Spread the love

ଠାକୁର ଅଭିରାମ ପରମହଂସ ଦେବଙ୍କ ବାର୍ଷିକ ଉତ୍ସବ ଓ ସନାତନ ଧର୍ମ ସମ୍ମିଳନୀ ପାଇଁ ପ୍ରସ୍ତୁତି ବୈଠକ

ଢେଙ୍କାନାଳ, ୧/୯: ଜଗଦ୍‌ଗୁରୁ ଠାକୁର ଅଭିରାମ ପରମହଂସ ଦେବଙ୍କ ଢେଙ୍କାନାଳ ଜିଲ୍ଲାସ୍ତରୀୟ ଭକ୍ତ ଗୋଷ୍ଠୀର ଏକ ସାଧାରଣ ସଭା ସଭାପତି ସୁଧାକର ଜେନାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଶ୍ରୀଶ୍ରୀ ଦଧିବାମନ ଜୀଉ ପ୍ରାଙ୍ଗଣରେ ଥିବା ଭାଗବତ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ୨୦୨୫ ମସିହାରେ ଠାକୁରଙ୍କର ଦ୍ୱାବିଂଶତମ ବାର୍ଷିକ ଉତ୍ସବ ଓ ସନାତନ ଧର୍ମ ସମ୍ମିଳନୀ ମ୍ୟୁନିସିପାଲିଟି କଲ୍ୟାଣ ମଣ୍ଡପ ପରିସରରେ ନଭେମ୍ବର ମାସ ୭,୮ ଓ ୯ ତାରିଖ ୩ଦିନ ଧରି ମହାସମାରୋହରେ ପାଳନ କରିବା ପାଇଁ ଜିଲ୍ଲା ସ୍ତରୀୟ ଭକ୍ତ ଗୋଷ୍ଠୀରେ ନିଷ୍ପତି ନିଆଯାଇଛି। ଏଥିପାଇଁ ଆସନ୍ତା ସେପ୍ଟେମ୍ବର ୬ ତାରିଖ ଶନିବାର ଦିନ ପୂରୀ ଜିଲ୍ଲା ବ୍ରହ୍ମଗିରି ବ୍ଳକ୍‌ର କରମଳା ଶାନ୍ତଧାମ, ଠାକୁରଙ୍କ ଆଶ୍ରମରୁ ଆଜ୍ଞାମାଳ ଅଣାଯିବାର ବ୍ୟବସ୍ଥା କାର୍ଯ୍ୟକାରିଣୀ ସଭ୍ୟମାନଙ୍କ ଉପରେ ଦାୟିତ୍ଵ ନ୍ୟସ୍ତ କରାଯାଇଛି । ପ୍ରତିବର୍ଷ ଉଭି ଏହି ବର୍ଷ ମଧ୍ଯ ସୁଚାରୁ ରୂପେ କାର୍ଯ୍ୟ ସମ୍ପାଦନ ତଥା ଘୃତଯଜ୍ଞ, ଅନୁଯଜ୍ଞ, ନାମଯଜ୍ଞ, ପ୍ରବଚନ, ସାଧୁ ସମାବେଶ ପ୍ରଭୃତି ଉପରେ ବିଶେଷ ଭାବେ ଆଲୋଚନା କରାଯାଇ ଭକ୍ତ ଭାଇଭଉଣୀମାନଙ୍କ ଉପରେ କାର୍ଯ୍ୟଭାର ଅର୍ପଣ କରାଯାଇଛି। ବୈଠକରେ ଜିଲ୍ଲାର ପ୍ରାୟ ୫୦ ଖଣ୍ଡ ଗ୍ରାମରୁ ୬୦ରୁ ଅଧିକ ଭକ୍ତ ଭାଇଭଉଣୀମାନେ ଯୋଗଦେଇଥିଲେ ବୋଲି ସମ୍ପାଦକ ହୃଦାନନ୍ଦ ପ୍ରଧାନ ସୂଚନା ଦେଇଛନ୍ତି । ଜିଲ୍ଲା ସ୍ତରୀୟ ଭକ୍ତ ଗୋଷ୍ଠୀର କାର୍ଯ୍ୟକାରିଣୀ ସଭ୍ୟାମାନେ ସଭାଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଉପ-ସଭାପତି ରାଧାବଲ୍ଲଭ ରାୟ ଧନ୍ୟବାଦ ଦେଇଥିଲେ ।

Leave a Reply

Your email address will not be published. Required fields are marked *