ଜଗନ୍ନାଥ ମନ୍ଦିର ସମ୍ମୁଖରେ ପମ୍ପହାଉସ୍ ନିର୍ମାଣ ଅନ୍ୟତ୍ର ସ୍ଥାନାନ୍ତରିତ
ତାଳଚେର, ୧୮/୧୧ ଅନୁଗୋଳ ବ୍ଲକ ଏବଂ ବଅଁରପାଳ ବ୍ଲକ ପାଇଁ ମେଗାପାନୀୟଜଳ ଯୋଗାଣ ପ୍ରକଳ୍ପ ଅଧିନରେ ପ୍ରସ୍ତାବିତ ତାଳଚେର ଜଗନ୍ନାଥ ମନ୍ଦିର ସମ୍ମୁଖରେ ଥିବା ଇଟେଂକୱେଲ ନିର୍ମାଣକୁ ବିରୋଧକରି ତାଳଚେର ଉପଜିଲ୍ଳାପାଳ କାର୍ଯ୍ୟାଳୟରେ ଏକ ବୈଠକରେ ଗତ ୦୩/୧୧/୨୦୨୬ରିଖ ଅପରାହ୍ଣ ୪ଘଟିକା ସମୟରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରକଳ୍ପ ଜଗନ୍ନାଥ ମନ୍ଦିର ସମ୍ମୁଖରେ କରାଯାଇଥିଲେ ଭକ୍ତଙ୍କ ଭାବବେଗକୁ ଆଂଚ ପଂହଚାଇବା ସହ ପରିବେଶ ଦୂଷିତ ହୋଇଥାନ୍ତା ବୋଲି ଅଭିଯୋଗ ହୋଇଥିଲା । ଗଣମାଧ୍ୟମ ସଂଯୋଜକ ପର୍ଶୁରାମ ବାରିକ, ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ସଦସ୍ୟମାନେ ଆଲୋଚନାରେ ଅଂଶଗ୍ରହଣ କରି ଏହାକୁ ସମ୍ପୂର୍ଣ୍ଣଭାବେ ବିରୋଧ କରିଥିଲେ ଓ ଶ୍ରୀ ବାରିକ ସାଂସଦ ରୁଦ୍ର ନାରାୟଣ ପାଣିଙ୍କୁ ଏସମ୍ପର୍କରେ ଅବଗତ କରାଇବାପରେ ସେ ବିଭାଗୀୟ କର୍ତୁପକ୍ଷଙ୍କୁ ଏହାକୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବାକୁ କହିଥିଲେ । ଏଥିନେଇ ଜନସାଧାରଣଙ୍କ ହିତରେ ପ୍ରଶାସନର ନିଷ୍ପତିକୁ ସ୍ୱାଗତ କରିବା ସହ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ, ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ, ପଂଚାୟତରାଜ ପାନୀୟଜଳ ମନ୍ତ୍ରୀ ରବିନାୟରାୟଣ ନାଏକ, ଢ଼େଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି ଏବଂ ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲଙ୍କୁ ଧନ୍ୟବାଦ୍ ଅର୍ପଣ କରିଛନ୍ତି ।
