Spread the love

ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ

ଢେଙ୍କାନାଳ, ତା. ୨.୧.୨୦୨୪- ଆଜି ପୂର୍ବାହ୍ନରେ ଜଳ ସଂପଦ ବିଭାଗ ପକ୍ଷରୁ ଅତିରିକ୍ତ ମୁଖ୍ୟଯନ୍ତ୍ରୀ, ରେଙ୍ଗାଳୀ ଦକ୍ଷିଣ ଜଳସେଚ଼ନ ମଣ୍ଡଳ, ଢ଼େଙ୍କାନାଳଙ୍କ ସହଯୋଗରେ ସ୍ଥାନୀୟ ପୁରୁଣା ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ ହୋଇଯାଇଛି । ଉତ୍ସବରେ ପୌରପାଳିକାର ଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ, ଚାଷୀଭାଇ ସଫଳ ହେଲେ ରାଜ୍ୟ ସମୃଦ୍ଧ ହେବ ବୋଲି ମତବ୍ୟକ୍ତ କରିଥିଲେ । କୌଣସି ଚାଷୀଭାଇ ଅସୁବିଧାର ସମ୍ମୁଖୀନ ହେଲେ ତାଙ୍କ ଦୃଷ୍ଟି ଆକର୍ଷଣ କରିପାରିବେ,ସେ ସମସ୍ତ ପ୍ରକାରର ସହଯୋଗ କରିବେ ବୋଲି କହିଛନ୍ତି । ବିଭାଗୀୟ ଅଧିକାରୀ ମାନେ ନିଶ୍ଚିତ ଭାବେ ଜଳ ପରିଚାଳନାରେ କୃଷକ ବନ୍ଧୁ ମାନଙ୍କୁ ସହଯୋଗ କରିବାକୁ ସେ ପରାମର୍ଶ ଦେଇଥିଲେ । ଉତ୍ସବରେ ସଭାପତିତ୍ୱକରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠି ମାନବ ସମାଜର ବଞ୍ଚି ରହିବା ପାଇଁଖାଦ୍ୟ ଅପରିହାର୍ଯ୍ୟ ବୋଲି ମତବ୍ୟକ୍ତ କରିଥିଲେ । ଚାଷୀକୂଳ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ଦିଗରେ ସମସ୍ତେ ଯତ୍ନ ବାନ ହେବାକୁ ପରାମର୍ଶ ଦେଇଥିଲେ । ଜଳ ଅସରନ୍ତି ଭଣ୍ଡାର ହୋଇ ଥିବାରୁ ଏହାର ପୂର୍ଣ୍ଣ ବିନିଯୋଗ କରିପାରିଲେ ଏହା ଆମ ପାଇଁ ବରଦାନ ସଦୃଶ ହେବବୋଲି ମତ ବ୍ୟକ୍ତ କରିଥିଲେ । ଉତ୍ସବ ପ୍ରାରମ୍ଭରେ ବିଭାଗୀୟ ମୁଖ୍ୟଯନ୍ତ୍ରୀ ଶ୍ରୀ ପ୍ରଦୀପ କୁମାର ପ୍ରଧାନ ପାଣି ପଞ୍ଚାୟତ ପକ୍ଷ ପାଳନ ସଂପର୍କରେ ଆଲୋକପାତ କରିଥିଲେ। କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଶ୍ରୀ ବିମଳେନ୍ଦୁ ମହାନ୍ତି, ଭୂତଳ ଜଳ ପାଇପ୍‌ ଲାଇନ୍ ପ୍ରୋଜେକ୍ଟ ହେଡ୍ ଶ୍ରୀ ଏସ୍. ମୁରଲି , ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ସୁବ୍ରତ କୁମାର ପାଢୀ , ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀଙ୍କ ପ୍ରତିନିଧି ଶ୍ରୀ ରାମଚ଼ନ୍ଦ୍ର ପାତ୍ର, ଶ୍ରୀ ଦେବୀ ପାଣି ପଞ୍ଚାୟତର ସଭାପତି ଶ୍ରୀ ନିରଞ୍ଜନ ପତି ପ୍ରମୂଖ ଯୋଗ ଦେଇ କୃଷିର ବିକାଶ ବିନା ଅନ୍ୟ କୈଣସି କ୍ଷେତ୍ରରେ ଉନ୍ନତି ସମ୍ଭବ ନୁହେଁ କରିଥିଲେ। ଜଳ ଦ୍ଵାରା ହିଁ ସମସ୍ତ ସୃଷ୍ଟି ସମ୍ଭବ ହୋଇ ପାରୁଛି, ଏଣୁ ଏହାର ସୁରକ୍ଷଣା ବେକ୍ଷଣ ଏବଂ ସୁପରିଚାଳନା ନିହାତି ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ। ଶେଷରେ ରେଙ୍ଗାଳୀ ରାଇଟ୍ କେନାଲର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଶ୍ରୀ ନିହାର ରଞ୍ଜନ ପାତ୍ର ସମସ୍ତଙ୍କୁଧନ୍ୟବାଦଅର୍ପଣ କରିଥିଲେ। । ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ କୃଷି ଭିତ୍ତିକ ଚିତ୍ରାଙ୍କନ, ରଚନା, ବକ୍ତୃତା ଏବଂ ବିଜ୍ଞାନ ପ୍ରଦର୍ଶନୀର ଶ୍ରେଷ୍ଠ ପ୍ରତିଯୋଗୀମାନଙ୍କୁ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ । ଶ୍ରୀ ସତ୍ୟ ନାରାୟଣ କର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

Leave a Reply

Your email address will not be published. Required fields are marked *