Spread the love

ଜାତୀୟ ପ୍ରେସ୍ ଦିବସ ପାଳନ ପାଇଁ ବଅଁରପାଳ ବ୍ଲକ ସାମ୍ବାଦିକ ସଂଘର ପ୍ରସ୍ତୁତି ବୈଠକ

ବଅଁରପାଳ/ଅନୁଗୋଳ: ଆସନ୍ତା ନଭେମ୍ବର ୧୬ ତାରିଖରେ ଜାତୀୟ ପ୍ରେସ୍ ଦିବସ ପାଳନ ନିମନ୍ତେ ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି।

ବଅଁରପାଳସ୍ଥିତ ପଞ୍ଚଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ମଧ୍ୟାହ୍ନ ୧୨ଟା ସମୟରେ ଆୟୋଜିତ ଏହି ବୈଠକରେ ସଂଘର ସଭାପତି ଅଖିଳ କୁମାର ମହାପାତ୍ର ଅଧ୍ୟକ୍ଷତା କରିଥିଲେ। ଜାତୀୟ ପ୍ରେସ୍ ଦିବସକୁ କିପରି ସୁଚାରୁରୂପେ ଓ ଆଡ଼ମ୍ବରପୂର୍ଣ୍ଣ ଭାବେ ପାଳନ କରାଯିବ, ସେନେଇ ବୈଠକରେ ବିଭିନ୍ନ ଦିଗ ଉପରେ ବିସ୍ତୃତ ଆଲୋଚନା ଓ ବିଚାରବିମର୍ଶ କରାଯାଇଥିଲା।

ସାମ୍ବାଦିକତାର ଗୁରୁତ୍ୱ, ସମାଜ ପ୍ରତି ଗଣମାଧ୍ୟମର ଦାୟିତ୍ୱ, ନିରପେକ୍ଷ ଓ ନିର୍ଭୀକ ସମ୍ବାଦ ପରିବେଷଣ ସହିତ ସାମ୍ବାଦିକଙ୍କ ଏକତା ଓ ସାମାଜିକ ଦାୟିତ୍ୱବୋଧକୁ ଅଧିକ ସୁଦୃଢ଼ କରିବା ଦିଗରେ ଏହି ଦିବସର ମହତ୍ତ୍ୱ ଉପରେ ମତ ପ୍ରକାଶ ପାଇଥିଲା। ଏଥିସହ ଦିବସ ପାଳନର ରୂପରେଖ, କାର୍ଯ୍ୟକ୍ରମର ଆୟୋଜନ ଓ ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ସଦସ୍ୟମାନେ ନିଜ ନିଜର ମତାମତ ରଖିଥିଲେ।

ଏହି ବୈଠକରେ ସଂଘର ସଭାପତି ଅଖିଳ କୁମାର ମହାପାତ୍ର, ସମ୍ପାଦକ ସୁଶୀଲ କୁମାର ଆଇଚ, କାର୍ଯ୍ୟକାରୀ ସଭାପତି ସଞ୍ଜୟ କୁମାର ବିଶୋଇ, ଉପସଭାପତି ରୁଦ୍ରମୋହନ ସାହୁ, ସହସମ୍ପାଦକ ସୁବାଷ ଚନ୍ଦ୍ର ସାହୁ, ସାଂସ୍କୃତିକ ସମ୍ପାଦକ ସୁଶାନ୍ତ କୁମାର ସାମଲ, କୋଷାଧ୍ୟକ୍ଷ ପ୍ରିୟବ୍ରତ ସାମଲଙ୍କ ସମେତ ସାମ୍ବାଦିକ ଅଜିତ କୁମାର ଭୋଇ ଓ କ୍ଷୀରୋଦ କୁମାର ବେହେରା ଓ ସମସ୍ତ ସାମ୍ୱାଦିକ ମାନେ ଥିଲେ।

ଶେଷରେ ଜାତୀୟ ପ୍ରେସ୍ ଦିବସକୁ ସଫଳ କରିବା ସହ ସାମ୍ବାଦିକ ସଂଘର ସାମୂହିକ ଏକତା ଓ ସହଯୋଗ ବଜାୟ ରଖିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।

Leave a Reply

Your email address will not be published. Required fields are marked *