Spread the love

ଭୁବନେଶ୍ୱର: ଭୁବନେଶ୍ୱରର ଝାରପଡ଼ା ସ୍ୱତନ୍ତ୍ର କାରାଗାରରେ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। କଥିତ ଭାବେ ବ୍ରାଉନ୍‌ସୁଗାର ସେବନ କରିବା ପରେ ୭ ଜଣ କଏଦୀ ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ୨ ଜଣଙ୍କୁ ଏମ୍‌ସ ଭୁବନେଶ୍ୱର ଓ ଜଣଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ଆଇସିୟୁରେ ଭର୍ତ୍ତି କରାଯାଇଛି।

ଅସୁସ୍ଥ କଏଦୀମାନଙ୍କ ମଧ୍ୟରେ ମାଓନେତା ରୁପ୍ ସିଂହ ମଧ୍ୟ ଥିବା ଜଣାପଡ଼ିଛି। ଅନ୍ୟ କଏଦୀମାନଙ୍କ ମଧ୍ୟରେ ସାଜିଦ୍ ଖାନ, ସୀମାଞ୍ଚଳ କୁଞ୍ଜ, ବିକାଶ ପାଇଟାଲ ଓ ବାବୁଲା ପ୍ରଧାନଙ୍କ ନାମ ରହିଛି।

ସୂଚନା ଅନୁଯାୟୀ, ସନ୍ଧ୍ୟାବେଳେ ଜେଲ୍‌ର ବିଭିନ୍ନ ସେଲ୍‌ରେ ଥିବା କଏଦୀମାନେ ହଠାତ୍ ଅସୁସ୍ଥ ହୋଇ ପାଟିରୁ ଫେଣ ଓ ଲାଳ ବାହାର କରିବା ସହ ବାନ୍ତି କରିଥିଲେ। ସେମାନଙ୍କ ଚିତ୍କାର ଶୁଣି ଜେଲ୍‌ କର୍ମଚାରୀମାନେ ତୁରନ୍ତ ଉଦ୍ଧାର କରି ହସ୍ପିଟାଲ୍‌କୁ ପଠାଇଥିଲେ।

ପ୍ରାଥମିକ ତଦନ୍ତରୁ ମାତ୍ରାଧିକ ନିଶାଦ୍ରବ୍ୟ ସେବନ ଯୋଗୁଁ ଏହି ଘଟଣା ଘଟିଥିବା ସନ୍ଦେହ କରାଯାଉଛି। ତେବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି-କଡ଼ା ସୁରକ୍ଷା ବଳୟ ମଧ୍ୟରେ ଥିବା ଝାରପଡ଼ା ଜେଲ୍‌ ଭିତରକୁ ବ୍ରାଉନ୍‌ସୁଗାର ପହଞ୍ଚିଲା କେମିତି? ଏନେଇ ଜେଲ୍‌ ପ୍ରଶାସନ ଓ ସୁରକ୍ଷା ବ୍ୟବସ୍ଥାକୁ ନେଇ ଗୁରୁତର ପ୍ରଶ୍ନ ଉଠିଛି।

Leave a Reply

Your email address will not be published. Required fields are marked *