Spread the love

ଜଗନ୍ନାଥଷ୍ଟିଲ କମ୍ପାନୀର ଆଇରନପ୍ଲେଟ ରାସ୍ତାରେ ପଡ଼ିବାରୁ ଲୋକେ ଦୁର୍ଘଟଣା ଗ୍ରସ୍ତ।

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତରେ ଜଗନ୍ନାଥ ଷ୍ଟିଲ କମ୍ପାନୀରୁ ପରିବହନ ହେଉଥିବା ଆଇରନପ୍ଲେଟ୍ ବଡ଼ବିଲ ପୌରାଞ୍ଚଳ ଭିନ୍ନ ଭିନ୍ନ ସ୍ଥାନରେ ଅହେତୁକ ମାତ୍ରାରେ ରାସ୍ତାରେ ବିଛାଇ ହୋଇ ପଡ଼ିଥିବାରୁ ଏହି ରାସ୍ତା ଦେଇ ଯାଉଥିବା କିଛି ମୋଟରସାଇକେଲ ଆରୋହୀ ଦୁର୍ଘଟଣାଗ୍ରସ୍ତ ହୋଇ ପଡ଼ିଥିବା ସୂଚନା। ଏହା ପୂର୍ବରୁ ମଧ୍ୟ ଅନେକ ସମୟରେ ଏହିପରି ଦୃଶ୍ୟ ଦେଖିବାକୁ ମିଳିଥିଲା। ଯେହେତୁ ଏହି ରାସ୍ତା ଦେଇ ପ୍ରତିଦିନ ସାଧାରଣ ଲୋକଙ୍କ ସହ ସ୍କୁଲ କଲେଜର ପିଲା ମାନେ ଯିବା ଆସିବା କରୁଛନ୍ତି, ସମସ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପଦାଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ତେବେ ଜଗନ୍ନାଥ ଷ୍ଟିଲ କମ୍ପାନୀରୁ ପରିବହନ ହେଉଥିବା ବେଳେ ରାସ୍ତାରେ ଏତେ ମାତ୍ରାରେ ଆଇରନପ୍ଲେଟ୍ ବିଛାଇ ହୋଇ ପଡ଼ିଥିବାରୁ କିଛି ସାମାଜିକ ବ୍ୟକ୍ତି ଏହାକୁ ନିଜ ନିଜର ସୋସିଆଲ ମିଡିଆରେ ପ୍ରଘଟ କରିବାରୁ ଜଗନ୍ନାଥ ଷ୍ଟିଲ କମ୍ପାନୀର କର୍ମଚାରୀ ସାଥିରେ ସଫେଇ କର୍ମଚାରୀଙ୍କୁ ନେଇ ରାଜରାସ୍ତାକୁ ସଫା କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା ଏବଂ ଜଗନ୍ନାଥଷ୍ଟିଲ କମ୍ପାନୀର କର୍ମଚାରୀଙ୍କୁ ଏ ବିଷୟରେ ପଚାରିବାରୁ କୌଣସି ପ୍ରକାରର ପ୍ରତିକ୍ରିୟା ଦେବାକୁ ତାଙ୍କ ଅସମର୍ଥତା ପ୍ରକାଶ କରିଥିଲେ।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *