Spread the love

ଚମ୍ପୁଆ ଉପଖଣ୍ଡରେ ଡ଼ାକ୍ତର ଙ୍କ ଧାରଣା ରୋଗୀ ସେବା ବାଧାପ୍ରାପ୍ତ

କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡରେ ଡ଼ାକ୍ତରଙ୍କ ଧାରଣା ରୋଗୀ ସେବା ବାଧାପ୍ରାପ୍ତ।୧୦ ଦଫା ଦାବିନେଇ ଡ଼ାକ୍ତର ମାନଙ୍କର କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡ ଡ଼ାକ୍ତରଖାନା ସମ୍ମୁଖରେ ୨ଘଣ୍ଟିଆ କାର୍ଯ୍ୟବନ୍ଦ ଆନ୍ଦୋଳନ । ଓମସା କେନ୍ଦୁଝର ଶାଖା ତରଫରୁ ଦାବି ପୂରଣ ପାଇଁ ଆଜି ଦିନ ୯ଟାରୁ ୧୧ଟା ଯାଏ ବହିର୍ବିଭାଗ ଡାକ୍ତରମାନେ ଆନ୍ଦୋଳନରେ ବସି ରହିଥିଲେ । ଅଧାରୁ ଅଧିକ ଡ଼ାକ୍ତର ପଦବୀ ଖାଲିଥିବା, କେନ୍ଦ୍ରୀୟ ଦରମା ଗଠନ ଅନୁଯାୟୀ DACP, OMHS ଦରମା ଗଠନ ସଂଶୋଧନ ଦାବି, ସ୍ତର ୧୫ ଉଚ୍ଛେଦ ଦାବି, ସମସ୍ତ ଗ୍ରେଡ୍ ର ସମାନୁପାତିକ କ୍ୟାଡ଼ର୍ ପୁନର୍ଗଠନ ଭଳି ୧୦ ଦଫା ଦାବିରେ ଆନ୍ଦୋଳନରେ ବସିଥିଲେ ଡ଼ାକ୍ତର । ହେଲେ, ଏଥିରେ କୌଣସି ଜରୁରୀ କାଳୀନ ରୋଗୀସେବା ବ୍ୟାହତ ହୋଇ ନଥିବା ଆନ୍ଦୋଳନରତ ଡ଼ାକ୍ତର କହୁଥିବା ବେଳେ, ଡ଼ାକ୍ତରଙ୍କ ଆନ୍ଦୋଳନ ଯୋଗୁଁ ରୋଗୀମାନେ ବହୁ ସମୟ ଧରି ଅପେକ୍ଷା କରିଥିବା କହିଛନ୍ତି ।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *