Spread the love

ମାଲକାନଗିରି: ନକ୍ସଲଙ୍କ ଏକ ବଡ ଧରଣର ପ୍ଲାନକୁ ଭଣ୍ଡୁର କଲେ ସିଆରପିଏଫ ଯବାନ । ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ପୋଲିସ ତରଫରୁ କମ୍ବିଂ ବେଳେ ମାଓ ଡମ୍ପକୁ ଉଦ୍ଧାର କରାଯାଇଛି। ଆଜି ସର୍ଚ୍ଚ ଅପରେସନ ବେଳେ କେମଟା ଜଂଗଲରେ ନକ୍ସଲମାନେ ପାହାଡର ଏକ ଗୁମ୍ଫାରେ ବିପୁଳ ପରିମାଣରେ ମାଓ ସାମଗ୍ରୀ ସହ ବିସ୍ଫୋରକ ଡମ୍ପ କରି ରଖିଥିବା ଦେଖିବାକୁ ପାଇଥିଲେ।

ଦୁଇଟି ଦେଶୀ ରାଇଫଲ,୬୦ ଲିଟର ତରଳ ବିସ୍ଫୋରକ, ଗୋଟିଏ ଦୂରବୀକ୍ଷଣ ଯନ୍ତ୍ର,୫୦୦ ଗ୍ରାମ ବିସ୍ଫୋରକ, ୫୦୦ ଗ୍ରାମ ଗନ ପାଉଡର, ବୋମା ସହ ୪୨ ପ୍ରକାର ବିଭିନ୍ନ ରକମର ବୋମା ତିଆରି କରିବା ସାମଗ୍ରୀ ଜବତ କରାଯାଇଛି ।ସୁକମା ଜିଲ୍ଲାର ମେଟାଗୁଡା ଠାରେ ନୂତନ ସିଆରପିଏଫ କ୍ୟାମ୍ପ ପ୍ରତିଷ୍ଠା ହୋଇଛି । ଏହପରେ ଯବାନ ସେହି ଅଞ୍ଚଳରେ ଲଗାତାର ସର୍ଚ୍ଚ ଅପରେସନ ଜାରି ରଖିଥିଲେ ।

Leave a Reply

Your email address will not be published. Required fields are marked *