ଜିଲ୍ଲା ବନ୍ଧୁକଧାରୀ କଲ୍ୟାଣ ସଂଘ ନୂତନ ଏସ୍ପିଙ୍କୁ ଭେଟି ଶୁଭେଚ୍ଛା ଜଣେଇଲେ
ଢେଙ୍କାନାଳ, ୨୯/୯: ଢେଙ୍କାନାଳ ଜିଲ୍ଲା ନୂତନ ଆରକ୍ଷୀ ଅଧୀକ୍ଷକ ଅଜୀଙ୍କ୍ୟ ବି. ମାନେଙ୍କୁ ଜିଲ୍ଲା ବନ୍ଧୁକଧାରୀ କଲ୍ୟାଣ ସଂଘ ପକ୍ଷରୁ ସଭାପତି କମଳ କୁମାର ମିଶ୍ର ଓ ସମ୍ପାଦକ ଗିରିଶ ଚନ୍ଦ୍ର ମହାଳିକ ତଥା ସଙ୍ଘର ଅନ୍ୟ ସଦସ୍ୟ ବୃନ୍ଦ ଉପସ୍ଥିତ ରହି ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇଥିଲେ । ଆରକ୍ଷୀ ଅଧିକ୍ଷକ ତାଙ୍କର ବହୁ ମୂଲ୍ୟ ସମୟ ଦେଇ ସଙ୍ଘର ସଦସ୍ୟମାନଙ୍କୁ ଅନେକ ଶୁଭେଚ୍ଛା ଜ୍ଞାପନ କରିବା ସହ ଅନୁଷ୍ଠାନ ବିଷୟରେ ପଚାରି ବୁଝିଥିଲେ । ସଂଘ ପକ୍ଷରୁ ସମସ୍ତ ସଦସ୍ୟ ଆରକ୍ଷୀ ଅଧିକ୍ଷକଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।
