Spread the love

ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ଶ୍ରୀ ଓ.ପି ଜିନ୍ଦଲ(ବାଉଜୀ)ଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ସ୍ୱରୁପ ରକ୍ତଦାନ ଶିବିର ଆୟୋଜିତ· ଏହି ଶିବିରରେ ୩୫୭ ରକ୍ତ ୟୁନିଟ୍ ସଂଗୃହିତ

ଅନୁଗୁଳ, ୦୬ ଅଗଷ୍ଟ : ଓ.ପି. ଜିନ୍ଦଲ ଗୋଷ୍ଠୀର ପ୍ରତିଷ୍ଠାତା ଶ୍ରୀ ଓ.ପି ଜିନ୍ଦଲ (ବାଉଜୀ)ଙ୍କ ଐତିହ୍ୟ ଓ ଯୋଗାଦାନକୁ ସମ୍ମାନ ଜଣାଇ ତାଙ୍କ ୯୫ତମ ଜନ୍ମବାର୍ଷିକୀର ଗୋଟିଏ ଦିନ ପୂର୍ବରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିନ୍ଦଲ ଷ୍ଟିଲର କର୍ମଚାରୀ ଓ ଏହାର ଅଂଶୀଦାରମାନେ ବେଶ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ । ରକ୍ତ ଅଭାବରୁ କାହାର ଜୀବନହାନୀ ନହେବା ସହିତ ଜରୁରୀକାଳୀନ ଚିକିତ୍ସା ଆବଶ୍ୟକତାକୁ ସମର୍ଥନ ଦେବା ଲକ୍ଷ୍ୟରେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା ।ଜିନ୍ଦଲ ଟାଉନସିପ ମଧ୍ୟରେ ଥିବା ହଷ୍ଟେଲ-୩ ପରିସରରେ ଏହି ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ କାର୍ୟ୍ୟନିର୍ବାହୀ ନିର୍ଦ୍ଦେଶକ (ପ୍ରକଳ୍ପ) ଶ୍ରୀଯୁକ୍ତ ଦାମୋଦର ମିତ୍ତଲ ।

ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଯୋଗଗୁରୁ ସ୍ୱାମୀ ସତ୍ୟବିନ୍ଦୁ ସରସ୍ୱତୀ, ମୁଖ୍ୟମାନବ ସମ୍ବଳ ଅଧିକାରୀ ଶ୍ରୀଯୁକ୍ତ ଦିଲୀପ କୁମାର ସିହ୍ନା, ଓଡ଼ିଶା ରକ୍ତଭଣ୍ଡାର ଡିଡିଏଚ୍ ଅନୁଗୁଳ ଇନଚାର୍ଜ ଡାକ୍ତର ସତ୍ୟବ୍ରତ ପାଟ୍ଟଯୋଶୀ , ଅନୁଗୁଳ ସିଏସ୍ଆର ମୁଖ୍ୟ ଶ୍ରୀଯୁକ୍ତ ଜୟନ୍ତ ମହାନ୍ତି, ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।ସମାବେଶକୁ ସମ୍ବୋଧିତ କରି ଶ୍ରୀ ମିତ୍ତଲ କହିଥିଲେ, ” ଅନୁଗୁଳର ଲୋକଙ୍କ ସେବା ପାଇଁ ଓଡ଼ିଶା ରକ୍ତଭଣ୍ଡାର ସହିତ ସହଭାଗୀ ହେବା ସୌଭାଗ୍ୟର କଥା। ମୁଁ ସର୍ବଦା ଆମର କର୍ମଚାରୀମାନଙ୍କୁ ରକ୍ତଦାନ କରିବାକୁ ଉତ୍ସାହିତ କରେ- ଏହା ସମାଜରେ ଯୋଗାଦାନ ଦେବାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଉପାୟ ମଧ୍ୟରୁ ଗୋଟିଏ। ଜିନ୍ଦଲ ଷ୍ଟିଲ କର୍ମକର୍ତ୍ତା ସର୍ବଦା ଏହି ଅଞ୍ଚଳରେ ଅବସ୍ଥିତ ଥିବା ଅନ୍ୟ ଶିଳ୍ପାନୁଷ୍ଠାନମାନଙ୍କ ଠାରୁ ଅଧିକ ରକ୍ତଦାନ କରି ଆସୁଛନ୍ତି ।

ମୁଁ ନିଜେ ଜଣେ ନିୟମିତ ସ୍ୱେଚ୍ଛାକୃତ ରକ୍ତଦାତା ଭାବରେ, ଏପରି ଶିବିରର ଅଂଶ ଭାବେ ଖୁସି ଅନୁଭବ କରୁଛି। ଜିନ୍ଦଲ ଐତିହ୍ୟର ଅଂଶ ହେବା ପ୍ରକୃତରେ ଏକ ସମ୍ମାନର କଥା, କାରଣ ବାଉଜୀ ସର୍ବଦା ଆମକୁ ଯଥାସମ୍ଭବ ସମାଜର ସେବା କରିବାକୁ ପରାମର୍ଶ ଦେଇଥିଲେ। ଆମର ନିୟମିତ ସିଏସଆର କାର୍ୟ୍ୟକଳାପ ବ୍ୟତୀତ, ଏଭଳି ପ୍ରୟାସ ମାଧ୍ୟମରେ ସମ୍ପ୍ରଦାୟକୁ ସମର୍ଥନ କରି ପାରିଥିବାରୁ ଆମେ ପ୍ରକୃତରେ ଖୁସି ଅନୁଭବ କରୁଛୁ।”ଜିନ୍ଦଲ ଫାଉଣ୍ଡେସନ ଦ୍ୱାରା ଓଡ଼ିଶା ରକ୍ତଭଣ୍ଡାର ଡିଜିଏଚ ଅନୁଗୁଳ ସହଯୋଗରେ ଆୟୋଜିତ ଏହି ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରେ ସର୍ବମୋଟ ୩୫୭ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା।ଶ୍ରୀ ଓ.ପି. ଜିନ୍ଦଲ, ଜଣେ ସାଧାରଣ ଚାଷୀ ପୃଷ୍ଠଭୂମିରୁ ଆସି ମଧ୍ୟ ଜଣେ ଦୂରଦୃଷ୍ଟିସମ୍ପନ୍ନ ଶିଳ୍ପପତି ଏବଂ ଦାନଶୀଳ ବ୍ୟକ୍ତି ହୋଇପାରିଥିଲେ। ଏକ ଆତ୍ମନିର୍ଭରଶୀଳ ଭାରତ ଗଠନର ସ୍ୱପ୍ନ ସହିତ, ସେ ଓ.ପି. ଜିନ୍ଦଲ ଗୋଷ୍ଠୀର ପ୍ରତିଷ୍ଠା କରିଥିଲେ, ଯାହା ବର୍ତ୍ତମାନ ଦେଶର ପ୍ରମୁଖ ଶିଳ୍ପ ଗୋଷ୍ଠୀ ମଧ୍ୟରୁ ଅନ୍ୟତମ। ଭାରତୀୟ ଇସ୍ପାତ ଶିଳ୍ପରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ, ତାଙ୍କୁ ବେଙ୍ଗଲ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଦ୍ୱାରା ପ୍ରତିଷ୍ଠିତ “ଲାଇଫଟାଇମ୍ ଆଚିଭମେଣ୍ଟ୍ ପୁରସ୍କାର”ରେ ସମ୍ମାନିତ କରାଯାଇଥିଲା। ସେ ହରିୟାଣା ରାଜ୍ୟ ବିଧାନସଭାର ସଦସ୍ୟ, ସଂସଦ ସଦସ୍ୟ ଏବଂ ହରିୟାଣା ସରକାରଙ୍କ ଶକ୍ତି ମନ୍ତ୍ରୀ ଭାବରେ ମଧ୍ୟ କାର୍ୟ୍ୟ କରିଥିଲେ।

Leave a Reply

Your email address will not be published. Required fields are marked *