Spread the love

ଘରୋଇ କଳହରୁ ନିଜ ସ୍ତ୍ରୀକୁ ଠେଙ୍ଗାରେ ବାଡେଇ ବାଡେଇ ମାରିଲା ସ୍ବାମୀ

କେନ୍ଦୁଝର ଜିଲ୍ଲା ବାମେବାରି ଥାନା ଅନ୍ତର୍ଗତ ରେ ନିଜ ସ୍ତ୍ରୀକୁ ଠେଙ୍ଗାରେ ବାଡେଇ ବାଡେଇ ମାରିଲା ସ୍ବାମୀ। ଏହିଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି କେନ୍ଦୁଝର ବାମେବାରୀ ଥାନା ଅନ୍ତର୍ଗତ ହାତୀମରା ଗ୍ରାମରେ ।ପାରିବାରିକ କଳହ ରୁ ସ୍ତ୍ରୀକୁ ଠେଙ୍ଗା ପିଟି ପିଟି ସ୍ବାମୀ ହତ୍ୟା କରିଥିବା ନେଇ ସୂଚନା । ଏହି ଖବର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।ଘଟଣାସ୍ଥଳରେ ବଡ଼ବିଲ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ,ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଂଚି ଘଟଣାର ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି, ଏକ ଠେଙ୍ଗାରେ ନିଜ ସ୍ତ୍ରୀ କୁ ମାଡ଼ ମାରି ଲୋହୁ ଲୁହାଣ କରି ପକାଇ ଥିଲା ।ଗୁରୁତର ଅବସ୍ଥା ତଥା ରକ୍ତ ଜୁଡୁ ବୁଡୁ ଅବସ୍ଥାରେ ଘର ଭିତରକୁ ନେଇ ଶୁଆଇ ଦେଇଥିଲା ।ତେବେ ପରେ ସ୍ତ୍ରୀ କୀତାମାଇ ମୁଣ୍ଡା ର ମୃତ୍ୟୁ ଘଟି ଥିବା ନେଇ ସୂଚନା।ମୃତ୍ୟୁ ହୋଇ ଯାଇଥିବା ଜାଣିବା ପରେ ସୁନିଲ ମୁଣ୍ଡା ବାମେବାରି ଥାନାକୁ ସମର୍ପଣ କରିବା ଉଦ୍ଦେଶ୍ୟରେ ଚାଲି ଚାଲି ଆସୁଥିବା ବେଳେ ବାମେବାରି ପୋଲିସ ଖବର ପାଇ ଯାଉଥିବା ସମୟରେ ଅଭିଯୁକ୍ତ ସ୍ବାମୀ ସୁନିଲ ମୁଣ୍ଡାକୁ ରାସ୍ତାରୁ ଉଠାଇ ନେଇ ଘଟଣାସ୍ଥଳକୁ ନେଇଥିଲା ।ବଡ଼ବିଲ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଓ ଏବଂ ବାମେବ।ରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଥିବା ନେଇ ସୂଚନା ।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *