Spread the love

ଗାୟତ୍ରୀନଗର ଉନ୍ନୟନ ପରିଷଦ ପକ୍ଷରୁ ହନୁମାନ ଚାଳିଷା ପାଠ ମହାଯଜ୍ଞ

ଢେଙ୍କାନାଳ, ୨୨/୨: ଢେଙ୍କାନାଳ ସହର ଗାୟତ୍ରୀନଗର ଉନ୍ନୟନ ପରିଷଦ ଆନୁକୁଲ୍ୟରେ ବିଶ୍ୱ କଲ୍ୟାଣ ନିର୍ମିତ ଶ୍ରୀ ଶ୍ରୀ ହନୁମାନଙ୍କର ୧୦୮ ହନୁମାନ ଚାଳିଶା ପାଠ ଓ ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଅଛି । ପ୍ରାତଃରୁ କଳସ ଯାତ୍ରା, ସୂର୍ଯ୍ୟପୂଜା, କଳସ ପୂଜା, ମଣ୍ଡଳ ପୂଜା ସହିତ ହନୁମାନଜୀଙ୍କ ଷୋଡ଼ଶ ଉପଚାରି ପୂଜା ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ଭୋଗରାଗ ଲାଗି କରାଯାଇ ମହାଯଜ୍ଞ ପରେ ପୂର୍ଣାହୁତି ଅନୁଷ୍ଠିତ ହୋଇଥିଲା । ଭକ୍ତମାନେ ମଧ୍ୟାହ୍ନରେ ପ୍ରସାଦ ସେବନ କରିଥିଲେ । ମୁଖ୍ୟ ପୁରୋଧା ରମେଶ ଚନ୍ଦ୍ର ପଣ୍ଡାଙ୍କ ତତ୍ତ୍ବାବଧାନରେ ଗାୟତ୍ରୀ ନଗର ଠାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ମହିଳା କ୍ଲବ୍ ସଭାପତି ନର୍ମଦା ଜେନା, ସମ୍ପାଦିକା ଗୋଲାପମଣି ସାହୁ, ଗାୟତ୍ରୀନଗର ଉନ୍ମୟ ପରିଷଦର ସଭାପତି ରବାନୀ ଶଙ୍କର ମିଶ୍ର, ସଂପାଦକ ପ୍ରଭାତ କୁମାର ବେହେରା, ପୂର୍ବତନ ସମ୍ପାଦକ ପୂର୍ଣଚନ୍ଦ୍ର ଶତପଥୀ ଓ ସମସ୍ତ ସଭ୍ୟ ସଭ୍ୟା ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *