ଗ୍ରାମୀଣ ଡ଼ାକସେବକ ସଂଘର ଗଣଧାରଣା
ତାଳଚେର, ୧୫/୧୦ ଅଖିଳଭାରତ ଗ୍ରାମୀଣ ଡ଼ାକସେବକ ସଂଘ (ଏଆଇଜିଇଏସକ୍ୟୁ) ସିଏଚକ୍ୟୁ ନୂଆଦିଲ୍ଳୀ ଏବଂ ସର୍କଲ ଭୂବନେଶ୍ୱର ଆହ୍ୱାନକ୍ରମେ ମଣ୍ଡଳ ସମ୍ପାଦକ ହରେଶ ଚନ୍ଦ୍ର ମିଶ୍ରଙ୍କ ନେତୃତ୍ୱରେ ଢ଼େଙ୍କାନାଳ ଓ ଅନୁଗୋଳ ଜିଲ୍ଳାର କୋଣ ଅନୁକୋଣରୁ ଶହଶହ ଗ୍ରାମୀଣ ଡ଼ାକସେବକ ଢ଼େଙ୍କାନାଳ ଡ଼ାକମଣ୍ଡଳ ଅଧ୍ୟକ୍ଷକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଗଣଧାରଣା ଦେଇଥିଲେ । ମାତ୍ରାଧିକ ଟାର୍ଗେଟ ପ୍ରେସର ବନ୍ଦ କରିବା, ଗ୍ରାମୀଣ ଡ଼ାକସେବକଙ୍କୁ ୮ମ ବେତନ ଆୟୋଗରେ ପରିସରଭୂକ୍ତ କରିବା ସହ ୧୦ଦଫା ଦାବିନେଇ ଏହି ଗଣଧାରଣା ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସତ୍ୟବାଦୀ ରାଉତ, ପ୍ରଭାକର ନାୟକ, ପ୍ରମୋଦ ସାହୁ, ସତିଶ ବିଶ୍ୱାଳ, ସଚିନ ନାୟକଙ୍କ ସହିତ ଅନେକ ଗ୍ରାମୀଣ ଡ଼ାକସେବକ ଓ ନେତା ସକ୍ରିୟ ସହଯୋଗ କରିଥିଲେ ।
