Spread the love

ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ ଜେ ଏନ୍ ଟାଟାଙ୍କ ୧୮୬ ତମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି

ମେରାମଣ୍ଡଳୀ, ୦୩.୦୩.୨୦୨୫: ଭାରତୀୟ ଶିଳ୍ପ ଉଦ୍ୟୋଗର ମହାନ ଉଦ୍ୟୋଗପତି ତଥା ଟାଟା ଗ୍ରୁପର ପ୍ରତିଷ୍ଠାତା ଶ୍ରୀ ଜାମସେଟଜୀ ନୁସେରୱାନଜୀ ଗଟାଙ୍କୁ ତାଙ୍କ ୧୮୬ତମ ଜୟନ୍ତୀରେ ଟାଟା ଷ୍ଟିଲ୍ ମେରାମଣ୍ଡଳୀ (ଟିଏସ୍ଏମ୍) ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଆଜିର ଦିନକୁ ପ୍ରତିଷ୍ଠାତା ଦିବସ ଭାବେ ଟାଟା ଷ୍ଟିଲ୍ ରେ ପାଳନ କରାଯାଇଥାଏ ।ମେରାମଣ୍ଡଳୀରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଟିଏସ୍ଏମ୍‌ର ମୁଖ୍ୟ ସୁରକ୍ଷା ଅଧିକାରୀ ବିଳାସ ଏ ଏନ୍ ଗାଏକ୍ଵାଡ ଏବଂ ଅନ୍ୟାନ୍ୟ ବରିଷ୍ଠ କମ୍ପାନି ଅଧିକାରୀମାନେ ଉପସ୍ଥିତ ଥିଲେ | ଏହି ଅବସରରେ ଜେ ଏନ୍ ଟାଟାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରଯାଇଥିଲା Iଏହି ପରିପ୍ରେକ୍ଷୀରେ ଟିଏସ୍ଏମ୍‌ର ଆବାସିକ କଲୋନିରେ କର୍ମଚାରୀ ଏବଂ ତାଙ୍କ ପରିବାର ପାଇଁ ବିଭିନ୍ନ କ୍ରୀଡ଼ାର ଆୟୋଜନ କରାଯାଇଥିଲା। ଏହା ବ୍ୟତୀତ ଟାଟା ଷ୍ଟିଲ୍‌ ଫାଉଣ୍ଡେସନ୍‌ ତାଳବାହାଲ ଗାଁରେ ଏକ ଭଲିବଲ୍ ଟୁର୍ନା ର୍ନାମେଟ ଆୟୋଜନ କରାଯାଇଥିଲା I ଯେଉଁଥିରେ ତାଳବାହାଲ୍, ଗଣ୍ଠିଗାଡ଼ିଆ, ଖଲିବେରଣା, ସରପା, ରଘୁନାଥପୁର, ଚନ୍ଦ୍ରଶେଖରପୁର, ପାଇକ ପୁରୁଣାକୋର୍ଟ, ଝାଡୁବେରେଣୀ ଏବଂ ବାଦିବାହାଲ୍ ଆଦି ଆଖପାଖ ଗ୍ରାମାଞ୍ଚଳରୁ ଆସିଥିବା ଆଠଟି ଦଳ ଅଂଶଗ୍ରହଣ କରିଥିଲେ I

Leave a Reply

Your email address will not be published. Required fields are marked *