ୍ନାଥ ଙ୍କୁ ପୁଷ୍ପ ମାଲ୍ୟ ଅର୍ପଣ କରି ଲେଖକ ପରିଷଦକୁ ଉଦଘାଟନ କରିଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଗଁଦିଆ ବ୍ଳକ ଅଧକ୍ଷ ଗୀତାଞ୍ଜଲି ଭୁମିୟା ପିଙ୍ଗୁଆ ଗ୍ରାମ ସରପଞ୍ଚ ଗୀତାଞ୍ଜଲି ନାୟକ, ସମିତି ସଭ୍ୟ ସ୍ଵର୍ଣ୍ଣପ୍ରଭା ରାଉତ, ସରପଞ୍ଚ ଶୁଭଦର୍ଶିନୀ ପରିଡା, ନିହାଲ ପ୍ରସାଦ ସରପଞ୍ଚ ତାପସ ସାହୁ, ବିଜୁ ଯୁବ ବାହିନୀ ସଭାପତି ପ୍ରଦୀପ ରାଉତ, ଓ ନିରାକାର ରାଉତ ଉପସ୍ଥିତ ରହି ଉଦଘାଟନ ରେ ଅଂଶ ଗ୍ରହଣ କରିଥିଲେ। ଦିବା ୧୧.୩୦ ସମୟରେ ବୁଦ୍ଧଦେବ ପ୍ରଧାନ ଙ୍କ ସଭାପତିତ୍ବରେ ଗାୟକ କବି ଶ୍ରିବସ୍ତ ପାତ୍ର, ଙ୍କ ପୁସ୍ତକ ଆତ୍ମ ଚିନ୍ତନ ଓ ଚେତନା ର ଅନ୍ତର୍ଦ୍ଧ ପିଙ୍ଗୁଆ ଉଚ୍ଚ ବିଦ୍ୟାଳୟ ର ପ୍ରାକ୍ତନ ପ୍ରଧାନ ଶିକ୍ଷକ ବେଣୁଧର ବେହେରାଙ୍କ ଦ୍ଵାରା ଉନ୍ମୋଚିତ କରାଯାଇଥିଲା। ଉକ୍ତ ସଭାରେ ମୁଖ୍ୟ ବକ୍ତା ରୂପେ ଅଧ୍ୟାପକ ମନୋରଞ୍ଜନ ମହାନ୍ତି, ଯୋଗ ଦେଇ ସମାଜର ହିତରେ ସାହିତ୍ୟ୍ ଉକ୍ତି ଟି କୁ ସତ୍ୟ ବୋଲି ପ୍ରତିପାଦନ କରିଥିଲେ। ଅନ୍ୟ ତମ ବକ୍ତା ଭାବେ ଅଧ୍ୟାପକ ସୁରେଶ୍ ପ୍ରସାଦ ମିଶ୍ର ଯୋଗଦେଇ ସାହିତ୍ୟ୍ ର ଦିଗ ଦିଗନ୍ତ, ଓ ଗ୍ରାମାଞ୍ଚଳରେ ସାହିତ୍ୟ ଭୂମିକା ଉପରେ ଆଲୋକ ପାତ କରିଥିଲେ। ଓଡ଼ିଆ ପାଲା ରେ କବିଙ୍କର ସାହିତ୍ୟ୍ କୁ ସ୍ଥାନ ଦେବା ପାଇଁ ବଦିସ୍ତ ଯୁକ୍ତି ବାଡ଼ି ଥିଲେ। ଉନ୍ମୋଚିତ ପୁସ୍ତକ ର ସମୀକ୍ଷକ ଭବରେ ଯୋଗ ଦେଇ ପଠିତ ପାଲା ଗାୟକ ଶ୍ରୀ ଜଗନ୍ନାଥ ବେହେରା ପୁସ୍ତକ ସମୀକ୍ଷା କରିବା ସହ ଓଡିଶାର ପାଲା ଓଡ଼ିଆ ଭାଷା ସାରା ବିଶ୍ୱରେ କି ଭଲି ନିଜର କିର୍ତ୍ତୀ ବଜାୟ ରଖିବ ସେ ବିଷୟରେ ମତ ପ୍ରକାଶ କରିଥିଲେ। ସମୀକ୍ଷକ ଭବରେ ପ୍ରଜ୍ଞାଂ ମନସା ପଣ୍ଡିତ, ରମେଶ ଚନ୍ଦ୍ର ସାହୁ, ଡ. ଦୂର୍ଗା ମାଧବ ପୃଷ୍ଟି, ଯୋଗ ଦାନ କରିଥିଲେ। ବିଶେଷ ଅତିଥି ଭାବରେ ସ୍ଥାନୀୟ ସାମାଜ ସେବି କୈଳାଶ ଚନ୍ଦ୍ର ନାୟକ, ଯୁବ ନେତା ସଂଗ୍ରାମ ଶତପଥୀ, ବାବାଜୀ ଚରଣ ସ୍ଵାଇଁ, ରାମଚନ୍ଦ୍ର ଜେନା, ଯୋଗ ଦାନ କରିଥିଲେ। ବଡ ଜେନା ସହିତ୍ୟରେ ବରିଷ୍ଠ ଗବେଷକ କବି ଜୟରାମ ସାହୁ ଙ୍କୁ ଉପଢୌକନ ଓ ମାନପତ୍ର ସହ ସମ୍ମାନିତ କରାଯାଇଥିଲା। ପ୍ରମୋଦ ଓଝା, ବସନ୍ତ ରାଉତ, ସୁଶ୍ରୀ ପ୍ରଭା ମହାନ୍ତି, ଙ୍କ ଦ୍ଵାରା ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା। ଶେଷରେ ଅନୁଷ୍ଠାନର ତରଫରୁ ବିଶିଷ୍ଟ ଶୀଳ୍ପି ଓ ପରିଷଦର ଆବାହକ ରାଘବ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ। ସଂଯୋଜକ ଭାବରେ ଅନ୍ତର୍ଯ୍ୟାମି ବାରିକ ସୂଚାରୁ ରୂପେ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ଏହି ସଭାରେ ଗୋକର୍ଣ୍ଣିକା ସାହିତ୍ୟ ସଂସାଦ ଦରକା ମହତ୍ ସାହିତ୍ୟ ସଂସଦ ଗଁଦିଆ ବଡ ଜେନା ସାହିତ୍ୟ୍ ସାଂସଦ ରାଧାଦେଇପୁର୍ ଜିଲ୍ଲା ଲେଖକ ସଂସଦ ଢେଙ୍କାନାଳ ର ଅନେକ କବି ଓ ଲେଖକ ଯୋଗ ଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ। ସରପଞ୍ଚ ପିଙ୍ଗୁଆ ଗ୍ରାମପଞ୍ଚାୟତ ସୌଜନ୍ୟରୁ ସମସ୍ତ ସାହାଯ୍ୟ ସହଯୋଗ କରାଯାଇଥିଲା।