Spread the love

ଭୂବନେଶ୍ୱର, ୦୭/୦୧ : ବରଗଡ଼ ଧନୁଯାତ୍ରାର ଚତୁର୍ଥ ଦିନରେ ଗୋପପୁରରେ ଦୃଶ୍ୟ ଥିଲା ନିଆରା । ଦ୍ୱାପର ଯୁଗ ଭଳି ଲାଗୁଥିଲା । ଭଗବାନ ଶ୍ରୀକୃଷ୍ଣ ଓ ବଡ଼ଭାଇ ବଳରାମଙ୍କ ନଗର ପରିକ୍ରମା ଆୟୋଜନ କରାଯାଇଥିଲା । ଏଥିପାଇଁ ସାରା ଗୋପପୁର ଉତ୍ସବ ମୁଖର ହୋଇଥିବା ବେଳେ ଘରେ ଘରେ ଝୋଟି କଟା ଯାଇଥିଲା। ଶ୍ରୀକୃଷ୍ଣଙ୍କ ଲୀଳାରେ ଗୋପପୁର ଉତ୍ସବ ମୁଖର ।

କଂସଙ୍କ ପଠାଇଥିବା ପୁତନା, ବକା, ଶକଟା, ତୃଣା ଓ ଧେନୁକା ନିହତ ହୋଇଛନ୍ତି କୃଷ୍ଣ ବଳରାମଙ୍କ ହାତରେ । ଏହାଶୁଣି କଂସ ମହାରାଜ କ୍ରୋଧ ଜର୍ଜରିତ। ଏଭଳି କିଛି ଜୀବନ୍ତ ଦୃଶ୍ୟ ଅଭୀନିତ ହୋଇଛି ଧନୁଯାତ୍ରାର ଚତୁର୍ଥ ଦିନରେ। ଷଡମନ୍ନ ମୃତ୍ୟୁ ଖବର ପାଇ ମର୍ମାହତ ହୋଇପଡିଛନ୍ତି ମହାରାଜ କଂସ। ପାତ୍ରମନ୍ତ୍ରୀଙ୍କ ସହ ଅଲୋଚନା ପରେ ମହର୍ଷି ନାରଦଙ୍କ ଉପଦେଶ କ୍ରମେ ମହାରାଣୀ ପଦ୍ମାବତୀ କରିବେ ଧନ୍ୱନ୍ତରୀ ଓଷା,ଏଥିପାଇଁ ଦରକାର ଲକ୍ଷେ ଭାର ପଦ୍ମ,ଏନେଇ ନନ୍ଦରାଜାଙ୍କ ଉଦ୍ଦେଶ୍ୟରେ ଚିଟାଉ ପ୍ରସ୍ତୁତ କରିଥିବା ବେଳେ ପଦ୍ମ ତୋଳିବାକୁ ଯାଇ କାଳୀୟ ନାଗ ଦଂଶନରେ ନିହତ ହେବେ କୃଷ୍ଣ ବଳରାମ, ଏହି ଖୁସିରେ ଆତ୍ମହରା ହୋଇ ମହାରାଜ କଂସ ନୃତ୍ୟ ଗୀତ ଆୟୋଜନ କରିଛନ୍ତି। ଧନୁଯାତ୍ରାର ପଞ୍ଚମ ଦିନରେ କୃଷ୍ଣ ବଳରାମଙ୍କ ବାଲ୍ୟଲିଳା,ଜମଳାର୍ଜୁନ ଭଞ୍ଜନ,କାଳୀୟ ଦଳନ ଏବଂଗୋପୀଙ୍କ ଦଧିବିକା ଦୃଶ୍ୟ ଅଭିନୀତ ହେବ।

Leave a Reply

Your email address will not be published. Required fields are marked *