Spread the love

ଜାତୀୟ ରାଜପଥ ୧୪୯ ର ଶୋଚନୀୟ ଅବସ୍ଥା ଦେଖି ରାସ୍ତାରେ ବସି ଆନ୍ଦୋଳନ କଲେ ପୂର୍ବତନ ସାଂସଦ ମହେଶ ସାହୁ


ତାଳଚେର ୨୭/୯ ଜାତୀୟ ରାଜପଥ ୧୪୯ ନମ୍ବର ରାସ୍ତାର ଶୋଚନୀୟ ଅବସ୍ଥା ଦେଖି ଢେ଼ଙ୍କାନାଳ ର ପୂର୍ବତନ ସାଂସଦ ତଥା ତାଳଚେର ପାଲଲହଡା ର ପୂର୍ବତନ ବିଧାୟକ ମହେଶ ସାହୁ ଆଜି ସକାଳ ୬ଘଣ୍ଟା ସମୟରେ ତାଳଚେର ଥର୍ମାଲ ନନ୍ଦିରା ବ୍ରିଜ ନିକଟରେ ଅର୍ଥନୈତିକ ଅବରୋଧ କରିଛନ୍ତି । ତାଳଚେର ଅଞ୍ଚଳ ବାସୀଙ୍କ ଦୁଃଖ ପାଲଟି ଥିବା ୧୪୯ ନମ୍ବର ଜାତୀୟ ରାଜପଥ ଅସୁରକ୍ଷିତ ହୋଇପଡିଛି। ଏହାକୁ ଦେଖି ମଧ୍ୟ ସମସ୍ତେ ଆଖି ବୁଜି ଦେଇଛନ୍ତି। ତାର ସୁଯୋଗ ନେଇଛି ଜାତୀୟ ରାଜପଥ ବିଭାଗ। ଖାଲ ଖମଣ ରାସ୍ତା ସାଧାରଣ ଲୋକଙ୍କ ପାଇଁ ଯମ ଯନ୍ତ୍ରଣା ଦେଉଥିବା ବେଳେ , ଦିନକୁ ଦିନ ଗୋଟାଏ ପରେ ଗୋଟାଏ ମୁଣ୍ଡ ରାସ୍ତାରେ ଗଡିଲାଣି। ଏ ପରିକି ବିଗତ ୫/୬ମାସ ମଧ୍ୟରେ ପ୍ରାୟ ୯/୧୦ ଜଣଙ୍କ ପ୍ରାଣ ହାନି ଘଟିଲାଣି। ତେଣୁ ଏଥିପ୍ରତି କେହୀ ଦୃଷ୍ଟି ନ ଦେବାରୁ ବାଧ୍ୟ ହୋଇ ରାଜ ରାସ୍ତାକୁ ପ୍ରତୀକ ଭାବେ ତିନି ଘଣ୍ଟା ବନ୍ଦ କଲେ ପୂର୍ବତନ ସାଂସଦ ମହେଶ ସାହୁ। ଏହି ଆନ୍ଦୋଳନ ପ୍ରଜାୟ କ୍ରମେ ଦାବୀ ପୂରଣ ନ ହେବା ପର୍ଯ୍ୟନ୍ତ ଜାରି ରହିବ ବୋଲି ଶ୍ରୀ ସାହୁ ପ୍ରକାଶ କରିଛନ୍ତି। ଦାବୀ ମଧ୍ୟରେ ରାସ୍ତାରେ ମୃତ୍ୟୁ ବରଣ କଲେ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତି ପୂରଣ, ଗାଈ ଗୋରୁ ମଲେ ସେଠାରେ ଥିବା ମନ୍ଦିର ପରିଚାଳନା କମିଟି କୁ ୫ଲକ୍ଷ ଟଙ୍କା କ୍ଷତି ପୂରଣ, ଏଵଂ ନନ୍ଦିରା ପୋଲ କୁ ବିପଦମୁକ୍ତ ଘୋଷଣା କରାଯିବା ସହ ରାସ୍ତା ମରାମତି ନ ହେବା ଯାଏ ଭାରିଯାନ ଚଳାଚଳ କୁ ନିଷିଦ୍ଧ କରାଯିବାକୁ ଦାବୀ ପତ୍ରରେ ଉଲ୍ଲେଖ ରହିଛି। ତେବେ ଆଗାମୀ ୩୦ ତାରିଖ ବାଙ୍କ ଧରା ଛକ ଠାରେ ଟ୍ରେନ ରେ କରାଯାଉଥିବା କୋଇଲା ପରିବହନ କୁ ବନ୍ଦ କରାଯିବାକୁ ଶ୍ରୀ ସାହୁ ଚେତାବନୀ ଦେଇଛନ୍ତି। ମହେଶ ସାହୁ ଙ୍କ ନେତୃତ୍ୱରେ ଚାଲି ଥିବା ଅର୍ଥନୈତିକ ଅବରୋଧ ଆନ୍ଦଳନ ରେ ଗାନ୍ଧୀ ବିଚାର ମଞ୍ଚ , ଜିଲ୍ଲା ପରିଷଦ ସଦସ୍ୟା ରିତା ରାଣୀ ଦାସ, ବିନୋଦ ଲାଲ, ବାବୁଲା ଶତପଥୀ, ଲିପୁ ରଥ, କଳାକାର ସିଂ, କାଳିଆ ସାମଲ, କୁଶ ବିହାରୀ ସାମଲ,ପ୍ରମୁଖଙ୍କ ସମେତ ବିଜୁ ଜନତା ଦଳ କର୍ମୀ ସମର୍ଥକ ମାନେ ସାମିଲ୍ ଥିଲେ।। ଏହି ଆନ୍ଦୋଳନ ଫଳରେ ଶହ ଶହ ସଂଖ୍ୟାରେ ଟ୍ରକ୍ ଓ ଭାରି ଯାନ ଉଭୟ ପାର୍ଶ୍ଵରେ ଅଟକି ରହିଥିବା ଦେଖିବାକୁ ମିଳିଥିଲା। ପ୍ରଶାସନ ପକ୍ଷରୁ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଗଲେ ଆନ୍ଦୋଳନ କୁ ତୀବ୍ରତର କରାଯିବ ବୋଲି ସୂଚନା ଦେଇଛନ୍ତି ପୂର୍ବତନ ସାଂସଦ ଶ୍ରୀ ସାହୁ।।

Leave a Reply

Your email address will not be published. Required fields are marked *