Spread the love

ଚିଙ୍ଗୁଡ଼ିଖୋଲ ପଂଚାୟତର ଉସ୍ତାଳି ଗ୍ରାମରେ ଜାତୀୟ କୃମି ନାଶକ ଦିବସ ପାଳିତ

ଜେ ବି ଏନ, ବ୍ରହ୍ମପୁର ( ୧୦.୦୨.୨୦୨୧, ଟୁକୁନା ପ୍ରଧାନ ) -: ଗଂଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଚିଙ୍ଗୁଡ଼ିଖୋଲ ପଂଚାୟତର ଉସ୍ତାଳି ଗ୍ରାମରେ ଜାତୀୟ କୃମି ନାଶକ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବେଗୁନିଆପଡା ବ୍ଲକ ବିଡ଼ିଓ ବେଦବର ପ୍ରଧାନ, ସିଡ଼ିପିଓ ସଂଧ୍ୟାରଣୀ ପାଣିଗ୍ରାହୀ, କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଦାୟିତ୍ବରେ ଥିବା ଡାକ୍ତର ସୁଜିତ ବେହେରା, ବେଗୁନିଆପଡ଼ା ଆୟୁଷ ଡାକ୍ତର ସଞ୍ଜୟ ସାହୁ ,କୋଦଳା ପିଏଚଇଓ, ବିପିଏମ ଏବଂ ବେଗୁନିଆ ପଡ଼ା ମହିଳା ସ୍ୱାସ୍ଥ୍ୟ ପରିଦର୍ଶିକା ଅନିତା

ମହାନ୍ତି,ଚିଙ୍ଗୁଡ଼ିଖୋଲ ସ୍ୱାସ୍ଥ୍ୟ ଉପକେନ୍ଦ୍ରର ମହିଳା ସ୍ୱାସ୍ଥ୍ୟକର୍ମୀ ସିନେମା ନାଥ,ଉସ୍ତାଳିର ଅଙ୍ଗନୱାଡ଼ି ଓ ଆଶାକର୍ମୀ ଉପସ୍ଥିତ ଥିଲେ । ଆଞ୍ଚଳିକ ଲୋକନୃତ୍ୟ ମାଧ୍ୟମରେ ଲୋକମାନଙ୍କୁ ସଚେତନ କରାଯାଇଥିଲା ।