Spread the love

ଜିଲ୍ଲା ସ୍ତରୀୟ ଜାତୀୟ କୃମିନାଶକ ଦିବସ ପାଳିତ

ଅନୁଗୋଳ,୧୦.୦୮: ଆଜି ପୂର୍ବାହ୍ନରେ ସ୍ଥାନୀୟ ହୁଲୁରିସିଂହା ଉଚ୍ଚ ବିଦ୍ୟାଳୟଠାରେ ଜିଲ୍ଲା ସ୍ତରୀୟ ଜାତୀୟ କୃମିନାଶକ ଦିବସ ପାଳନ କରାଯାଇଛି।ଏହି ସଚେତନତା କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଛାତ୍ରଛାତ୍ରୀଙ୍କୁ କୃମି ନାଶକ ବଟିକା ଖୁଆଇଥିଲେ । ପିଲାମାନେ ସଚେତନ ହେବା ସହିତ ପରିବାର, ସାଙ୍ଗସାଥି ଓ ସାହି ପଡ଼ିଶାଙ୍କୁ ସଚେତନ ବାର୍ତ୍ତା ଦେଇ କୃମିମୁକ୍ତ ଅନୁଗୋଳ ଗଢ଼ିବାରେ ସାହାଯ୍ଯ କରିବାକୁ ସେ ଆହ୍ୱାନ ଦେଇଥିଲେ।

ଜିଲ୍ଲା ମୁଖ୍ୟ ଜନସ୍ୱାସ୍ଥ୍ୟ ଓ ଚିକିତ୍ସା ଅଧିକାରୀ ଡ଼. ମଦନ ମୋହନ ପ୍ରଧାନ କୃମି ଦ୍ଵାରା ହେଉଥିବା ବିଭିନ୍ନ ପ୍ରକାରର ରୋଗ ବିଷୟରେ ବୁଝାଇଥିଲେ ଏବଂ ଏହାର ନିରାକରଣ ବିଷୟରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ। କୃମି ବଟିକା ଆଲ୍‌ବେଣ୍ଡାଜୋଲ୍ ୪୦୦ ଏମ୍.ଜିର ୧ଟି ବଟିକା (୨-୧୯) ବର୍ଷର ପିଲାମାନେ ସମସ୍ତେ ଖାଇବେ ଏବଂ (୧-୨)ବର୍ଷର ପିଲା ଆଲ୍‌ବେଣ୍ଡାଜୋଲ୍ ସିରପ୍ ଖାଇବେ । ତତ୍ ସହିତ ହାତ ଧୋଇବା ପ୍ରଣାଳୀ,ଖୋଲା ପଡ଼ିଆରେ ଶୌଚ ନ ହେବା, ଖାଲି ପାଦରେ ନଚାଲିବା, ତଟକା ପନିପରିବା ଭଲ ଭାବରେ ଧୋଇ ଶିଝାଇ ଖାଇଲେ ଏହି ରୋଗରୁ ରକ୍ଷା ପାଇପାରିବା ବୋଲି ବିଭାଗୀୟ ଅଧିକାରୀମାନେ ବୁଝାଇଥିଲେ। ଏହି ସଚେତନତା ସଭାରେ କାଉନସିଲର ଶ୍ରୀମତୀ ସରିତା ମିଶ୍ର, ଅତିରିକ୍ତ ଜିଲ୍ଲା ଜନସ୍ଵାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡ଼.କୃଷ୍ଣଚନ୍ଦ୍ର ପାଲ, ଡି.ପି.ଏମ୍ ସୌମ୍ୟାରାଣୀ ଗୌଡଙ୍କ ସମେତ ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *