Spread the love

*ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ଗ୍ରାସରୁଟ୍ ସେଣ୍ଟର କ୍ୟାଡେଟଙ୍କ ସଫଳତା: ହିନ୍ଦୋଳ ଓ ବଅଁରପାଳ ଟିମ୍ ଜିତିଲେ ଜିଲ୍ଲା ଭଲିବଲ୍ ଟାଇଟଲ୍‌*
– ରାଜ୍ୟ ସ୍କୁଲ୍ ଭଲିବଲ୍ ଚାମ୍ପିୟନସିପ୍ ପାଇଁ ଢେଙ୍କାନାଳ ଓ ଅନୁଗୋଳରୁ ୪୨ ଖେଳାଳି ମନୋନିତ
*ଅନୁଗୋଳ, ୦୪.୧୧.୨୦୨୬:* ଢେଙ୍କାନାଳର ଗୋନ୍ଦିଆ ହାଇସ୍କୁଲ୍ ଭଲିବଲ୍ ପଡ଼ିଆ ଏବଂ ଅନୁଗୋଳ ଷ୍ଟାଡିୟମ୍‌ରେ ଆୟୋଜିତ ଜିଲ୍ଲାସ୍ତରୀୟ ସ୍କୁଲ୍ ଭଲିବଲ୍ ଚାମ୍ପିୟନସିପ୍ (୧୪ବର୍ଷରୁ କମ୍ ଏବଂ ୧୭ ବର୍ଷରୁ କମ୍‌)ରେ ହିନ୍ଦୋଳ ଓ ବଅଁରପାଲ ବ୍ଲକ୍ ଟିମ୍ ଚାମ୍ପିୟନ୍ ହୋଇଛି। ଟାଟା ଷ୍ଟିଲ ଫାଉଣ୍ଡେସନ ଟ୍ରେନିଂ ସେଣ୍ଟରର ଖେଳାଳିମାନଙ୍କ ଏହି ସଫଳତା ସେଣ୍ଟର ପାଇଁ ଏକ ବଡ଼ ଉପଲବ୍ଧି।
ଏହାସହ ଆସନ୍ତା ନଭେମ୍ବର ୧୦ ରୁ ୧୩ ତାରିଖ ପର୍ଯ୍ୟନ୍ତ ଗଜପତିଠାରେ ଆୟୋଜିତ ହେବାକୁ ଥିବା ରାଜ୍ୟ ସ୍କୁଲ୍ ଭଲିବଲ୍ ଚାମ୍ପିୟନ୍‌ସିପ୍‌ରେ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର ପ୍ରତିନିଧିତ୍ୱ କରିବା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ତୃଣମୂଳ କେନ୍ଦ୍ରଗୁଡ଼ିକରୁ ୪୨ଜଣ ଖେଳାଳି ମନୋନୀତ ହୋଇଛନ୍ତି।
ଗ୍ରାମାଞ୍ଚଳରେ ଲୁଚି ରହିଥିବା କ୍ରୀଡ଼ା ପ୍ରତିଭାଙ୍କୁ ଚିହ୍ନଟ କରିବା, ସେମାନଙ୍କୁ ସଠିକ୍ ତାଲିମ ଓ ମାର୍ଗଦର୍ଶନ ଦେବା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ (ଟିଏସ୍‌ଏଫ୍‌) ନିରନ୍ତର କାର୍ଯ୍ୟ କରୁଛି। ଦୁଇଟି ଜିଲ୍ଲାର ପ୍ରତିଯୋଗୀଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥିବା ବେଳେ ହିନ୍ଦୋଳ ଓ ବଅଁରପାଲ ବ୍ଲକ୍ ଶ୍ରେଷ୍ଠ ପ୍ରଦର୍ଶନ କରି ଶୀର୍ଷ ସ୍ଥାନ ଦଖଲ କରିଛନ୍ତି।
ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ଆଖପାଖ ଅଞ୍ଚଳର କ୍ରୀଡ଼ାବିତ୍‌ମାନଙ୍କୁ କୋଚିଂ, ରେଗୁଲାର ମନିଟରିଂ ଏବଂ ପ୍ରତିଯୋଗିତାମୂଳକ ସୁଯୋଗ ପ୍ରଦାନ କରିବା ସହ ଏକ ସୁଦୃଢ଼ କ୍ରୀଡ଼ା ପରିବେଶ ତିଆରି କରିବାରେ କାର୍ଯ୍ୟ କରୁଛି। ୨୦୧୯ ମସିହାରେ ମାତ୍ର ୧୧ ଜଣ ଖେଳାଳିଙ୍କୁ ନେଇ ଏହି ଅଭିଯାନ ଆରମ୍ଭ ହୋଇଥିଲା। ଏବେ ଏଥିରେ ୧୫ କିଲୋମିଟର ପରିସର ମଧ୍ୟରେ ୧୨୦ରୁ ଅଧିକ ବାଳିକାଙ୍କ ସମେତ ମୋଟ ୬୬୮ ଜଣ ଯୁବ ଭଲିବଲ୍ ଖେଳାଳିଙ୍କୁ ପ୍ରଶିକ୍ଷଣ ଦିଆଯାଉଛି।
ଗ୍ରାମାଞ୍ଚଳର ଯୁବପିଢ଼ିଙ୍କୁ ସଠିକ୍ ମାର୍ଗଦର୍ଶନ ଓ ସୁଯୋଗ ମିଳିଲେ ସେମାନେ ମଧ୍ୟ ସଫଳତାର ଶୀର୍ଷରେ ପହଞ୍ଚିବା ସହ ନିଜ ସ୍ୱପ୍ନ ପୂରଣ କରିପାରିବେ।

Leave a Reply

Your email address will not be published. Required fields are marked *

You missed