Spread the love

*ଗୋଡ଼ଭଗା ଜଗନ୍ନାଥ ଓ ଲକ୍ଷ୍ମୀ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ୨୩ରୁ*

ବରଗଡ ୧୯।୪:(ପବିତ୍ର ମେହେର ) ବରଗଡ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଗୋଡ଼ଭଗା ଜଗନ୍ନାଥ ଓ ଲକ୍ଷ୍ମୀ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ତଥା ପଂଚକୁଣ୍ଡିୟ ବିଶ୍ବଶାନ୍ତି ମହାଯଜ୍ଞ ଅସେନ୍ତା ୨୩ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଶନିବାର ଅପରାହ୍ଣରେ ମନ୍ଦିର ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପ୍ରତିଷ୍ଠା ମହୋତ୍ସବ କମିଟର ସଭାପତି ସୁନୀଲ ମିଶ୍ର, ସଂପାଦକ ଅକ୍ଷୟ କର୍ଣ୍ଣ, କୋଷାଧ୍ୟକ୍ଷ ବାଳକୃଷ୍ଣ ସାହୁ ଯୋଗ ଦେଇ ସୂଚନା ଦେଇଥିଲେ ଯେ, ୨୩ ତାରିଖରୁ ମଣ୍ଡଳକରଣ ଓ ଅଙ୍କୁରାରୋପଣ ହେବା। ୨୪ ତାରିଖ କଳସ ଯାତ୍ରା ସ୍ଥାନୀୟ ମହାଦେବ ମନ୍ଦିରର ଆଣିବା ପରେ ସମଲେଶ୍ବରୀ ମନ୍ଦିରରୁ ଭବ୍ୟ ଶୋଭାଯାତ୍ରା ଆୟୋଜିତ ହେବ। ୨୮ ତାରିଖ ପର୍ଯ୍ୟନ୍ତ ବିଧି, ନିୟମ ଅନୁଯାୟୀ ଶାଳା ସଂସ୍କାର, ଯଜ୍ଞ, ଦେବାଦେବୀ ଆବାହନ, ବିଷ୍ଣସହସ୍ରନାମ, ଲକ୍ଷ୍ମୀ ସହସ୍ରନାମ ଆଦି ପୂଜା କରାଯିବ। ୨୯ ତାରିଖ ଚତୁର୍ଦ୍ଧାମୂର୍ତ୍ତିଙ୍କ ବିଶେଷ ପୂଜା, ଛପନ ଭୋଗ, ଶ୍ରମଦ ଭାଗବତ ଗୀତା ଯାଗ, ଚଳନ୍ତି ବିଜେ ନଗର ପରିକ୍ରମା, ୩୦ ତାରିଖ ଅମୃତ ଲଗ୍ନେ ଦେବତା ପ୍ରବେଶ, ସ୍ବର୍ଗଦ୍ବାର ଉନ୍ମୋଚନ, ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ରହିଛି। ପ୍ରତ୍ୟହ ୧୧ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଅନ୍ନ ଭୋୁଗ ଅନନ୍ଦ ବଜାର ବ୍ୟବସ୍ଥା କରାଯାଇଛି। ୨୫ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ସଂଧ୍ୟା ୬ଟାରୁ ସାଢ଼େ ୮ଟା ପର୍ଯ୍ୟନ୍ତ ପ୍ରସିଦ୍ଧ ମଂଚ ଅଭିନେତା ହୃଷିକେଶ ଭୋଇଙ୍କ ଦ୍ବାରା ମୁରାସୁର ଦାରବାର ଆୟୋଜିତ ହେବ। ୨୪ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟହ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି। ୨୪ ତାରିଖ ରେମଣ୍ଡା ଓ ତଲାବିରାର କୃଷ୍ଣଗୁରୁ, ୨୫ ତାରିଖ ଢ଼େଙ୍କାନାଲ ଦିନ ୨ ଘ, ମାଁ ମଙ୍ଗଳା ପାଲା ପରିଷଦ, ୨୬ ତାରିଖ ବରଗଡ଼ କଳାଜୀବୀ ଡ଼୍ୟାନ୍ସ ଗ୍ରୁପ, ୨୭ ତାରିଖ ଦିବା ୨ଘ,ରେ ଭତରାର ସୁଶ୍ରୀ ଇତିଶ୍ରୀ କର, ସୁଶ୍ରୀ ସୁମି ବାଗଙ୍କ ମହିଳା ସଂକିର୍ତ୍ତନ୍ୟ, ସଂଧ୍ୟାରେ ଗୋଶାଳା କ୍ରିଷ୍ଣା ଏର୍ଡ ଗ୍ରୁପର ଭଜନ କାର୍ଯ୍ୟକ୍ରମ, ୨୮ ତାରିଖ ଅପରାହ୍ଣରେ ତାମ୍ବିମୁଣ୍ଡାର