Spread the love

ଜଙ୍ଗଲ ସବୁକୁ ଟେକିଦେଲେ କମ୍ପାନୀ ହାତକୁ, ଜଙ୍ଗଲି ହାତୀ ପଲ ଏବେ ଗ୍ରାମାଭିମୁଖି।ଖଣି ଉତ୍ତୋଳନ ପାଇଁ ଜଙ୍ଗଲ ସବୁକୁ ଟେକିଦେଲେ କମ୍ପାନୀ ହାତକୁ, ଅହେତୁକ ମାତ୍ରାରେ ନଷ୍ଟ ହେଉଛି ଜଙ୍ଗଲ ଆଉ ଏବେ ଜଙ୍ଗଲି ହାତୀପଲ ଗ୍ରାମାଭିମୁଖି। ଗ୍ରାମ ଜଗଂଲରେ ବୁଲୁଛନ୍ତି ହାତୀପଲ ଗାଁ ରେ ଲୋକ ଙ୍କୁ ଡାକବାଜି ଯନ୍ତ୍ର ଦ୍ବାରା ସତର୍କ କରୁଛି ବନ ବିଭାଗ l କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନରେ ତିରିଶ ଟିକିଆ ହାତୀପଲ ଏକ ସପ୍ତାହହରୁ ଅଧିକ ଦିନ ହେବ ନିଜ ଉତ୍ପାତ ଜାରି ରଖିଥିବା ବେଳେ ଏକ ଗେlଠଛଡା ଦନ୍ତା ଦଳରୁ ଅଲଗା ହେଇ ଲେlକଙ୍କ ନିଦ ହଜାଇ ଚାଲିଛି l ତିରିଶ ଟିକିଆ ହାତୀ ପଲରେ ୧୨ଟି ମାଇ ୧୨ଟି ଦନ୍ତା ହାତୀ ସହିତ ଛଟି ଛୁଆହାତୀ ରହିଛନ୍ତି l ଏହି ହାତୀପଲ ଦିନ ବେଳେ ଜଗଂଲରେ ରାତି ହେଲା ମାତ୍ରେ ଗାଁ ମୁହଁl ହେଉଛନ୍ତି l ହାତୀପଲ ଉପରେ ବନ ବିଭାଗ ନଜର ରଖିଥିଲେ ସୁଦ୍ଧା ହାତୀପଲ ଉପରେ ନିୟନ୍ତ୍ରଣ ରଖିବାରେ ଅସଫଳ ବନ ବିଭାଗ । ଅନ୍ୟପଟେ ଗେlଠଛଡା ଦନ୍ତା ର ଉତ୍ପାତ ଏବେ ସୀମା ଟପିଛି l ଏକ ସପ୍ତାହ ମଧ୍ୟରେ ଦନ୍ତା ଟି ଏକ ଡର୍ଜନ୍ ରୁ ଅଧିକ ଘର ଭାଗିଂ ସାରିଥିବା ବେଳେ ଜଣକୁ ଆକ୍ରମଣ କରି ମାରିଛି ଏଣୁ ବନ ବିଭାଗ ଏବେହାତୀ ରହୁଥିବା ପାଖ ଗାଁ ଗୁଡିକରେ ଜଗଂଲକୁ ଲେlକ ନ ଯିବାକୁ ସତର୍କ କରୁଥିବା ଦେଖାଯାଇଛି lକେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *