Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ଢେଙ୍କାନାଳ ଜିଲ୍ଲାରେ ଗଡ଼ିଲା କରୋନା ସଚେତନା ରଥ

ଜେ ବି ଏନ୍ ୨୧/୦୨/୨୦୨୧ (ରିପୋର୍ଟ ସୁବ୍ରତ ସାମଲ), ଢେଙ୍କାନାଳ : ଆଜିଠାରୁ ପୌରପାଳିକା ରେ ଏକ ସଚେତନ ରଥ (କୋଭିଡ଼) ପାଇଁ ସହର ପରିକ୍ରମା କରୁଥିଲା ସମ୍ପ୍ରତି ମହାରାଷ୍ଟ୍ର ପୁନେର କୋଭିଡର ମାତ୍ରା ବୃଦ୍ଧି ହୋଇଥିବାରୁ ଢେଙ୍କାନାଳରେ ଏପରି ବ୍ୟବସ୍ଥା ଗ୍ରହଣ କରଯାଉଛି। ମାସ୍କ ପିନ୍ଧିବା, ଦୂରତା ରକ୍ଷା କରିବା ସାନିଟାଇଜର କରିବା ଇତ୍ୟାଦି ଦିଗରେ ଯତ୍ନବାନ ହେବା ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ତରଫରୁ ଅନୁରୋଧ କରାଯାଉଅଛି। ଢେଙ୍କାନାଳ ବାସି ଏ ଦିଗରେ ସଚେତନ ରହିବା ପାଇଁ ସମସ୍ତ୍ ଜନସାଧାରଣ ଓ ବ୍ଯବସାୟୀ ସଚେତନ ନାଗରିକ ଭାବେ ଦାୟିତ୍ଵ ବୋଧ ନେବା। ଯଦି କୋଣସି ବ୍ଯକ୍ତି, ଅନୁଷ୍ଠାନ ଓ ପ୍ରତିଷ୍ଠାନ ଏଥିରେ ଖିଲାପୀ କରନ୍ତି ତେବେ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଓ ଦୁଇଗୁଣା ଜୋରିମନା ପ୍ରଦାନ କରାଯିବ। ପୌରନିର୍ବାହି ଅଧିକାରୀ ଅତନୁ କୁମାର ସାମନ୍ତଙ୍କ ଦ୍ଵାରା ଏହି ସଚେତନ କାର୍ଯ୍ୟକ୍ରମ କରାଯଇଅଛି ।