Spread the love

ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଗଡସନ୍ତ୍ରୀ ଗ୍ରାମ ପଞ୍ଚାୟତ ରେ ଜମି ଭାଗବଣ୍ଟା କୁ ନେଇ ସାନଭାଇ ଆକ୍ରମଣରେ ବଡଭାଇ ଗୁରୁତ୍ତର। ସାନଭାଇ କୁ ବଅଁରପାଳ ପୋଲିସ ଗିରଫ କରି କୋର୍ଟଚାଲାଣ। ଥାନା ପକ୍ଷରୁ ସୂଚନା ମୁତାବକ ଗଡସନ୍ତ୍ରୀ ଗ୍ରାମର ଧନେଶ୍ୱର ମାଝୀ ଙ୍କ ଦୁଇ ପୁଅ ହେଲେ ନଟବର ମାଝୀ ଓ ରାଜକିଶୋର ମାଝୀ। ଉଭୟଙ୍କ ମଧ୍ୟରେ ଜମି ବାଡି ଭାଗବଣ୍ଟା କୁ ନେଇ ବିବାଦ ରହିଥିଲା। ରାଜକିଶୋର ଅନୁଗୋଳ କଲେଜ ନିକଟରେ ଭଡା ଘର ନେଇ ରହୁଛନ୍ତି। ଜମିବାଡି ଭାଗ ବଣ୍ଟା କୁ ନେଇ ସରପଞ୍ଚ ଙ୍କ ମାଧ୍ୟମରେ ୧୨/୦୩/୨୦୨୩ ରବିବାର ଦିନ ମିଂମାସା ହେବାର ଥିଲା। ୧୧/୦୩/୨୦୨୩ ରିଖ ଶନିବାର ଦିନ ସାନ ଭାଇ ରାଜକିଶୋର ଓ ପୁଅ ଆସି ଗ୍ରାମରେ ପହଞ୍ଚି ଜମି ଭାଗବଣ୍ଟା କୁ ନେଇ ଉତେଜନା ସ୍ରୁଷ୍ଟି ହେବା ସହ ସାନ ଭାଇ ରାଜକିଶୋର ଓ ପୁଅ ମିଶି ବଡ ଭାଇ ତାଙ୍କ ସ୍ତ୍ରୀ କୁ ଆକ୍ରମଣ କରିଥିଲେ। ଯାହାଦ୍ୱାରା ବଡଭାଇ ଗୁରୁତ୍ତର ହୋଇଥିଲେ। ବଡଭାଇ ର ଥାନାରେ ଲିଖିତ ଅଭିଯୋଗ ପରେ ବଅଁରପାଳ ପୋଲିସ କେଶ୍ ନମ୍ବର ୯୪ ରେ ମାମଲା ରୁଜୁ କରି ରାଜକିଶୋର ଙ୍କୁ ଗିରଫ କରି କୋର୍ଟଚାଲାଣ କରିଛନ୍ତି।

By

Leave a Reply

Your email address will not be published. Required fields are marked *