Spread the love

ଜାତୀୟ ରାଜପଥରେ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର,ମିଳିଲା ମୃତ୍ୟୁ ବ୍ୟକ୍ତିରପରିଚୟ….

କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ 26 ଜାତୀୟ ରାଜପଥ ଉପରେ ଜଣେ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା, ବର୍ତ୍ତମାନ ଯୁବକଙ୍କ ପରିଚୟ ଜଣାପଡ଼ିଛି । ଯୁବକ ଜଣକ ଜଣେ ପୋଲିସ ଏଏସ୍‌ଆଇ ହୋଇଥିବା ବେଳେ ତାଙ୍କ ନାଁ ପବିତ୍ର ଗୋଲାପି ଓ ଘର କୋରାପୁଟ ଜିଲ୍ଲାରେ ବୋଲି ସୂଚନାମିଲିଛି, । ମୃତ ଏଏସ୍‌ଆଇ ପବିତ୍ର ଗୋଲାପି କଳାହାଣ୍ଡି ଜିଲ୍ଲା କେଗାଁ ଥାନାରେ କାର୍ଯ୍ୟରତ ଥିଲେ ପରେ ନିଲମ୍ବିତ ହୋଇ ଭବାନୀପାଟଣା ରିଜର୍ଭ ପୁଲିସ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିଲେ । ଘଟଣାସ୍ଥଳରେ ଅତିରିକ୍ତ ଏସପି ଓ ତାଙ୍କ ଟିମ୍ ସହିତ ତଦନ୍ତ ଆରମ୍ଭ କରିଛନ୍ତି । ଏପଟେ ମୃତ ଏଏସ୍‌ଆଇଙ୍କ ସାନଭାଇ ଶ୍ରୀନରେନ୍ଦ୍ର ଗୋଲାପି ଘଟଣାସ୍ଥଳରେ ପହଞ୍ଚି ତାଙ୍କ ଭାଇଙ୍କୁ ହତ୍ୟା କରାଯାଇଥିବା ଗଣମାଧ୍ୟମକୁ କହିଛନ୍ତି । ଅର୍ଦ୍ଧ ଦଗ୍ଧ ଶବକୁ ପୋଲିସ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ଜୁନାଗଡ଼ ଡାକ୍ତରଖାନା କୁ ଅଣା ଯାଇଥିବା ବେଳେ ପରିବାର ବର୍ଗ ମଧ୍ୟ କୋରାପୁଟରୁ ଆସି ପହଞ୍ଚିଛନ୍ତି ।ଜୁନାଗଡ ଥାନାରେ କେଶ ରୁଜୁ ହୋଇଥିବା ଜଣାଯାଇଛି,କଳାହାଣ୍ଡି ରୁ ବାଲେଶ୍ଵର ସୁନାନୀଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ।

Leave a Reply

Your email address will not be published. Required fields are marked *