Spread the love

*ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀ ଗୋସାଇଁନୂଆଗାଁ ମଣ୍ଡଳ ଯୁବମୋର୍ଚ୍ଚା ପକ୍ଷରୁ “ସେବାସଂକଳ୍ପ ଅଭିଯାନ” ଅବସରରେ ୧୪୬ ୟୁନିଟ ରକ୍ତ ସଂଗ୍ରହ*

ବ୍ରହ୍ମପୁର, ୬/୧୦ : “ସେବା ହିଁ ପରମ ଧର୍ମ”ର ମହାନମନ୍ତ୍ରକୁ ପାଥେୟ କରି ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୨୫ ବର୍ଷର ସୁଶାସନ ଓ ନିରନ୍ତର ଭାବେ ଜନସେବା ଯାତ୍ରାକୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ଗତ ସେପ୍ଟେମ୍ବର ୧୭ ତାରିଖରୁ ଦେଶବ୍ୟାପୀ ଆରମ୍ଭ ହୋଇଥିବା “ସେବା ସଂକଳ୍ପ ଅଭିଯାନ – ୨୦୨୬” ଅବସରରେ ଆଜି ସେବା ଭାରତୀ ଓ ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋସାଇଁନୂଆଗାଁ ମଣ୍ଡଳ ଯୁବମୋର୍ଚ୍ଚା ପକ୍ଷରୁ ଏକ “ରକ୍ତଦାନ ଶିବିର ଓ ଚକ୍ଷୁ ପରୀକ୍ଷା ଶିବିର” ଯୁବମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦକ କୃଷ୍ଣ ପୋଲାଇଙ୍କ ନେତୃତ୍ୱରେ ଏହି ଶିବିର ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଗୋସାଇଁନୂଆଗାଁ ସ୍ଥିତ ଗୋକୁଳଧାମ ଠାରେ ଆୟୋଜିତ ହୋଇଥିଲା । ଏହି ଅବସରରେ ଭାରତୀୟ ଜନତା ପାର୍ଟି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀପ ପ୍ରଜ୍ବଳନ କରି ଏହି “ରକ୍ତ ଦାନ ଓ ଚକ୍ଷୁ ପରୀକ୍ଷା ଶିବିର”କୁ ଉଦଘାଟନ କରିଥିଲେ । “ସେବା ହିଁ ସଂକଳ୍ପ ଏବଂ ବିକାଶ ହିଁ ଲକ୍ଷ” କୁ ଆଧାର କରି ବିକଶିତ ଭାରତ ନିର୍ମାଣ ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତବର୍ଷ ଦୃତ ଗତିରେ ଆଗେଇ ଚାଲିଛି ବୋଲି କାହ୍ନୁ ଚରଣ ପତି କହିଛନ୍ତି । ସମ୍ମାନନୀୟ ଅତିଥି ଭାବେ ବିଜେପିର ବରିଷ୍ଠ ନେତା ସୁନିଲ କୁମାର ସାହୁ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭ ତାରିଖରେ ମନ୍ଦିରରେ ଦୀପ ପ୍ରଜ୍ବଳନ ଠାରୁ ଆରମ୍ଭ କରି ସ୍ୱଚ୍ଛତା ଅଭିଯାନ, ଗଛଟିଏ ଲଗେଇବା ଠାରୁ ଆରମ୍ଭ କରି “ରକ୍ତଦାନ” କରିବା ପର୍ଯ୍ୟନ୍ତ । ଯୁବମୋର୍ଚ୍ଚାର ସେବା, ସମର୍ପଣ ଓ ମାନବିକତାର ଏହି ମହତ୍ୱପୂର୍ଣ୍ଣ ପ୍ରୟାସକୁ ବିଜେପିର ବରିଷ୍ଠ ନେତା ସୁନିଲ କୁମାର ସାହୁ ପ୍ରଶଂସା କରିଥିଲେ । ଏହି ଶିବିରରେ ମୋଟ ୧୪୬ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବା ବେଳେ ୨୫୦ ରୁ ଉର୍ଦ୍ଧ ଲୋକଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା । ଏହି ଅବସରରେ ସଂଘ ଶାଖା କାର୍ଯ୍ୟବାହ ପ୍ରହ୍ଲାଦ ପାଣିଗ୍ରାହୀ,ଯୁବମୋର୍ଚ୍ଚା ରାଜ୍ୟ ଉପସଭାପତି ତୁତୁନ୍ ପାତ୍ର,ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ବି.