Spread the love

ଜାତୀୟ ରାଜପଥରେ ମର୍ମନ୍ଦୂନ୍ତ ସଡ଼କ ଦୁର୍ଘଟଣା ଘଟଣାସ୍ଥଳରେ ସ୍କୁଟି ଚାଳକ ମୃତ । ଅନ୍ୟଜଣେ ଗୁରୁତର ଆହତ।

କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତରେ ମର୍ମନ୍ଦୁନ୍ତ ସଡ଼କ ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର ଆହତ। ଚମ୍ପୁଆ ଥାନା ଅନ୍ତର୍ଗତ ୨୦ ନମ୍ୱର୍ ଜାତୀୟ ରାଜପଥ ରିମୁଳି ବାଇପାସ୍ ନିକଟ ଜାମୁନାଳିଆ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି । ଜାମୁନାଳିଆ ଛକରେ ଛିଡା ହୋଇଥିବା ଏକ ହାଇୱା ଟ୍ରକ୍ କୁ ପଛପଟୁ ଏକ ସ୍କୁଟି ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ସ୍କୁଟି ଚାଳକ ରବିନା ଚାତର ଙ୍କର ମୃତ୍ୟୁ ଘଟିଥିବା ବେଳେ ସ୍କୁଟି ପଛରେ ବସିଥିବା ସନ୍ତୋଷ ନାଇଡୋ ଗୁରୁତର ଆହତ ହୋଇଥିବା ନେଇ ସୂଚନା । ଉଭୟଙ୍କ ଘର ବଡ଼ବିଲ ଅଞ୍ଚଳରେ ହୋଇଥିବା ନେଇ ସୂଚନା । ଖବର ପାଇ ଚମ୍ପୁଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ଗୁରୁତର ଆହତ ସନ୍ତୋଷ କୁ ଚମ୍ପୁଆ ଡାକ୍ତରଖାନା ପଠାଇଛି । ସ୍କୁଟି ଓ ଟ୍ରକ୍ କୁ ଜବତ କରି ପୁଲିସ ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଚଳାଇଥିବା ନେଇ ସୂଚନା ।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *

You missed