ସୈରେନ୍ଦ୍ରୀ ଜାଲ ଓ ମୁଣ୍ଡକାଟର କସ୍ତୁରୀ କିସାନଙ୍କ ମହିଳା ସଂକୀର୍ତ୍ତନ୍ୟ, ସଂଧ୍ୟାରେ ଟିଭି ଚ୍ୟାନେଲର ଭଜନ ଗାଇକା ମାନସୀ ପାତ୍ର, ୨୯ ତାରିଖ ଅପରାହ୍ଣରେ ବଲାଂଗୀରର ସୁଶ୍ରୀ ପ୍ରାକପ୍ତି ଆଚାର୍ଯ୍ୟଙ୍କ ଭଜନ ପାରାୟଣ, ସଂଧ୍ୟାରେ ବ୍ରହ୍ମପୁର ପ୍ରିନ୍ସ ଡ଼୍ୟାନ୍ସ ଗ୍ରୁପର ମନୋରଂଜନ କାର୍ଯ୍ୟକ୍ରମ, ଉଦଯାପନୀ ଦିନ ଅପରାହ୍ଣରେ ବଲାଂଗୀରର ସୁନ୍ଦରକାଣ୍ଡ ପରାୟଣ ଗାୟିକା ମୋନାଲି ମହାପାତ୍ର, ସଂଧ୍ୟାରେ ମୁମ୍ବାଇ ଭଜନ ସମ୍ରାଟ୍ ପଦ୍ମଶ୍ରୀ ଅନୁପ ଜଲୋଟ ଓ ଏଲ୍ ନିତେଶ କୁମାର ରହିଛି। ୧୯୯୦ ମସିହାରୁ ଗୋଡ଼ଭଗାରେ ରଥଯାତ୍ରା ଆରମ୍ଭ ହୋଇ ବର୍ତମାନର ଅସ୍ଥାୟୀ ମନ୍ଦିରରେ ପୂଜା ପାଇଆସୁଛନ୍ତି। ବିଭିନ୍ନ ସରକାରୀ ଅନୁଦାନ, ବିଭିନ୍ନ ଶ୍ରଦ୍ଧାଳୁ, ଭକ୍ତଙ୍କ ସହଯୋଗରେ ମନ୍ଦିର ହୋଇଛି। ଆଗାମୀ ପ୍ରତିଷ୍ଠା ଉତ୍ସବରେ ୧୧ ଜଣ କର୍ତ୍ତା ବସିବାର କାର୍ଯ୍ୟକ୍ରମ ରହିଛି। ୨୬ ତାରିଖରୁ ପ୍ରତ୍ୟହ ଲୋକ ପ୍ରତିନିଧି, ବିଧାୟକ, ପୂର୍ବତନ ବିଧାୟକ, ମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ବିଭିନ୍ନ ଦିନମାନଙ୍କରେ ମନ୍ତ୍ରୀ ରବିନାରାୟଣ ନାଏକ, ବିଧାୟକ ଅଶ୍ବିନୀ ଷଡ଼ଙ୍ଗୀ, ପୂର୍ବତନ ବିଧାୟୟକ ନାଉରୀ ନାଏକ, ପୂର୍ବତନ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ବିଧାୟକ ସୁଦର୍ଶନ ହରିପାଲି, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ, ବିଧାୟକ ଜୟନା ରାୟଣ ମିଶ୍ର, ମନ୍ତ୍ରୀ ମୁକେଶ ମହାଲିଙ୍ଗ, ବିଧାୟକ ନିହାର ମହାନନ୍ଦ, ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଗୋଡ଼ଭଗାଟି ବରଗଡ଼ ଓ ସମ୍ବଲପୁର ଜିଲ୍ଲାର ସୀମା ଅଂଚଳ ହେଉଥିବାରୁ ଗୋଡ଼ଭଗାର ଅଧେ ବରଗଡ଼ ଓ ଅଧେ ସମ୍ବଲପୁର ଜିଲ୍ଲାରେ ରହିଛି। ପ୍ରତିଷ୍ଠା ମହୋତ୍ସବ ଶୃଙ୍କଳିତ ଓ ବ୍ୟବସ୍ଥିତ କରିବା ପାଇଁ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଉଦ୍ୟମରେ ଇତି ମଧ୍ୟରେ ସମ୍ବଲପୁର ସର୍କିଟ୍ ହାଉସରେ ବରଗଡ଼ ଓ ସମ୍ବଲପୁର ଜିଲ୍ଲାର ପୁଲିସ ଓ ଜିଲ୍ଳା ପ୍ରଶାସନଙ୍କ ମିଳତ ବୈଠକ କରାଯାଇଥିବା ସଭାପତି ସୁନୀଲ ମିଶ୍ର ସୂଚନା ଦେଇଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଗୋଡ଼ଭଗା ସରପଂଚ ମଂଜୁଲତା ସେଠ ଓ କଳାମାଟି ସରପଂଚ ଡ଼.ସୁଷମା ସାହୁ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟା ସଂଯୁକ୍ତା ପ୍ରଧାନ, ଦୁଇ ପଂଚାୟତର ବହୁ କର୍ମକର୍ତ୍ତା, ମାତୃ ଶକ୍ତି ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *