Spread the love

ଭୂବନେଶ୍ୱର: ପାରମ୍ପରିକ ପୂଜା ପରେ ଜୁଲାଇ ୬ ତାରିଖରେ ହୀରାକୁଦ ଡ୍ୟାମରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି କର୍ତ୍ତୃପକ୍ଷ।

ସମ୍ବଲପୁରରେ ଥିବା ହୀରାକୁଦ ଜଳଭଣ୍ଡାରର ଜଳସ୍ତର କ୍ରମାଗତ ବୃଦ୍ଧି ପାଉଛି। ଯାହାକୁ ଦୃଷ୍ଟିରେ ରଖି ଜଳସମ୍ପଦ ବିଭାଗ ଏହି ନିଷ୍ପତ୍ତି ନେଇଛି। ପ୍ରଥମ ବନ୍ୟାଜଳ ୬ ଜୁଲାଇ ସକାଳ ୧୦ଟାରେ ହୀରାକୁଦ ଡ୍ୟାମ୍ ଜଳଭଣ୍ଡାରର ଗେଟ୍ ନଂ ୭ରୁ ଛଡ଼ାଯିବ ବୋଲି ସୂଚନା ମିଳିଛି।

ହୀରାକୁଦ ଡ୍ୟାମର ତଳ ମୁଣ୍ଡରେ ରହୁଥିବା ଲୋକମାନଙ୍କୁ ସତର୍କ ରହିବାକୁ କୁହାଯାଇଛି। କାରଣ ବନ୍ୟାଜଳ ଛାଡ଼ିବା ପରେ ଶାଖା ନଦୀ ଗୁଡ଼ିକର ଜଳସ୍ତର ବୃଦ୍ଧି ପାଇପାରେ। ତେବେ ହୀରାକୁଦ ଜଳଭଣ୍ଡାରର ଜଳଧାରଣ କ୍ଷମତା ୬୩୦ ଘନଫୁଟ ରହିଛି।

Leave a Reply

Your email address will not be published. Required fields are marked *