Spread the love

ଗଙ୍ଗାଧର ଜୟନ୍ତୀ ପାଲନ ପାଇଁ ପ୍ରସ୍ତୁତି ବୈଠକ

ଭଟଲି (ଅଭିମନ୍ୟୁ ପଧାନ):- ବରିଷ୍ଠ ନାଗରିକ ସଂଘ୍ ଭଟଲି ସଦସ୍ୟ ମାନଂକ ଏକ ବୈଠକ ଏକଲବ୍ୟ ସଭା ଗୃହ ରେ ଅନୁଷ୍ଠିତ ହୋଇଥିଲା । ଆସନ୍ତା ତାରିଖ ୧୮ ଅଗଷ୍ଟ ୨୦୨୫ ଦିନ ଅପରାହ୍ନ ୨ ଘଣ୍ଟା ସମୟରେ ଭଟଲି ଉଚ୍ଚ ବିଦ୍ୟାଳୟ ହଲ ରେ ଗଙ୍ଗାଧର ସାହିତ୍ୟ ବିଷୟ ରେ ଏକ ଆଲୋଚନା ସଭା ଆୟୋଜନ କରିବାକୁ ସ୍ଥିରୀକୃତ ହୋଇଛି । ଏଥରେ ବିଧାୟକ ଶ୍ରୀ ଇର।ଶିସ ଆଚାର୍ଯ୍ୟ ମୁଖ୍ୟ ଅତିଥି ତଥା ଉଦଘ।ଟକ ଭାବରେ ଯୋଗଦାନ ପାଇଁ ନିମନ୍ତ୍ରଣ କରାଯିବାକୁ ନିଷ୍ପତି ନିଆଯାଇଥିବା ବେଲେ ବେଲପାହାଡ଼ ର ଗଙ୍ଗାଧର ସାହିତ୍ୟ କଥା ବାଚକ ଶ୍ରୀ ସୁରେଶ ପଧାନ ଆଲୋଚକ ଭାବରେ ଯୋଗଦେବା ପାଇଁ ସ୍ଵୀକୃତି ପ୍ରଦାନ କରିଥିବା ସଙ୍ଘ ସମ୍ପାଦକ ଶ୍ରୀ ମୋତିଲାଲ ବନଛୋର ଏକ ପ୍ରେସ ବିବୃତି ରେ ଜଣାଇଛନ୍ତି। ଓଡ଼ିଶାର ଏହି ବରପୁତ୍ର ଙ୍କ ଜୟନ୍ତୀ ସର୍ବତ୍ର ପାଳନ କରାଯାଉଥିବାବେଳେ ଭଟଲି ରେ ମଧ୍ୟ ବ୍ଲକ ସ୍ତରୀୟ ଗଙ୍ଗାଧର ସାହିତ୍ୟ ଆଲୋଚନା ସଭା କରାଯାଇ କବି ଶ୍ରୀ ଗଙ୍ଗାଧର ମେହେର ଙ୍କ ରଚିତ ସାହିତ୍ୟ କଳା କୃତି ପ୍ରତି ସମ୍ମାନ ପ୍ରଦର୍ଶନ କରାଯିବ । ଭଟଲି ଅମ୍ବ।ଭୋନ। ଅଞ୍ଚଳର ସମସ୍ତ ସାହିତ୍ୟ ଅନୁର।ଗୀ ବନ୍ଧୁମାନେ ଏଥିରେ ଯୋଗ ଦେବାକୁ ବରିଷ୍ଟ ନାଗରିକ ସଂଘ ତରଫରୁ ସାଦର ନିମନ୍ତ୍ରଣ କରାଯାଉଅଛି । ଏହି ପ୍ରସ୍ତୁତି ସଭାରେ ବରିଷ୍ଟ ସଭ୍ୟ ଶ୍ରୀ ସନ୍ତୋଷ ଶେଠ୍ , କୋଷଧ୍ୟକ ଶ୍ରୀ ସନ୍ତୋଷ ବନଛୋର୍ , ଶ୍ରୀ ସତ୍ୟବାଦୀ ପଧାନ, ଶ୍ରୀ ଶେଷ ପଣ୍ଡା ,ଶ୍ରୀ ଦୀନବନ୍ଧୁ ନାୟକ ମାଧବ ନାୟକ , କ୍ଷମାନିଧି ରଥ ସନ୍ତୋଷ ସାହୁ ଆଦି ସଙ୍ଘ ସଦସ୍ୟ ମାନେ ବୈଠକ ରେ ଯୋଗଦାନ କରି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସେସରେ ସାଧୁ ବଞ୍ଛୋର୍ ଧନ୍ୟବାଦ୍ ଜଣାଇ ଉକ୍ତ ଦିନ ସମସ୍ତେ ଉପସ୍ଥିତ ରହିବା ପାଇଁ କହିଥିଲେ ।

Leave a Reply

Your email address will not be published. Required fields are marked *