Spread the love

ଚମ୍ପୁଆରେଞ୍ଜରେ ହାତୀପଲଙ୍କ ସହ ଖେଳ ପଡିପାରେ ମହଙ୍ଗା। ହାତୀ ପଲଙ୍କୁ ପିଟିପିଟି ତଡ଼ୁଥିବା ଭିଡିଓ ଭାଇରଲ୍ ।

କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଚମ୍ପୁଆ ରେଞ୍ଜରେ ହାତୀ ପଲଙ୍କ ସହ ଖେଳ ପଡିପାରେ ମହଙ୍ଗା।କେନ୍ଦୁଝର ଜିଲ୍ଲା ଚମ୍ପୁଆ ବନ ଅଧିକାରୀଙ୍କ ବାରମ୍ବାର ଚେତାବନୀ ସତ୍ତ୍ୱେ ଅମାନିଆ ଲୋକେ ମାନୁନାହାନ୍ତି। ଚମ୍ପୁଆ ରେଞ୍ଜ୍‌ ମଙ୍ଗଳପୁର ଓ କାସିପାଳ ଜଙ୍ଗଲରେ ୨୫ ଟିକିଆ ହାତୀପଲ ଡେରା ପକାଇଥିବା ବେଳେ, କିଛି ଯୁବକ ଜଙ୍ଗଲ ଭିତରକୁ ପଶି ହାତୀଙ୍କୁ ବାଡ଼ି ଓ ଠେଙ୍ଗାରେ ପିଟିପିଟି ଘଉଡ଼ାଉଥିବା ଦୃଶ୍ୟ ସାମ୍ନାକୁ ଆସିଛି। ଏହି ବେଆଇନ କାର୍ଯ୍ୟକଳାପର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି। ହାତୀଙ୍କୁ ଏପରି ହଇରାଣ କଲେ ସେମାନେ ଅଧିକ ହିଂସ୍ର ହୋଇ ଉଠିବା ସହ ତାଣ୍ଡବ ଲୀଳା ରଚାଇ ପାରନ୍ତି, ଯାହା ପାଇଁ ଉକ୍ତ ଅଞ୍ଚଳ ବାସିନ୍ଦା ମାନେ ବିପଦ ମୁହାଁ ହେବାର ଆଶଙ୍କା ରହିଛି। ଏଭଳି ଅମାନିଆ ଲୋକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୁଏ।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *