Spread the love

ଗାଡି ଦୃର୍ଘଟଣାରେ ମୃତ୍ୟୁ ବରଣ କରିଥିବା ରାଜେନ୍ଦ୍ରଙ୍କ ଏକାଦଶାହରେ ସାହାଯ୍ୟ

ଯାଜପୁର — ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ବାଛୋଳ ପଞ୍ଚାୟତର ଗୈଡିଢିହ ଗ୍ରାମର ରାଜେନ୍ଦ୍ର କୁମାର ଦାଶଙ୍କ ଗାଡ଼ି ଦୁର୍ଘଟଣା ରେ ଗୁରୁତର ଅବସ୍ଥାରେ ମେଡିକାଲ ରେ ଚିକିତ୍ସିତ ହେଉଥିବାବେଳେ ପରଲୋକ ଘଟିଥିଲା।।ସେ ଥିଲେ ପରିବାର ର ଏକମାତ୍ର ବ୍ୟକ୍ତି ଯେ କି ପରିବାର ଚଳାଉ ଥିଲେ।ଏଭଳି ଅବସ୍ଥାରେ ସେ ସବୁଦିନ ପାଇଁ ଆଖିବୁଜି ଦେଇ ଚାଲି ଯାଇ ଥିବାରୁ ପରିବାର ଚଳିବାରେ ଅସୁବିଧା ହେଉଥିବାରୁ ଯାଜପୁର ଜିଲ୍ଲାର ଅଗ୍ରଣୀ ସଂଗଠନ ଭୟସ ଅଫ ଶ୍ରମିକ ଫାଉଣ୍ଡେସନ ମହିଳା ଏମ୍ଲେମେଣ୍ଟ ଟ୍ରେନିଙ୍ଗ ପ୍ରୋଗ୍ରାମ ପକ୍ଷରୁ ଆଜି ରାଜେନ୍ଦ୍ର କୁମାର ଦାଶଙ୍କ ଏକାଦଶାହ ଉପଲକ୍ଷେ ତାଙ୍କର ବାସଭବନରେ ଭୟସ ଅଫ ଶ୍ରମିକ ଫାଉଣ୍ଡେସନ ତରଫରୁ ଚେୟାରମ୍ୟାନ ବିଷ୍ଣୁ ଦାଶ, ଜିଲ୍ଲା କୋଅଡିନେଟର ସୁଚିସ୍କିତା ମିଶ୍ର, ବିଂଝାରପୁର ବ୍ଲକ୍ କୋଡିନେଟର ଲିପି ଦାଶ, ପଞ୍ଚାୟତ କୋଅଡିନେଟର ଅନୁସୂୟା ବାରିକ,ସିଂହପୁର ପଞ୍ଚାୟତର କୋଡିନେଟର ମନୋଜ କୁମାର ଦାଶ,କଲ୍ୟାଣ ପୁର ପଞ୍ଚାୟତର କୋଡିନେଟର ଶୁଭଲଖ୍ନି ସାମଲ,ଆଉରି ପଞ୍ଚାୟତର କୋଡିନେଟର ଗାୟତ୍ରୀ ଯେନା ଙ୍କ ସମେତ ବାଛୋଳ ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ଅମର ବେହେରା ପ୍ରମୁଖଙ୍କ ଉପସ୍ଥିତିରେ ବିଭିନ୍ନ ପ୍ରକାର ରାସନ ସାମଗ୍ରି ଜିନିଷ ପ୍ରଦାନ କରାଯାଇଥିଲା। ଗ୍ରାମାଞ୍ଚଳରେ ଏଭଳି ଉଦ୍ୟମ କୁ ଭୁରି ଭୁରି ପ୍ରଶଂସା କରାଯାଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *