Spread the love

ଜେ ଏସ୍ ପି ଏଲ ଏଲର ଥଇଥାନ ଓ ପାରିପାର୍ଶ୍ବକ ଉନ୍ନୟନ ପରାମର୍ଶଦାତା କମିଟି (ଆର୍ ପିଡି ଏ ସି) ବୈଠକ ଅନୁଷ୍ଠିତ ।

ଅନୁଗୋଳ ତା.୨୦.୧୧ : ଆଜି ଅପରାହ୍ନରେ ଉତ୍କଳ B1.B2 ଓ C ଖଣିର ୨ୟ ଏବଂ ଜିନ୍ଦଲ ଷ୍ଟିଲର ୭ମ ଥଇଥାନ ଓ ପାରିପାର୍ଶ୍ବକ ଉନ୍ନୟନ ପରାମର୍ଶଦାତା_କମିଟି ( ଆର୍ ପି ଡି ଏ ସି ) ବୈଠକ ସ୍ଥାନୀୟ ସର୍କିଟ ହାଉସ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକକୁ ଉତ୍ତରାଞ୍ଚଳ ରାଜସ୍ବ କମିଶନର ତଥା ଆର୍ ପି ଡି ଏ ସି ର ଅଧ୍ୟକ୍ଷ ଶ୍ରୀ ସଚିନ୍ ରାମଚନ୍ଦ୍ର ଯାଦବ ଅଧ୍ୟକ୍ଷତା କରିଥିଲେ । ଏହି ବୈଠକରେ ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବ,ଲପୁର ସଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଛେଣ୍ଡିପଦା ବିଧାୟକ ଶ୍ରୀ ଅଗସ୍ତି ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ବବିତା ପ୍ରଧାନ, ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମଦ୍ ଅତର, ଉତ୍ତର କେବାଂଚଳ ଡି ଆଇ ଜି ଶ୍ରୀ ସତ୍ୟବ୍ରତ ଭୋଇ, ଆରକ୍ଷୀ ଅଧିକ୍ଷକ ରାହୁଳ ଜୈନ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ହେମନ୍ତ କୁମାର ସିଂହ, ଅନୁଗୋଳ ଉପଜିଲ୍ଲାପାଳ ଶ୍ରୀ ବରତ୍ୟେନ୍ଦୁ ମହାନ୍ତି, ତାଳଚେର ଉପଜିଲ୍ଲାପାଳ ଶ୍ରୀ ସମିର କୁମାର ଜେନା, ଛେଣ୍ଡିପଦା ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ସୁମିତ୍ରା ସାହୁ ପ୍ରମୁଖ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଊତ୍ତରାଞ୍ଚଳ ରାଜସ୍ବ କମିଶନର ତଥା ଆର୍ ପି ଡି ଏ ସି ର ଅଧ୍ୟକ୍ଷ ଶ୍ରୀ ସଚିନ୍ ରାମଚନ୍ଦ୍ର ଯାଦବ ସମସ୍ତଙ୍କୁ ସ୍ବାଗତ ଜଣାଇବା ସହ ଏହି ବୈଠକର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ବୈଠକରେ ୧୩ଟି ବିଷୟରେ ଆଲୋଚନା ହୋଇଥିଲା । ଗତ ୨୮.୦୮.୨୦୨୩, ୦୨.୦୬.୨୦୨୩ ତାରିଖରେ ଉତ୍କଳ B1,B2 ଓ ଖଣିର ଏବଂ ୦୨.୦୬.୨୦୧୫ ତାରିଖରେ ଜିନ୍ଦଲର ୬ଷଷ୍ଠ ଅନୁଷ୍ଠିତ ହୋଇଥୁବା ଆର ପି ଡି ଏ ସି ବୈଠକରେ ହୋଇଥୁବା ନିଷ୍ପତ୍ତି ଓ କାର୍ଯ୍ୟକାରିତା ସମ୍ପର୍କରେ ସର୍ବପ୍ରଥମେ ଉପସ୍ଥିତ ସଭ୍ୟମାନଂକୁ ଅବଗତ କରାଯାଇଥିଲା । ଏହି ବୈଠକରେ ଜେ ଏସ୍ ପି ଏଲ ଦ୍ବାରା ପରିଚାଳିତ ଉତ୍କଳ B1,B2 ଓ C ଖଣି ଅଂଚଳର ବିସ୍ଥାପିତ ରାଇଝରଣ, କଂଶଢିପ, ଗଳାଗାଡିଆ, ସିମିଳିସାହିର ଗ୍ରାମବାସୀଙ୍କ ବିଭିନ୍ନ ସମସ୍ୟା ଓ ସମାଧାନକୁ ନେଇ ଆଲୋଚନା ହୋଇଥିଲା । ସେହିପରି ଜେ ଏସ୍ ପି ଏଲ୍ ଦ୍ବାରା ବିସ୍ଥାପିତ ଜରଡା, ଜାମୁଣ୍ଡା, ସାନକେରେଜାଙ୍ଗ, ବଡକେରେଜାଙ୍ଗ ଗ୍ରାମର ବିଭିନ୍ନ ସମସ୍ୟା ଓ ସମାଧାନକୁ ନେଇ ମଧ୍ୟ ଫୁଖାନ୍ତୁଫୁଖ ଆଲୋଚନା ହୋଇଥିଲା । ଜେ ଏସ୍ ପି ଏଲ୍ ଦ୍ବାରା ପ୍ରଭାବିତ ପ୍ରକୃତ ଦିସ୍ଥାପିତ ପରିବାରଙ୍କ ଚିହ୍ନଟ, ଉଚିତ୍ କ୍ଷତିପୂରଣ ଓ ଥଇଥାନ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ସହ ବିସ୍ଥାପିତମାନଂକ ଦ୍ବରା ଉପସ୍ଥାପିତ ଦାବୀକୁ ଗୁରୁତ୍ବର ସହ ଗ୍ରହଣ କରିବା ପାଇଁ କେନ୍ଦ୍ର ମନ୍ତ୍ରୀ ଉପସ୍ଥିତ ଅଧୁକାରୀ ଓ ଜେ ଏସ୍ ପି ଏଲ୍‌ର ପ୍ରତିନିଧୂମାନଂକୁ ପରାମର୍ଶ ଦେଇଥିଲେ । ଏହି ବୈଠକରେ ଭୂ ଅର୍ଜନ ଅଧୁକାରୀ ଶ୍ରୀ ଜୟକୃଷ୍ଣ ପାତ୍ର, ଜେ ଏସ୍ ପି ଏଲର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ପଙ୍କଜ ମନ, ଉପାଧ୍ୟକ୍ଷ ଶ୍ରୀ ଏସ୍ କେ ଶର୍ମା, ସି ଏସ୍ ଆର ମୁଖ୍ୟ ଶ୍ରୀ ପ୍ରଶାନ୍ତ ହୋତ।, ଶ୍ରୀ ସୁଜିତ ପ୍ରଧାନ, ବିସ୍ଥାପିତ ଗ୍ରାମବାସୀଙ୍କ ପ୍ରତିନିଧ୍ବ ଶ୍ରୀ ସନ୍ତୋଷ ସାହୁ, ଶ୍ରୀ ସୁଦର୍ଶନ ମହାପାତ୍ର, ଶ୍ରୀ ରମ୍ଭାକର ଦାସ, ଶ୍ରୀ ମାୟାଧର ଦାସ, ଶ୍ରୀ ଚିତ୍ତରଂଜନ ସାହୁ, ଶ୍ରୀ ବଳରାମ ଗୋଛାୟତ, ଶ୍ରୀ ପତିତପାବନ ଦେହୁରୀ, ଶ୍ରୀ ଦିଲ୍ଲୀପ କୁମାର ସାହୁ, ଶ୍ରୀ ସମିର ପ୍ରଧାନ, ରାଇଝରଣ ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀ ପ୍ରଶାନ୍ତ ସେଠୀ, ସମିତି ସଭ୍ୟ କ୍ରିଷ୍ଣା ଗୋଛାୟତ, ମାନବ ସେବା ଚାରିଟେବୁଲ ଟ୍ରଷ୍ଟର ସଭ୍ୟ ଚିନ୍ମୟୀ ଦାସ,ସୃଜନ ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟା ଶ୍ରୀମତୀ ପୁଷ୍ପାଞ୍ଜଳି ବେହେରା, ଇକୋ ସ୍ପା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ଶ୍ରୀମତୀ ଶିଳା ବେହେରା ପ୍ରମୁଖ ଏହି ବୈଠକରେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *