Spread the love

ଢ଼ାଳିଲା, ଗାଳିଲା, ଓଦାକଲା ‘ଅର୍ଣ୍ଣବ’
ତାଳଚେର, ୨୮/୧୦ ବାତ୍ୟା ‘ଅର୍ଣ୍ଣବ’ ତାର ପ୍ରକୃତ ତାଣ୍ଡବ ଭାରତର ପ୍ରାୟ କେତକ ଜାଗାରେ ଭୟଙ୍କର ରୂପ ଦେଖାଇଥିବା ବେଳେ ସେଥିରୁ ବାଦ ପଡ଼ିନି ଓଡ଼ିଶା । ମଙ୍ଗଳବାର ଦିନ ଆକାଶରେ କଳା ବାଦଲ ଢ଼ାଙ୍କିଆଣି ତାଳଚେର ଅଂଚଳରେ ହାଲୁକା ବର୍ଷାର ଝଲକ ଦେଖାଯାଇଥିବା ବେଳେ ୨୮ତାରିଖ ଅର୍ଥାତ୍ ସକାଳୁ ତୁହାକୁ ତୁହା ବର୍ଷା ଦିନ ତମାମ ଲାଗି ରହିଥିଲା । ରାସ୍ତାଘାଟ, ଦୋକାନ ବଜାର, ସାହି ଗଳିକନ୍ଦି ଗୁଡ଼ିକ ଜନଶୂନ୍ୟ ହୋଇ ପଡ଼ିଥିବା ଦେଖିବାକୁ ମିଳିଥିଲା । କାଁ ଭାଁ ଅତି ଜରୁରୀ କାମରେ ଲୋକେ ଯାତାୟତ କରୁଥିବା ମଧ୍ୟ ଦେଖାଯାଇଥିଲା । ତୁହାକୁ ତୁହା ବର୍ଷା ଯୋଗୁଁ ବିଲମାଳ, ଖାଲୁଆ ସ୍ଥାନ, ଜମି ଓ କିଛି କିଛି ରାସ୍ତାରେ ପାଣି ଜମିବା ଦୃଶ୍ୟ ପରିଲକ୍ଷିତ ହୋଇଥିଲା । ତେବେ ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ କୌଣସି କ୍ଷୟକ୍ଷତି ହୋଇନଥିବା ବେଳେ ତୁହାକୁ ତୁହା ବର୍ଷା ଜନିତ ଲୋକେ ପଦାକୁ ବାହାରି ନଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *