Spread the love

ଚମ୍ପୁଆ ଥାନା ଅନ୍ତର୍ଗତରେ ହାତୀ ଆକ୍ରମଣରେ ଜଣେ ମହିଳା ଗୁରୁତର।ଚମ୍ପୁଆ ଥାନା ଅନ୍ତର୍ଗତରେ ହାତୀ ଆକ୍ରମଣରେ ମହିଳା ଗୁରୁତର

ଚମ୍ପୁଆ ଥାନା ଅନ୍ତର୍ଗତ ତଥା ଚମ୍ପୁଆ ବ୍ଲକ ରଜିଆ ଗ୍ରାମ ଜଙ୍ଗଲକୁ ଛତୁ ତୋଳିବାକୁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହେଇଛନ୍ତି ମହିଳା । ମହିଳା ଜଣକ ହେଲେ ପତଳା ଗ୍ରାମର ଗୀତା ନାଏକ l ହାତୀ ତାଙ୍କୁ ଶୁଣ୍ଢରେ ଟେକି ଫୋପାଡି ଦେବାରୁ ସେ ଗୁରୁତର ଆହତ ହେଇଥିବା ନେଇ ସୂଚନା,ଆଜି ସକାଳୁ ରଜିଆ ଜଂଗଲକୁ ଗ୍ରାମର ଅନ୍ୟକିଛି ମହିଳାଙ୍କ ସହ ଗୀତା ଛତୁ ଗେlଟେଇବାକୁ ଯାଇଥିଲେ l ଏକ ଗେlଠଛଡା ହାତୀ ହାବୁଡରେ ପଡ଼ିଥିଲେ ଗୀତା l ଗୀତାକୁ ହାତୀ ଆକ୍ରମଣ କରିବା ବେଳେ ସାଙ୍ଗରେ ଥିବା ଅନ୍ୟ ଜଣେ ମହିଳା ପଦ୍ମିନୀ ନାଏକ ଜୀବନ ବିକଳରେ ଦୈଡି ପଳାଉଥିବା ବେଳେ ଗଛରେ ପିଟିହେଇ ସେ ମଧ୍ୟ ଆହତ ହେଇଛନ୍ତି l ଦୁହିଁଙ୍କୁ ଚମ୍ପୁଆ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି l ଗୀତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କେନ୍ଦୁଝର ଜିଲ୍ଲା ମୂଖ୍ୟ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଥିବା ନେଇ ସୂଚନା। ଗୀତାଙ୍କ ସ୍ବାମୀ ଶୁଦ୍ର ନାଏକ ମଧ୍ୟ କିଛି ବର୍ଷ ପୂର୍ବେ ହାତୀ ଆକ୍ରମଣରେ ମୣତ୍ୟୁବରଣ କରିଥିବା ନେଇ ସୂଚନା l ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ନେଇ ସୂଚନା।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *