Spread the love

ଭାରତ ଓ ଇଂଲଣ୍ଡ ମଧ୍ୟରେ ରବିବାର ଦିନ ଦ୍ଵିତୀୟ ଏକ ଦିବସିୟ ଖେଳାଯିବ ଗତ କାଲି ଅବ୍ୟବସ୍ଥା ମଧ୍ୟରେ ଟିକେଟ ବିକ୍ରି ହୋଇଥିଲା, ଲୋକମାନେ ନାହିଁ ନଥିବା ହଇରାଣ ହୋଇଥିଲେ, ବହୁ ଲୋକ ଲାଇନରେ ଅଣ ନିଶ୍ଵାସ ହୋଇଥିବା ଦେଖାଯାଇଥିଲା, ପୋଲିସ କୁ ନାକେଦମ୍ ହେବାକୁ ପଡିଥିଲା, ଡିସିପି ନିଜେ ରହି ସ୍ଥିତିକୁ ନିଜ ପୁଲିସ କର୍ମଚାରୀଙ୍କ ଦ୍ଵାରା ଆୟତ୍ତ କରିବାର ନଜର ଆସିଥିଲା, ଓସିଏ ଓ ସ୍ଥାନୀୟ ପ୍ରଶାସନ ତରଫରୁ ଏଭଳି ଅବ୍ୟବସ୍ଥାକୁ ଜନସାଧାରଣ ତଥା ବୁଦ୍ଧିଜିବୀ ମହଲରେ ନିନ୍ଦା କରିଛନ୍ତି, ବାରବାଟୀ ଷ୍ଟାଡିୟମ୍ ଟିକେଟ କାଉଣ୍ଟରରେ ଆଜି ସକାଳୁ ଏକ ହଜାରରୁ ଅଧିକ ମହିଳା ଓ ଯୁବକ,ସମସ୍ତେ ଟିକେଟ ପାଇଁ ଲମ୍ବା ଧାଡ଼ିରେ ଠିଆ ହୋଇଥିବା ଦ୍ରୁଶ୍ୟ ଦେଖିବାକୁ ମିଳିଥିଲା, ଗତ ସନ୍ଧ୍ୟା ସମୟରେ ଟିକେଟ ସରି ଯାଇଥିବା ବେଳେ ଏମାନଙ୍କୁ କିଏ କହିଲା ଟିକେଟ ଅଛି ବୋଲି, ପ୍ରାୟ ସକାଳୁ 10 ଟl ଯାଏ ଠିଆ ହୋଇଥିବା ବେଳେ ବିଭିନ୍ନ ଗଣମାଧ୍ୟମରେ ପ୍ରଚାରପରେ ସ୍ଥାନୀୟ ଥାନା ଅଧିକାରୀ ଆସି ଲୋକଙ୍କୁ ବୁଝାଇଥିଲେ, ପରେ ପରେ କାଉଣ୍ଟର ପାଖରୁ ଲୋକ ମାନେ ଛତ୍ର ଭଙ୍ଗ ଦେଇଥିଲେ।

Leave a Reply

Your email address will not be published. Required fields are marked *