“ଠିକାଦାର ଭରଷାରେ ହେଣ୍ଡଲୁମ କ୍ରାଫ୍ଟ ସେଣ୍ଟର ” “ତଥ୍ୟ ନାହିଁ କି ସୂଚନା ନାହିଁ କାର୍ଯ୍ୟ ହେଉଛି କାହା ପାଇଁ..!,
ବରଗଡ:୧୨/୧୧(ପବିତ୍ର ମେହେର) ଲୋକଙ୍କ ସରକାର ସମୟରେ ଅନ୍ଧାର ରେ ଲୋକେ, ହଁ ଆଜ୍ଞା ଆମେ କହୁଛୁ ଓଡିଶାର ଭାତହାଣ୍ଡି ଭାବେ ବେଶ ପରିଚିତ ଥିବା ବରଗଡ ଜିଲ୍ଲା ଅତାବିରା ନିର୍ବାଚନ ମଣ୍ଡଳୀ ଟୋପ ଗ୍ରାମ ପଂଚାୟତ ଅଧିନସ୍ତ ସିଂହପାଲି ହେଣ୍ଡଲୁମ କ୍ରାଫ୍ଟ ସେଣ୍ଟର ର କଥା। କୋଟି କୋଟି ବ୍ୟୟ ଅଟକଳ ମୂଲ୍ୟ ରେ ଦୀର୍ଘ ଦିନ ହେବ ଏହି ନିର୍ମାଣ କାମ ଚାଲିଥିବା ବେଳେ ଜିଲ୍ଲା ପ୍ରଶାସନ ଅନେକ ଥର ପରିଦର୍ଶନ କରିଥିଲେ ହେଁ ବୋଧ ହୁଏ ଏସି ଗାଡ଼ିରେ ବସି କଳା ଚଷମା ପିନ୍ଧି ଦେଖି ପାରୁନାହାନ୍ତି ଯେ ସରକାର ଙ୍କ ଲୋକାଭିମୁଖୀ କାର୍ଯ୍ୟକୁ ତଦାରଖ କରିବା ହେଉଛି ପ୍ରଶାସନର କର୍ତ୍ତବ୍ୟ। ନିଜ କର୍ତ୍ତବ୍ୟକୁ ଭୁଲି ଯାଇଛନ୍ତି ବରଗଡ ଜିଲ୍ଲାପାଳ ଆଦିତ୍ୟ ଗୋୟଲ।ଠିକାଦାରଙ୍କ ମନମୁଖି କାର୍ଯ୍ୟ କାହା ସ୍ୱାର୍ଥରେ ବୋଲି ପ୍ରଶ୍ନ କରୁଛି ସାଧାରଣ ଜନତା? ନାଁ ରହିଛି ତଥ୍ୟ ନାଁ ଲାଗିଛି ସୂଚନା ଫଳକ, ବିନା ସୂଚନା ଫଳକ ରେ କାହା ସ୍ୱାର୍ଥରେ କାର୍ଯ୍ୟ ହେଉଛି ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି l ଏଭଳି କି ଲୋକାଭିମୁଖୀ ଯୋଜନା ଯାହା ବିନା ସୂଚନା ଫଳକରେ ଚାଲିଛି।କୋଟି କୋଟି ଟଙ୍କାର ନିର୍ମାଣ କାର୍ଯ୍ୟ, ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଉପରେ ଜିଲ୍ଲା ପ୍ରଶାସନ କେବେ ରୋକ୍ ଲଗାଇବ ତାହାଯେ ଦେଖିବାକୁ ବାକି ରହିଲା l କାହିଁକି ବିନା ସୂଚନା ଫଳକ ରେ ଚାଲିଛି କାମ, କାମ କରୁଛି କିଏ ଭୂତ ନାଁ ପ୍ରେତ, ଲୋକାଭିମୁଖୀ କାର୍ଯ୍ୟକୁ ଲୁପ୍ତ କରିବାକୁ ପ୍ରଶାସନ ର ଷଡଯନ୍ତ୍ର କି? ସରକାରୀ ଅର୍ଥକୁ ବାଟ ମାରଣା କରିବାକୁ ଚେଷ୍ଟା କରୁଛି କି ପ୍ରଶାସନ? ନାଁ କୁଜିନେତା ଙ୍କ ପ୍ରହସନ ରେ ଖପ୍ପା କି ଜିଲ୍ଲା ପ୍ରଶାସନ? ଏଭଳି ଅନେକ ପ୍ରଶ୍ନ ଜନ ମାନସରେ ଚର୍ଚ୍ଚା ଚାଲିଥିବା ବେଳେ କଣ ସତରେ ନିଦାବିଷ୍ଣୁ ପାଲଟିଯାଇଛି ଜିଲ୍ଲା ପ୍ରଶାସନ? ଯଦି ନାହିଁ ତେବେ ନିଦ୍ରା ରାଣୀ କେବେ ଉଠେଇବେ ଅଘୋଡ଼ ନିଦ୍ରାରେ ଶୋଇଥିବା ସେହି ଦାୟିତ୍ୱରେ ଥିବା ଦକ୍ଷଶିଳ ଅଧିକାରୀ ମାନଙ୍କୁ ଲୋକଙ୍କ ସରକାର ସମୟରେ ନିଜ କର୍ତ୍ତବ୍ୟକୁ ଅକ୍ଷରେ ଅକ୍ଷରେ ନିଭାଇ ତଦାରଖ କରି ଠିକାଦାରଙ୍କ ମନମୁଖି କାର୍ଯ୍ୟ ଉପରେ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ପ୍ରଶାସନ ନାଁ ତୋର ଅଧେ କୁ ମୋର ଅଧେ ନିତୀରେ ସରକାର ଙ୍କ ଠାରୁ କାର୍ଯ୍ୟ କରୁଥିବା ଠିକାଦାର ଙ୍କ ପାଇଁ କେଉଁ ଆୱାର୍ଡ ଘୋଷଣା କରିବେ ତାହା ଦେଖିବାକୁ ବାକି ରହିଲା l ଏ ନେଇ ଫୋନ ମାଧ୍ୟମ ରେ ଜିଲ୍ଲା ପ୍ରଶାସନ ପ୍ରତିକ୍ରିୟା ସ୍ୱରୂପ ଜିଲ୍ଲାପାଳ ଆଦିତ୍ୟ ଗୋୟଳ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଲଲାଟ ଲୁହା ଖବର ପ୍ରସାରିତ ହେବା ପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଲି ନ ଥିବା ବେଳେ ଉପ ଜିଲ୍ଲାପାଳ ପ୍ରସନ୍ନ କୁମାର ପାଣ୍ଡେ ଆମେ ଖାଲି ଜାଗା ଦେଖେଇଛୁ, ମୁଁ ଯୋଜନା ଭିତର କୁ ଢୁକିନି ପର୍ଯଟନ ବିଭାଗ ଓ ଡ଼ି ଡ଼ି ଟେକ୍ସଟାଇଲ କୁ ଜଣା ସେ କହିବେ l ସେହିପରି ‘ସୂଚନା ଫଳକ’ ର ପ୍ରଶ୍ନ କରିଥିବା ବେଳେ ସେମାନଙ୍କୁ କହିବାକୁ ପଡ଼ିବ ବୋଲି କହନ୍ତି ଉପ ଜିଲ୍ଲାପାଳ ପ୍ରସନ୍ନ କୁମାର ପାଣ୍ଡେ l ତେବେ ଏଠି ପ୍ରଶ୍ନ ଉଠେ “ସୂଚନା ଫଳକ” କାର୍ଯ୍ୟ ଆରମ୍ଭ ରୁ ନାଁ ଶେଷରେ l
