Spread the love

( ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦଘାଟନୀ ଉଛବ ଅନୁଷ୍ଠିତ )
ଜଗତସିଂହପୁର
ତା =23/11/24

ଜଗତସିଂହପୁର ଜିଲ୍ଲାପାଳ ଙ୍କ କାର୍ଯାଳୟ ସମ୍ମୁଖ ପଡିଆ ରେ ଦୁଇ ଦିନିଆ ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି l ଏହି ଉଦଘାଟନୀ ଉଛବ ରେ ମୁଖ୍ୟ ଅତିଥଭାବେ ଶିଳ୍ପ ଖଣିଜ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା କୁ ରିବନକାଟି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ |ଏହା ପରେ ଉଦଘାଟନୀ ସଭା ଅନୁଷ୍ଠାନ ହୋଇଥିଲା ମୁଖ୍ୟ ବକ୍ତା ଭାବେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ ଜେ,ସୋନାଲ ସିଡ଼ିଭିଓ କୈଳାଶ ଚନ୍ଦ୍ର ମଲ୍ଲିକ ମତ୍ସ୍ ସମ୍ପଦ ଅଧିକାରୀ ରେଶମା ସିଂ ପ୍ରମୁଖ ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରିବା ସହିତ ଜଗନ୍ନାଥ ଙ୍କ ଫଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ |ଜ଼ିଲ୍ଲା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ସମସ୍ତ ଅତିଥି ମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ପ୍ରଦାନ କରାଯାଇଥିଲା |
ଗୋ ପାଳନ,କୁକୁଡ଼ା ଫାର୍ମ, ମାଛ ଚାଷ, ଘୁଷୁରୀ ଫାର୍ମ ଆଦି କ୍ଷେତ୍ର ରେ ଆତ୍ମ ନିର୍ଭରଶୀଳ ହୋଇଥିବା ମହିଳା ସ୍ୱୟଂ ସହାୟିକା ଗ୍ରୁପ ମାନଙ୍କୁ ମୁଖ୍ୟ ଅତିଥି ମାନପତ୍ର, ଉପଢୌକନ, ସ୍ମୁତି ଫଳକ ପ୍ରଦାନ କରି ସଂମ୍ମାନିତ କରିଥିଲେ |ଜ଼ିଲ୍ଲା ର ୮ଟି ବ୍ଲକ ଆଠ ସହ ରୁ ଉର୍ଦ୍ଧ ସଫଳ ଚାଷୀ ଯୋଗଦେଇଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *