Spread the love

ଗଚ୍ଛିତ ଲୁହାପଥର ଚୋରାଚାଲାଣ ବେଳେ ପୋଲିସର ଚଢ଼ଉ, ଟିନିଟ୍ରକ୍ ସହ ଜେସିବି ଜବତ ।

କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ମଣ୍ଡଳ ନୟାଗଡ଼ ରେଳ ସାଇଡିଙ୍ଗ ନିକଟରେ ଗଚ୍ଛିତ ଥିବା ଲୁହାପଥର ଉପରେ ଖଣି ମାଫିଆ ଲୋଲୁପ ଦୃଷ୍ଟି। ସେହି ଗଛିତ ଲୁହାପଥର ଷ୍ଟକ୍ ରୁ ଦିନରାତି ପରିବହନ ହେଉଛି | ଗଚ୍ଛିତ ଲୁହାପଥର ବୋଝେଇ ହେଉଥିବା ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ବାମେବାରୀ ପୋଲିସ ଚଢ଼ାଉ କରିବା ସମୟରେ ଘଟଣା ସ୍ଥଳରୁ ଟ୍ରକ୍ ଚାଳକ ମେସିନ୍ ଅପ୍ରେଟର ଫେରାର ହୋଇଯାଇଥିବା ବେଳେ ପୋଲିସ୍ ତିନୋଟି ଟ୍ରକ୍ ସହ ଜେସିବି ମେସିନ୍ ଜବତ କରିଥିବା ସୂଚନା | ସୂଚନା ଅନୁଯାୟୀ ଗତ ୨୦୧୦ ମସିହାରୁ ନୟାଗଡ଼ ରେଳ ସାଇଡିଂ ନିକଟ ନୟାଗଡ଼- ପଳାସପଙ୍ଗା ରାସ୍ତା କଡରେ ଥିବା ଏକ ପ୍ଲଟରେ ଲୁହାପଥର ଗୁଣ୍ଡ ଏକ ଘରୋଇ ରପ୍ତାନିକାରୀ ସଂସ୍ଥା ପକ୍ଷରୁ ଗଛିତ ରଖାଯାଇଥିଲା | ସେ ସମୟରେ ଖଣି ବିଭାଗ ପକ୍ଷରୁ ଖଣି ବାହାର ଅଂଚଳ ରେ ଗଛିତ ରଖୁଥିବା ସଂସ୍ଥାର ଷ୍ଟୋରିଙ୍ଗ ଲାଇସେନ୍ସ ରଦ୍ଦ କରାଯାଇ ଥିଲା | ଫଳରେ ସଂପୃକ୍ତ ସଂସ୍ଥା ଏହି ଲୁହାପଥରକୁ ରପ୍ତାନି କରି ନପାରିବାରୁ ସେଠାରେ ଉକ୍ତ ଖଣିଜ ପଦାର୍ଥ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଥିଲା । ଦୀର୍ଘବର୍ଷ ପରେମଧ୍ୟ ଖଣିବିଭାଗ ଏହି ଲୁହ।ପଥର କୁ ଜବତକରି ନିଲାମ କରି ନଥିବାରୁ ମାଫିଆ ଙ୍କ ଲୋଲୁପ ଦୃଷ୍ଟି ଲୁହାପଥର ଉପରେ ପଡିଛି | ଉକ୍ତ ସ୍ଥାନରେ ବହୁ ପରିମାଣର ଲୁହାପଥର ଗଚ୍ଛିତ ଥିଲା । ଗତବର୍ଷ ଖଣିବିଭାଗ ଉକ୍ତଷ୍ଟକ୍ ର ଯାଞ୍ଚ କରିବାରୁ ସେଠାରେ ପ୍ରାୟ ୪ ହଜାର ମେଟ୍ରିକ୍ ଟନ୍ ଗୁଣ୍ଡ ଲୁହାପଥର ଥିବା ସୂଚନା ଦେଇଛି ।ତେବେ ଉକ୍ତ ଖଣିଜ ପଦାର୍ଥ ର ରକ୍ଷଣା ବେକ୍ଷଣ ହେଉ ନଥିବାରୁ ତଥା ଖଣିବିଭାଗ ନିଲାମ କରୁ ନଥିବାରୁ ଖଣି ମାଫିଆ ମାନେ ଲୁହାପଥର ଚୋରା ଚାଲାଣ କରି ମାଲାମାଲ୍ ହେଉଥିବା ବେଳେ ରାଜ୍ୟ ସରକାର ଲକ୍ଷାଧିକ ଟଙ୍କାର ରାଜସ୍ବ ହରାଉଛନ୍ତି |

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *