Spread the love

ଜମି ବିବାଦ ମାମଲାରେ ଲାଞ୍ଚ ନେବା ପଡ଼ିଲା ମହଙ୍ଗା, ପୂର୍ବତନ ରାଜସ୍ୱ କର୍ମଚାରୀଙ୍କୁ ୧ ବର୍ଷ ଜେଲ୍

ରାଉରକେଲା/ସୁନ୍ଦରଗଡ଼, ୨୯/୦୯: ଲାଞ୍ଚ ନେବା ମାମଲାରେ ପୂର୍ବତନ ରାଜସ୍ୱ କର୍ମଚାରୀ କୁଞ୍ଜ ବିହାରୀ ଜେନାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ସୁନ୍ଦରଗଡ଼ ଭିଜିଲାନ୍ସ ସ୍ୱତନ୍ତ୍ର ଅଦାଲତ। ମଙ୍ଗଳବାର ମାମଲାର ଶୁଣାଣି କରି ଅଦାଲତ ତାଙ୍କୁ ୧ ବର୍ଷର କଠୋର କାରାଦଣ୍ଡ ସହ ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି।

କୁଞ୍ଜ ବିହାରୀ ଜେନା ପାନପୋଷ, ରାଉରକେଲାସ୍ଥିତ ଉପଜିଲ୍ଲାପାଳ କାର୍ଯ୍ୟାଳୟର ରାଜସ୍ୱ ଅଧିକାରୀଙ୍କ ଅଧୀନରେ ଜୁନିୟର କ୍ଲର୍କ-କମ୍-ବେଞ୍ଚ କ୍ଲର୍କ ଭାବେ କାର୍ଯ୍ୟରତ ଥିଲେ। ପରେ ସେ ଅବସର ନେଇଛନ୍ତି।

ଭିଜିଲାନ୍ସ ସୂଚନା ଅନୁଯାୟୀ, ଜମି ବିବାଦ ସମ୍ପର୍କିତ ଏକ ମାମଲାର ପରବର୍ତ୍ତୀ ଶୁଣାଣି ତାରିଖ ଜଣାଇବା ଏବଂ ମାମଲାରେ ସହାୟତା କରିବା ପାଇଁ ଜେନା ଅଭିଯୋଗକାରୀଙ୍କଠାରୁ ଲାଞ୍ଚ ଦାବି କରିଥିଲେ। ପରେ ଲାଞ୍ଚ ଗ୍ରହଣ ଅଭିଯୋଗକୁ ନେଇ ତାଙ୍କ ବିରୋଧରେ ଓଡ଼ିଶା ଭିଜିଲାନ୍ସ ମାମଲା ରୁଜୁ କରିଥିଲା।

ଏହି ମାମଲାରେ ଭିଜିଲାନ୍ସ ପକ୍ଷରୁ ଆଇନ ଅନୁଯାୟୀ ଚାର୍ଜସିଟ୍ ଦାଖଲ ହୋଇଥିଲା। ମାମଲାର ଶୁଣାଣି ପରେ ସୁନ୍ଦରଗଡ଼ ଭିଜିଲାନ୍ସ ସ୍ୱତନ୍ତ୍ର ଅଦାଲତ କୁଞ୍ଜ ବିହାରୀ ଜେନାଙ୍କୁ ଦୋଷୀ ସାବ୍ୟସ୍ତ କରି ଜେଲ୍ ଓ ଜରିମାନା ଦଣ୍ଡ ଦେଇଛନ୍ତି।

ତାଙ୍କ ଦୋଷସିଦ୍ଧି ପରେ ପେନସନ୍ ବନ୍ଦ କରିବା ପାଇଁ ସକ୍ଷମ କର୍ତ୍ତୃପକ୍ଷଙ୍କ ନିକଟରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *