Spread the love

### ଗିଡ଼ିପାବାଲି ଦୁର୍ଘଟଣା: ୫ ମୃତଦେହ ଉଦ୍ଧାର, ନିଖୋଜଙ୍କ ସନ୍ଧାନରେ ଉଦ୍ଧାରକାର୍ଯ୍ୟ ଜାରି

ଭୁବନେଶ୍ୱର, ୫ ନଭେମ୍ବର: ଗିଡ଼ିପାବାଲି ଦୁର୍ଘଟଣାସ୍ଥଳରେ ଜିଲ୍ଲା ପ୍ରଶାସନ ଓ ଉଦ୍ଧାରକାରୀ ଦଳ ପକ୍ଷରୁ ନିରନ୍ତର ଉଦ୍ୟମ ଜାରି ରହିଛି। ଉଦ୍ଧାରକାରୀ ଟିମ୍‌ଗୁଡ଼ିକର ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ଆଜି ୫ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ଉଦ୍ଧାର ହୋଇଥିବା ମୃତକମାନଙ୍କୁ ପରିବାର ସଦସ୍ୟ ଚିହ୍ନଟ କରିଛନ୍ତି। ସେମାନେ ହେଲେ:

* ଅରୁଣା ପ୍ରଧାନ (୭ ବର୍ଷ)

* ଭୂମିକା ପ୍ରଧାନ (୨୭ ବର୍ଷ)

* ବିଜୟ ପ୍ରଧାନ (୨୫ ବର୍ଷ)

* ବାଗ୍ରୀ ପ୍ରଧାନ (୧ ବର୍ଷ)

* ବିଜୟଲକ୍ଷ୍ମୀ ପ୍ରଧାନ (୬ ବର୍ଷ)

ପରିବାରବର୍ଗ ଘଟଣାସ୍ଥଳରେ ହିଁ ମୃତକଙ୍କ ଅନ୍ତିମ ସଂସ୍କାର କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ପରିବାରର ଏହି ନିଷ୍ପତ୍ତିକୁ ସମ୍ମାନ ଜଣାଇ ପ୍ରଶାସନ ପକ୍ଷରୁ ଅନ୍ତିମ ସଂସ୍କାର ପାଇଁ ଆବଶ୍ୟକ ସମସ୍ତ ସହଯୋଗ ଯୋଗାଇ ଦିଆଯାଇଥିଲା।

ଏଭଳି ଦୁଃଖଦ ପରିସ୍ଥିତିରେ ପ୍ରଶାସନ ପୀଡ଼ିତ ପରିବାରଙ୍କ ସହ ରହିଥିବା ଜଣାଇଛି। ଅନ୍ୟପକ୍ଷରେ ଅବଶିଷ୍ଟ ନିଖୋଜ ବ୍ୟକ୍ତିଙ୍କୁ ଠାବ କରି ସୁରକ୍ଷିତ ଭାବେ ଉଦ୍ଧାର କରିବା ଲକ୍ଷ୍ୟରେ ଓଡ୍ରାଫ୍‌ (ODRAF) ଓ ଅଗ୍ନିଶମ ବାହିନୀର ସ୍ୱତନ୍ତ୍ର ଟିମ୍‌ ଘଟଣାସ୍ଥଳରେ ନିୟୋଜିତ ରହି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

Leave a Reply

Your email address will not be published. Required fields are marked *