Spread the love

*ଜନତା ସରକାରୀ ହାଇସ୍କୁଲରେ ବିଶ୍ଵ ଫାଷ୍ଟ ଏଡ୍ ଦିବସ-୨୦୨୫ ପାଳିତ

ବରଗଡ଼:(ପବିତ୍ର ମେହେର)::ଠିକ ସମୟରେ ଫାଷ୍ଟ ଏଡ୍ ମିଳିବା କୌଣସି ବରଦାନଠାରୁ କମ୍ ନୁହେଁ। ଏହାକୁ ଉପଲବଧି କରି କେଉଁ ପରିସ୍ଥିତିରେ କି କି ପ୍ରାଥମିକ ଉପଚାର ଆବଶ୍ୟକ ସେ ସମ୍ପର୍କରେ ଶିକ୍ଷାର୍ଥୀମାନଙ୍କୁ ସୂଚନା ପ୍ରଦାନ କରିବା ପାଇଁ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ ଭୁକ୍ତାରେ ବିଶ୍ଵ ଫାଷ୍ଟ ଏଡ୍ ଦିବସ -୨୦୨୫ ପାଳିତ ହୋଇଯାଇଛି। ପ୍ରଧାନଶିକ୍ଷକ ଦୁର୍ଗା ପ୍ରସାଦ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଭୁକ୍ତାର ଡ଼ାକ୍ତର ଅଞ୍ଚଳା ପ୍ରଧାନ,ସମ୍ମାନିତ ଅତିଥି ଭାବରେ ସି ଆର ସିସି କେଦାର ନାଏକ ଓ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ସାନନ୍ଦ ଦେହେରୀ ଯୋଗ ଦେଇଥିଲେ।ଜୁନିଅର୍ ରେଡକ୍ରସର ପରାମର୍ଶଦାତା ଶିକ୍ଷକ ସଂଜୟ ଖମାରୀ ସଭାକାର୍ଯ୍ୟ ପରିଚାଳନା କରିବା ସହ ଚଳିତ ବର୍ଷ ବିଶ୍ଵ ଫାଷ୍ଟ ଏଡ୍ ଦିବସ -୨୦୨୫ର ବିଷୟବସ୍ତୁ “ପ୍ରାଥମିକ ଉପଚାର ଓ ଜଳବାୟୁ ପରିବର୍ତ୍ତନ” ଉପରେ ଆଲୋକପାତ କରିଥିଲେ।ପ୍ରାଥମିକ ସହାୟତା କ୍ଷେତ୍ରରେ ଜୁନିଅର୍ ରେଡ୍ କ୍ରସର ସଦସ୍ୟଙ୍କ ଭୂମିକା ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା। ମୁଖ୍ୟ ଅତିଥି ଡ଼ାକ୍ତର ଆଞ୍ଚଳ ପ୍ରଧାନ କୌଣସି ଦୁର୍ଘଟଣା କିମ୍ବା ବ୍ୟକ୍ତିଙ୍କର ସ୍ଵାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଖାଦେଲେ ତାଙ୍କୁ ଡ଼ାକ୍ତରଙ୍କ ପାଖକୁ ନେବା ପୂର୍ବରୁ ଯେଉଁ ପ୍ରାଥମିକ ସ୍ଵାସ୍ଥ୍ୟ ସହାୟତା ପ୍ରଦାନ କରାଯାଇପାରିବ ସେଗୁଡିକୁ ପ୍ରଦର୍ଶନ କରିଥିଲେ।ପ୍ରଧାନ ଶିକ୍ଷକ ଶ୍ରୀ ନାୟକ ପ୍ରାଥମିକ ଉପଚାରର ଆବଶ୍ୟକତା ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ସବିଶେଷ ଧାରଣା ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମରେ ବିଦ୍ଯାଳୟର ଜୁନିଅର୍ ରେଡ୍ କ୍ରସ,ବୀର ସୁରେନ୍ଦ୍ର ସାଏ ଇକୋ କ୍ଲବ ଓ ଶକ୍ତି କ୍ଲବର ସଦସ୍ୟ ସକ୍ରିୟ ଅଂଶଗ୍ରହଣ କରିଥିବା ବେଳେ ଶିକ୍ଷକ ଆଶୁତୋଷ ଭୋଇ, ସୁବାସ ଚନ୍ଦ୍ର ଖମାରୀ,ଶ୍ରୀପତି ସାହୁ,ତେଜରାମ ସା,ବୋଧରାମ ବିଶ୍ବାଳ,ପ୍ରଶାନ୍ତ ମହାପାତ୍ର,ଶ୍ରୀପତି ସାହୁ ଓ ଶିକ୍ଷୟିତ୍ରୀ ଅନୀତା ପଧାନ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *