Spread the love

ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ବୈଠକ ଅନୁଷ୍ଠିତ

ଅନୁଗୋଳ -ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଅବସରରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବିରଣ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମଦ୍ ଅଖତର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ, ଦୁର୍ନୀତି ରୋକିବା ସମସ୍ତଙ୍କ ସକ୍ରିୟ ଭୂମିକା ରହିଛି ବୋଲି ଉଲ୍ଲେଖ କରିବା ସହିତ ପ୍ରତ୍ୟେକ ଅଧିକାରୀ ଏଥିପ୍ରତି ଆତ୍ମ ଚିନ୍ତନ କରି ନିଜ କର୍ତ୍ତବ୍ୟ ସତ୍ୟନିଷ୍ଠା ସହିତ ପାଳନ କରିବାର ଆବଶ୍ୟକ‌ତା ରହିଛି ବୋଲି ମତବ୍ୟକ୍ତ କରିଥିଲେ । ଏହି ସଭାରେ ସମ୍ମାନୀତି ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ରାଜିବ ଲୋଚନ ପଣ୍ଡା ଯୋଗ ଦେଇ କହିଥିଲେ ଯେ, ବ୍ୟାପକ ସଚେତନତା ହିଁ ସମାଜରେ ଦୁର୍ନୀତିର ମୁଳୋତ୍ପାଟନ କରିବାରେ ସାହାଯ୍ୟ କରିପାରିବ ।

ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ସଭାପତି ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଡ.ଧରଣୀଧର ନାଥ ଯୋଗ ଦେଇ ଏ ବର୍ଷ “ ଦୁର୍ନୀତି ନିବାରଣ ଆମ ସାମୂହିକ ଦାୟିତ୍ବ ” ଉପରେ ବିଶଦ ଭାବେ ଆଲୋଚନା କରିଥିଲେ। ଦୁର୍ନିତି ନିବାରଣ ସଚେତନତା ଅଭିଯାନ ପରିପ୍ରେକ୍ଷୀରେ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗୀତାର କୃତି ପ୍ରତିଯୋଗୀ ମନଙ୍କୁ ଜିଲ୍ଲାପାଳ ଓ ସମ୍ମାନୀତ ଅତିଥିମାନେ ପୁରସ୍କୃତ କରିଥିଲେ। ଦୁର୍ନୀତି ନିବାରଣ ବିଭାଗର ଉପ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରଦୀପ କୁମାର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ଉମା ଶଙ୍କର ମିଶ୍ର, ଉପ- ନିର୍ଦ୍ଦେଶକ ଊଦ୍ୟାନ ଅମ୍ବର ଲୁଗୁନ୍, ଅବକାରୀ ଅଧିକ୍ଷକ ମଧୁସ୍ମିତା ନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଜୟଜିତ୍ ଧଳ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ନିରୁପମା ପାଣି, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ନିରଞ୍ଜନ ସାହୁ, ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ ଡା. ଧନଞୟ ବେହେରା, ଆସିଷ୍ଟାଣ୍ଟ କଲେକ୍ଟର ଶ୍ରୀ ପ୍ରତାପ ହରି ପ୍ରଧାନ, ଅନୁଗୋଳ ପୌରପାଳିକାର ନିର୍ବାହୀ ଅଧିକାରୀ ଶ୍ରୀ ସତ୍ୟ ପ୍ରକାଶ ତ୍ରିପାଠୀ, ଭିଜିଲାନସ ଇନିସପେକ୍ଟର ଶ୍ରୀମତୀ ଊର୍ମିଳା ଲାକ୍ରାଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ, ଛାତ୍ର ଛାତ୍ରୀ, ବୁଦ୍ଧିଜୀବି ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ । ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ସକାଳ ସମୟରେ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ଜିଲ୍ଲା ସ୍ତରୀୟ ସଚେତନତା ରାଲି ଶୈଳଶ୍ରୀକ୍ଷେତ୍ର ଠାରୁ ବାହାରି ସହର ପରିକ୍ରମା କରିଥିଲା। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଊଦୟ କୁମାର ମହାପାତ୍ର ସବୁଜ ପତାକା ଦେଖାଇ ଏହି ରାଲିର ଶୁଭାରମ୍ଭ କରିଥିଲେ ।

Leave a Reply

Your email address will not be published. Required fields are marked *