Spread the love

ଜେଏନୟୁ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ: ଅନୁଗୋଳରେ ବିଜେପି ମହିଳା ମୋର୍ଚ୍ଚାର ପ୍ରତିବାଦ, ରାହୁଲଙ୍କ କୁଶପୁତ୍ତଳିକା ଦାହ

ଅନୁଗୋଳ: ଜେଏନୟୁର ୧୧ ଜଣ ଛାତ୍ରୀଙ୍କ ସହ ଯୌନ ନିର୍ଯାତନା ହୋଇଥିବା ଅଭିଯୋଗକୁ ନେଇ ରାଜନୈତିକ ମାହୋଲ ସରଗରମ ହୋଇଛି। ଏହି ପ୍ରସଙ୍ଗରେ କଂଗ୍ରେସର ନୀରବତାକୁ ପ୍ରତିବାଦ କରି ଅନୁଗୋଳରେ ରାସ୍ତାକୁ ଓହ୍ଲାଇଛି ବିଜେପି ମହିଳା ମୋର୍ଚ୍ଚା। ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ରାହୁଲ ଗାନ୍ଧୀ ଓ କଂଗ୍ରେସ ସାଂସଦ ଅଙ୍ଗୋମଚା ବିମଲ ଅକୋଇଜାମଙ୍କ କୁଶପୁତ୍ତଳିକା ଦାହ କରାଯାଇଛି।

ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରତିମା ମିଶ୍ରଙ୍କ ନେତୃତ୍ୱରେ ଆୟୋଜିତ ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଶତାଧିକ ମହିଳା କର୍ମକର୍ତ୍ତା ଯୋଗଦେଇଥିଲେ। ଅଭିଯୋଗର ନିରପେକ୍ଷ ତଦନ୍ତ ସହ ପୀଡ଼ିତା ଛାତ୍ରୀମାନଙ୍କୁ ନ୍ୟାୟ ଦେବାକୁ ସେମାନେ ଦାବି କରିଥିଲେ।

ଏହି ଅବସରରେ ବିକ୍ଷୋଭକାରୀମାନେ ନାରୀଙ୍କ ସମ୍ମାନ ଓ ସୁରକ୍ଷା ପ୍ରସଙ୍ଗ ଉଠାଇ କଂଗ୍ରେସ ବିରୋଧରେ ସ୍ଲୋଗାନ ଦେଇଥିଲେ। “ନାରୀଶକ୍ତିର ଅପମାନ, ସହିବନି ହିନ୍ଦୁସ୍ତାନ” ନାରାରେ କାର୍ଯ୍ୟାଳୟ ପରିସର ଉତ୍ତାଳ ହୋଇଉଠିଥିଲା।

କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା ସମ୍ପାଦିକା ଶୁଚିସ୍ମିତା ତ୍ରିପାଠୀଙ୍କ ସମେତ ଦଳର ବହୁ ନେତ୍ରୀ ଓ କର୍ମକର୍ତ୍ତା ଉପସ୍ଥିତ ରହି ପ୍ରତିବାଦରେ ସାମିଲ ହୋଇଥିଲେ।

ନ୍ୟାୟ ଦାବିକୁ ନେଇ ବିକ୍ଷୋଭ

ଛାତ୍ରୀମାନଙ୍କ ସହ ଯୌନ ନିର୍ଯାତନା ହୋଇଥିବା ଅଭିଯୋଗର ନିରପେକ୍ଷ ତଦନ୍ତ ଓ ଦୋଷୀଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଦାବି କରିଛି ମହିଳା ମୋର୍ଚ୍ଚା।

Leave a Reply

Your email address will not be published. Required fields are marked *

You missed