ସମୋନଥ ପାତ୍ର,ବିଜେପି ଜିଲ୍ଲା ଉପସଭାପତି ପ୍ରବୀର ପାତ୍ର,ପ୍ରଭାତ କିରଣ ଷଡ଼ଙ୍ଗୀ,ଜିଲ୍ଲା ସାଧାରଣ ସମ୍ପାଦକ ଗୈାରୀ ସାମନ୍ତରା,ସାଂସଦ ପ୍ରତିନିଧି ବାଳକୃଷ୍ଣ ସାମନ୍ତରା,ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ମଦନମୋହନ ପାତ୍ର,ବିଜେପି ଗୋସାଇଁନୂଆଗାଁ ମଣ୍ଡଳ ସଭାପତି ବର୍ଷା ବିଦ୍ୟୁସ୍ମିତା,ପୂର୍ବତନ ମଣ୍ଡଳ ସଭାପତି କୃଷ୍ଣ ଚନ୍ଦ୍ର ଚୈାଧୁରୀ,ମଧୂସୁଦନ ସାହୁ,ଧର୍ମରାଜ ପାଣିଗ୍ରାହୀ,ପୂର୍ବତନ ଜିଲ୍ଲା ସମ୍ପାଦିକା ନିବେଦିତା ପାଢ଼ୀ,ସୁଶିଳା ମଲ୍ଲିକ,ଲକ୍ଷ୍ମୀ ବେହେରା,ବିଜେପି ନେତା ଶଙ୍କର ପ୍ରସାଦ ପ୍ରଧାନ,କୁଞ୍ଜବିହାରୀ ପଣ୍ଡା,ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି ବି.ରବି ରାଓ,ଆଲୋକ କୁମାର ସାହୁ,ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଗୋପୀନାଥ ମହାରଣା,ଜିଲ୍ଲା ଯୁବମୋର୍ଚ୍ଚା ସମ୍ପାଦକ ସୁମନ ରାଉଳ,ଜିଲ୍ଲା ଯୁବମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ଶକ୍ତି ପଟ୍ଟନାୟକ,ଶୀତଲ ଜେନା,ସିରିଡି ବିକ୍ରମ,ରାହୁଲ ସାହୁ,ଶ୍ରୀଧର ପାଳ,ଲକ୍ଷ୍ମୀ ନାୟକ,ଗଜେନ୍ଦ୍ର ଚୈାଧୁରୀ,ଏସ୍.ଶ୍ରୀନିବାସ,ବିନୋଦ ସିଂ,ରବି ନାରାୟଣ ସାବତ,ଡ଼ି ଅନିଲ ରାଓ,ଗାଣା ସ୍ୱାମୀ,ଶୁଭମ ସାହୁ,ରୋହନ ପାତ୍ର,ଜଗନ ମହାପାତ୍ର,କମଲ ପାତ୍ର,ମନୋଜ ପାଣିଗ୍ରାହୀ,ଧର୍ମରାଜ ମହାପାତ୍ର,ତୁଷାର ସାମଲ,ଅଜୟ ଦାସ,ଶୁଭମ ବିଷୋୟୀ,ଚିନୁ ଡାକୁଆ,ଅଭିଜିତ ସାହୁ,ଶୁଭଙ୍କର ସ୍ୱାଇଁ,ଅରୁଣ ପ୍ରଧାନ,ଲକ୍ଷ୍ମୀକାନ୍ତ ମହାନ୍ତି,ଭାସ୍କର ଦୋରା,ପ୍ରଦୀପ ମିଶ୍ର,ଶିବ ପ୍ରସାଦ ଶତପଥୀ,ନର୍ମଦାମଣି ରାଜୁ,ଶଙ୍କର ରାଓ ପ୍ରମୁଖଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ଏହାସହ ଗୋକୁଳଧାମର ସଦସ୍ୟ କେଦାରନାଥ ଚୈାଧୁରୀ, ଗୋସାଇଁନୂଆଗାଁ ଦୁର୍ଗା ପୂଜା କମିଟି ସଭାପତି ଜଗଦୀଶ ପାଣିଗ୍ରାହୀ,ସମ୍ପାଦକ ସୁକାନ୍ତ ପଣ୍ଡା,କୋଷାଧ୍ୟକ୍ଷ ଶିବ ପ୍ରସାଦ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ବଡ଼ ମେଡ଼ିକାଲ ରକ୍ତ ଭଣ୍ଡାର କର୍ମଚାରୀ ଏବଂ ଏଲ୍ ଭି ପ୍ରସାଦ ଚକ୍ଷୁ ଚିକିତ୍ସାଳୟ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ । ଶେଷରେ ଏହି କର୍ମଚାରୀ ମାନଙ୍କୁ ଯୁବମୋର୍ଚ୍ଚା ପକ୍ଷରୁ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା ।

*ସୁନିଲ କୁମାର ସାହୁ*

Leave a Reply

Your email address will not be published. Required fields are marked *